www.samajalive.in
Saturday, December 6, 2025
15.1 C
Bhubaneswar

ସାବଧାନ୍ ; ଗୁପ୍‌ଚୁପ୍ ଖାଇଲେ ହୋଇପାରେ କର୍କଟ..

ନୂଆଦିଲ୍ଲୀ ; ଖାଦ୍ୟ ନିରାପତ୍ତା ଓ ମାନକ କର୍ତ୍ତୃପକ୍ଷ (ଏଫଏସଏସଏଆଇ)ଙ୍କ ଦ୍ୱାରା କରାଯାଇଥିବା ଏକ ଯାଞ୍ଚରୁ ଜଣାପଡିଛି ଯେ, ସାରା କର୍ଣ୍ଣାଟକ ରାଜ୍ୟରୁ ନିଆଯାଇଥିବା ଗୁପ୍‌ଚୁପ୍ ନମୁନାରୁ ପ୍ରାୟ ୨୨% ନମୁନାରେ କର୍କଟ ରୋଗ ସୃଷ୍ଟି କରୁଥିବା ତତ୍ତ୍ୱ ମିଳିଛି । ଏହି ଘଟଣା ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଦ୍ୱାରା କବାବ, କୋବି ମଞ୍ଚୁରିୟନ ଓ କିଛି ସ୍ୱତନ୍ତ୍ର ମିଠାରେ ଅପ୍ରାକୃତିକ ରଙ୍ଗ ବ୍ୟବହାରରେ ବ୍ୟାନ୍ ଲଗାଯିବାର କିଛି ଦିନ ପରେ ସାମ୍ନାକୁ ଆସିଥିଲା।

ନିକଟରେ ଏଫଏସଏସଏଆଇ ଗୁପ୍‌ଚୁପ୍ ଠେଲା ଓ କିଛି ପ୍ରସିଦ୍ଧ ଭୋଜନାଳୟରୁ ମଧ୍ୟ ନମୁନା ପରୀକ୍ଷା କରିଥିଲା । ରିପୋର୍ଟ ଅନୁଯାୟୀ, କର୍ଣ୍ଣାଟକରୁ ୭୯ ସ୍ଥାନରୁ ଗୁପ୍‌ଚୁପ୍‌ର ନମୁନା ସଂଗ୍ରହ କରାଯାଇଥିଲା । ସେଥି ମଧ୍ୟରୁ ୪୧ ନମୁନା ଅସୁରକ୍ଷିତ  ମିଳିଥିଲା । ଏଥିରେ ଅପ୍ରାକୃତିକ ରଙ୍ଗ ଓ କର୍କଟ ସୃଷ୍ଟି କାରୀ ତତ୍ତ୍ୱ ମଧ୍ୟ ମିଳିଥିଲା । ଅନ୍ୟ ୧୮ଟି ନମୁନା ଖରାପ ମାନ ଓ ଖାଦ୍ୟ ଉପଯୋଗୀ ନୁହେଁ ବୋଲି ଜଣାପଡିଥିଲା। ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ନିଆଯାଇଥିବା ନମୁନାରୁ ବିଭିନ୍ନ କେମିକାଲ୍ ମଧ୍ୟ ମିଳିଥିଲା ।

ମଙ୍ଗଳଙ୍କ ରାଶି ପରିବର୍ତ୍ତନ ; ଚମକାଇବେ ଏହି ୫ ରାଶିଙ୍କ ଭାଗ୍ୟ, ଦେବେ ଧନ, ଚାକିରି, ସଫଳତା..

- Advertisement -

ଖାଦ୍ୟ ନିରାପତ୍ତା ଆୟୁକ୍ତ ଶ୍ରୀନିବାସ କହିଛନ୍ତି, ଏଫଏସଏସଏଆଇକୁ ଅନେକ ଅଭିଯୋଗ ମିଳିବା ପରେ ଗୁପ୍‌ଚୁପ୍‌ର ମାନ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସେ କହିଥିଲେ, ଗୁପ୍‌ଚୁପ୍ ଏକ ଲୋକପ୍ରିୟ ଖାଦ୍ୟ ହୋଇଥିବାରୁ ଏହାର ମାନ ନେଇ ଅନେକ ଅଭିଯୋଗ ମିଳିଥିଲା । ଏହାପରେ କର୍ଣ୍ଣାଟକରୁ ସମସ୍ତ ପ୍ରକାର ଦୋକାନ, ରାସ୍ତା କଡରେ ବିକ୍ରି ହେଉଥିବା, ଭୋଜନାଳୟ ଓ ପ୍ରସିଦ୍ଧ ରେସ୍ତୋରାଁରୁ ମଧ୍ୟ ଗୁପ୍‌ଚୁପ୍ ନମୁନା ପରୀକ୍ଷା ପାଇଁ ନିଆଯାଇଥିଲା ।
ନମୁନା ପରୀକ୍ଷା ପରେ ଜଣାପଡିଥିଲା, ଅଧିକାଂଶ ନମୁନା ଖାଇବା ଉପଯୋଗୀ ନୁହେଁ । ଅଧିକ ତଥ୍ୟ ସଂଗ୍ରହ ପାଇଁ ନମୁନାର ଆହୁରି ବିଶ୍ଲେଷଣ କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି।

ଏହି ଅପ୍ରାକୃତିକ ରଙ୍ଗ ସେବନ କରିବା ଦ୍ୱାରା ପେଟ ଖରାପ ହେବା ଠାରୁ ଆରମ୍ଭ କରି ହୃଦୟ ଜନିତ ସହ ଅନ୍ୟ ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ଅଧିକ ଥାଏ । କିଛି ଖାଦ୍ୟ ବୃକ୍‌କ ଖରାପ ହେବାର କାରଣ ପାଲଟିଥାଏ । ଏସବୁ ଜିନିଷ ଖାଦ୍ୟରେ ବ୍ୟବହାର କରାଯିବାର କୌଣସି ଆବଶ୍ୟକତା ନାହିଁ । କେବଳ ଖାଦ୍ୟକୁ ଆକର୍ଷଣୀୟ କରିଥାଏ ।
ଏଫଏସଏସଏଆଇ କର୍ଣ୍ଣାଟକରୁ ୨୦୦ରୁ ଅଧିକ ବସ୍ ଷ୍ଟାଣ୍ଡରୁ ୭ ଶହରୁ ଅଧିକ ଦୋକାନର ଯାଞ୍ଚ କରିଥିଲେ । କିଛି ଦୋକାନରୁ ଏଭଳି ଜିନିଷ ମିଳିଥିଲା (ଚିପ୍ସ, ମୃଦୁ ପାନୀୟ, ଜୁସ୍‌, ବିସ୍କୁଟ) ଯାହାର ସମୟ ଅବଧି ଶେଷ ହୋଇଯାଇଥିଲା । ସେହି ଦୋକାନ୍‌କୁ ବନ୍ଦ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories