www.samajalive.in
Sunday, December 14, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ: ଉଡ଼ାଣର ଠିକ୍‌ ପୂର୍ବରୁ ରନଓ୍ବେରେ ଫାଟିଗଲା ବିମାନ ଚକ, ବର୍ତ୍ତିଲେ ୧୭୪ ଯାତ୍ରୀ

ସମାଜ ଡିଜିଟାଲ ଡେସ୍କ: ଉଡ଼ାଣ ପାଇଁ ରନଓ୍ବେରେ ଗଡ଼ୁଥିଲା ବିମାନ। କିଛି ସେକେଣ୍ଡ ମଧ୍ୟରେ ଉଡ଼ାଣ କରିଥାନ୍ତା। ହେଲେ ଏହାର ଠିକ୍ ପୂର୍ବରୁ ରନଓ୍ବେରେ ଫାଟିଗଲା ବିମାନର ଏକାଧିକ ଚକ। ଚକ ଫାଟିବା ପରେ ବିମାନରୁ ହୁଗୁଳି ଏଣେତେଣେ ବିକ୍ଷିପ୍ତ ହୋଇପଡ଼ିଥିଲା। ପାଇଲଟ ତୁରନ୍ତ ବ୍ରେକ ଦେଇଥିଲେ। ଫଳରେ ରନଓ୍ବେର ଶେଷ ଭାଗରେ ଅଟକିଥିଲା ବିମାନ। ବ୍ରେକ ଲଗାଇବାରେ ୨ ସେକେଣ୍ଡ ବିଳମ୍ବ ହୋଇଥିଲେ ବିମାନଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥାଆନ୍ତା। ହେଲେ ପାଇଲଟଙ୍କ ତ୍ଵରିତ ପଦକ୍ଷେପ ଯୋଗୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ୧୭୪ ଯାତ୍ରୀ। ଆମେରିକାର ଫ୍ଲୋରିଡାର ତାମ୍ପା ଅନ୍ତର୍ଜାତୀୟ ବିମାନବନ୍ଦରରେ ଘଟିଛି ଏହି ଘଟଣା। ଏହାର ଏକ ଭିଡିଓ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଶେୟାର କରାଯାଇଛି। ଏପରି କି ଚକ ଫାଟିଯିବା ପରେ ସେହି ସ୍ଥାନରୁ ନିଆଁ ବାହାରିବା ସାଙ୍ଗକୁ ଧୂଆଁମୟ ହୋଇଯାଇଥିବା ଦେଖିବାକୁ ମିଳିଥିଲା।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories