www.samajalive.in
Friday, December 5, 2025
26.1 C
Bhubaneswar

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ; ଇଲେକ୍ଟୋରାଲ କଲେଜ ପାଇଁ ଆଜି ଭୋଟ, ଜାନୁୟାରୀ ୨୦ରେ ଶପଥ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପରିପ୍ରେକ୍ଷୀରେ ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ଇଲେକ୍ଟୋରାଲ କଲେଜ ସଦସ୍ୟ ମନୋନୟନ ନିମନ୍ତେ ଭୋଟଗ୍ରହଣ କରାଯିବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ ଆମେରିକାରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପରୋକ୍ଷ ନିର୍ବାଚନ ଦ୍ବାରା ନିର୍ବାଚିତ ହୋଇଥାନ୍ତି। ପ୍ରଥମେ ପ୍ରତ୍ୟେକ ରାଜ୍ୟର ଭୋଟରମାନେ ଇଲେକ୍ଟୋରାଲ କଲେଜ ସଦସ୍ୟଙ୍କୁ ପ୍ରତ୍ୟକ୍ଷ ଭୋଟ ଜରିଆରେ ନିର୍ବାଚିତ କରିଥାନ୍ତି। ନଭେମ୍ବର ୨୦ରେ ଏହି ନିର୍ବାଚିତ ସଦସ୍ୟଙ୍କୁ ନେଇ ଗଠିତ ଇଲେକ୍ଟୋରାଲ କଲେଜ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଥିବା ନିଜ ପସନ୍ଦ ଦଳର ପ୍ରାର୍ଥୀଙ୍କୁ ଭୋଟ ଦେଇଥାନ୍ତି। ତେବେ ଆମେରିକାର ୫୦ ରାଜ୍ୟରେ ଏଭଳି ସଦସ୍ୟଙ୍କ ସଂଖ୍ୟାରେ ପାର୍ଥକ୍ୟ ଦେଖାଯାଏ। କାଲିଫର୍ଣ୍ଣିଆରେ ୫୫ ସଦସ୍ୟଙ୍କୁ ନିର୍ବାଚିତ କରାଯାଉଥିବାବେଳେ ଟେକ୍ସାସ୍‌ରେ ୩୪ ଏବଂ ୱୋମିଙ୍ଗ୍‌ ଓ ସାଉଥ୍‌ ଡାକୋଟା ଭଳି ପ୍ରଦେଶରୁ ପ୍ରତ୍ୟେକ ୩ ଜଣ ସଦସ୍ୟଙ୍କୁ ନିର୍ବାଚିତ କରାଯାଇଥାଏ। ଅପରପକ୍ଷରେ ଚଳିତ ନିର୍ବାଚନରେ ଆମେରିକାର ବାଣିଜ୍ୟିକ ରାଜଧାନୀ ନ୍ୟୁୟର୍କ ପାଇଁ ପ୍ରସ୍ତୁତ ବାଲଟ୍‌ ପେପରରେ ଇଂରାଜୀ ବ୍ୟତୀତ ଅନ୍ୟ ଚାରିଟି ଭାଷା ଯଥା ସ୍ପାନିଶ, କୋରିଆନ୍‌, ଚାଇନିଜ୍‌ ଓ ଏକମାତ୍ର ଭାରତୀୟ ଭାଷା ଭାବେ ବଙ୍ଗଳାକୁ ସ୍ଥାନିତ କରାଯାଇଛି। ଇଂରାଜୀ ଭାଷା ଜାଣିନଥିବା ବ୍ୟକ୍ତି ଏଭଳି ଭାଷାରେ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇପାରିବେ। ଏହି ନିର୍ବାଚନରେ ଡେମୋକ୍ରାଟିକ ପାର୍ଟି କମଳା ହାରିସ୍‌ ଓ ରିପବ୍ଲିକାନ୍‌ ପାର୍ଟି ଡୋନାଲ୍ଡ ଟ୍ରମ୍ଫଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେଉଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories