www.samajalive.in
Sunday, December 7, 2025
13.1 C
Bhubaneswar

ଭାରତରେ ଚାଇନିଜ ଆପ୍‌ ନିଷେଧକୁ ଆମେରିକାର ସ୍ବାଗତ

ନୂଆଦିଲ୍ଲୀ: ଚୀନ ସହିତ ସୀମା ବିବାଦ ଲାଗି ରହିଥିବାବେଳେ ଭାରତ ସରକାର ଟିକ୍‌ଟକ୍‌ ସମେତ ୫୯ଟି ଚାଇନିଜ୍‌ ଆପ୍ଲିକେଶନକୁ ଦେଶରେ ନିଷେଧ କରିଛନ୍ତି। ଏହାକୁ ଆମେରିକା  ସ୍ବାଗତ କରିଛି। ସରକାରଙ୍କ ଏଭଳି ପଦକ୍ଷେପ ଦେଶର ସର୍ବଭୌମତ୍ଵକୁ ମଜଭୁତ କରିବ ବୋଲି ଆମେରିକାର ବୈଦେଶିକ ସଚିବ ମାଇକ ପମ୍ପିଓ କହିଛନ୍ତି।

ପମ୍ପିଓ ପିଟିଆଇକୁ କହିଛନ୍ତି, ଚାଇନିଜ୍‌ କମ୍ୟୁନିଷ୍ଟ ପାର୍ଟି ପାଇଁ କାମ କରୁଥିବା ଚୀନର କିଛି ମୋବାଇଲ ଆପ୍‌ ଉପରେ ଭାରତର ପ୍ରତିବନ୍ଧକକୁ ଆମେ ସ୍ବାଗତ କରୁଛୁ। ଏହା ଭାରତର ସର୍ବଭୌମତ୍ଵ ସହିତ ଜାତୀୟ ନିରାପତ୍ତା ଏବଂ ଅଖଣ୍ଡତାକୁ ଶକ୍ତି ଯୋଗାଇବ। ସୂଚନାଯୋଗ୍ୟ, ଗତ ଜୁନ ୧୫ରେ ଲଦାଖର ଗଲୱାନ ଘାଟିରେ ଭାରତ ଏବଂ ଚୀନ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ। ଏହା ପରଠାରୁ ସୀମାରେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ଲାଗିରହିଛି। ଏହି ପରିପ୍ରେକ୍ଷୀରେ ଗତ ୨୯ ତାରିଖରେ କେନ୍ଦ୍ର ସରକାର ଟିକ୍‌ଟିକ୍‌, ୱିଚାଟ୍‌, ୟୁସି ବ୍ରାଉଜର ଭଳି ଚୀନର ୫୯ ମୋବାଇଲ୍‌ ଆପ୍‌କୁ ନିଷେଧ କରିଥିଲେ। ଏହି ଆପ୍‌ଗୁଡ଼ିକ ଦେଶରୁ ତଥ୍ୟ ଚୋରି କରୁଥିବା ଅଭିଯୋଗରେ ସରକାର ଏହି ପଦକ୍ଷେପ ନେଇଥିଲେ।

- Advertisement -

ତେବେ ଚୀନ ଏହାକୁ ଭେଦଭାବପୂର୍ଣ୍ଣ ବୋଲି କହିଛନ୍ତି। ଭାରତର ଏହି ପଦକ୍ଷେପ ବିଶ୍ଵ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ର ନିୟମକୁ ଉଲ୍ଲଂଘନ କରୁଛି ବୋଲି ଚୀନ ଦୂତାବାସର ମୁଖପାତ୍ର ଜି ରଙ୍ଗ୍‌ କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories