www.samajalive.in
Friday, December 5, 2025
17.1 C
Bhubaneswar

ସାପ ପାଇଁ ଅନ୍ଧାର ରହିଲା ସହର

ସମାଜ ଡିଜିଟାଲ ଡେସ୍କ: ସାପ ପାଇଁ ସହର ଅନ୍ଧାର ରହିଲା। ୧୧ ହଜାରରୁ ଅଧିକ ପରିବାର ବିଦ୍ୟୁତ ସେବାରୁ ବଞ୍ଚିତ ହେଲେ। ତାହା ବି ପୁଣି ଆମେରିକା ଭଳି ଦେଶର ଏକ ସହରରେ। କଥାଟି ଟିକେ ଅଡୁଆ ଲାଗୁଥାଇପାରେ। ସାପ ପାଇଁ କେମିତି ସହର ଅନ୍ଧାର ହୋଇଯିବ ? ସାଧାରଣରେ ଏହି ପ୍ରଶ୍ନ ଉଠିବା ସ୍ଵାଭାବିକ କଥା। କିନ୍ତୁ ଗତ ଶନିବାର ଏଭଳି ଏକ ଘଟଣା ଘଟିଛି ଆମେରିକାର ଭର୍ଜିନିଆ ସହରରେ। ଘଟଣାଟି ଏପରି…

ଆମେରିକା ଭଳି ଦେଶର ସହରରେ ୨୪ ଘଣ୍ଟିଆ ବିଦ୍ୟୁତ ସେବା ମିଳିଥାଏ। କଦବା କ୍ଵଚିତ ବିଦ୍ୟୁତ କଟିଥାଏ। କିନ୍ତୁ ଶନିବାର ରାତିରେ ହଠାତ୍‌ ଭର୍ଜିନିଆ ସହରରେ ବିଦ୍ୟୁତ ଚାଲିଯାଇଥିଲା। ଲୋକେ ଭାବିଲେ ସାମାନ୍ୟ ସମସ୍ୟା ହୋଇଥିବ, ଅଳ୍ପ ସମୟ ମଧ୍ୟରେ ବିଦ୍ୟୁତ ଚାଲି ଆସିବ। କିନ୍ତୁ ଚାହୁଁ ଚାହୁଁ ଦେଢ଼ ଘଣ୍ଟା ବିତିଗଲା, ବିଦ୍ୟୁତ ଆସିଲା ନାହିଁ। ସେପଟେ ବିଦ୍ୟୁତ କଟିବାର କାରଣ ବି କର୍ମଚାରୀଙ୍କୁ ତୁରନ୍ତ ଜଣାପଡ଼ି ନ ଥିଲା। କିଛି କର୍ମଚାରୀ ଯେତେବେଳେ ହାଇ-ଭୋଲଟେଜ ଟ୍ରାନ୍ସଫର୍ମର ବସିଥିବା ଅଞ୍ଚଳକୁ ଯାଇ ଦେଖିଲେ ସେତେବେଳେ ଯାଇ ବିଦ୍ୟୁତ କଟିବାର ଅସଲ କାରଣ ଜାଣିବାକୁ ପାଇଥିଲେ। କାରଣଟି ଥିଲା ସାପ।

- Advertisement -

ହାଇ-ଭୋଲଟେଜ ଟ୍ରାନ୍ସଫର୍ମର ବସିଥିବା କ୍ଷେତ୍ର ଭିତରେ ଏକ ସାପ ପଶିଯାଇଥିଲା। ପରେ ସାପଟି ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସିଯିବାରୁ ସର୍ଟସର୍କିଟ୍ ହୋଇ ବିଦ୍ୟୁତ କଟିଯାଇଥିଲା। ପ୍ରାୟ ଦେଢ଼ ଘଣ୍ଟା ପରେ ମରାମତି କାମ ସରିବା ପରେ ବିଦ୍ୟୁତ ସଂଯୋଗ ଦିଆଯାଇଥିଲା। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ସହରରେ ପ୍ରାୟ ୧୧ ହଜାର ୭୦୦ ପରିବାର ଅନ୍ଧାରରେ ରହିଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories