www.samajalive.in
Saturday, December 6, 2025
14.1 C
Bhubaneswar

କଟକରେ ସିମ୍‌ ବକ୍ସ ଠାବ, ବାଂଲାଦେଶରୁ ଭୁବନେଶ୍ଵର ଆସୁଥିଲା ହାଓ୍ବାଲା ଟଙ୍କା

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ଵର ପରେ ଏବେ କଟକରେ ଠାବ ହୋଇଛି ସିମ୍‌ ବକ୍ସ ସେଟଅପ୍‌। ମଧୁପାଟଣା ଥାନା ଅନ୍ତର୍ଗତ ରାଜେନ୍ଦ୍ରନଗରରେ ଥିବା ଏକ ଘରୁ ରବିବାର ପୁଲିସ ସିମ୍ ବକ୍ସ ଠାବ କରିଛି। ଭୁବନେଶ୍ଵରରେ ସିମ୍‌ ବକ୍ସ ଠାବ ହେବା ଘଟଣାରେ ଗିରଫ ଅଭିଯୁକ୍ତ ରାଜୁ ମଣ୍ଡଳକୁ ଧରି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ଖୋଳତାଡ଼ କରୁଛି। ରାଜୁକୁ ପୁଲିସ ୫ ଦିନିଆ ରିମାଣ୍ଡରେ ଆଣି ଜେରା କରୁଥିବାବେଳେ କଟକରେ ବି ସିମ୍ ବକ୍ସ ଅପରେଟ୍‌ ହେଉଥିବା ତଥ୍ୟ ମିଳିଥିଲା। ତାହାକୁ ଆଧାର କରି ପୁଲିସ ରାଜେନ୍ଦ୍ର ନଗରରେ ଚଢ଼ାଉ କରି ସିମ୍‌ ବକ୍ସ ଠାବ କରିଛି।

କଟକରୁ ଠାବ ହୋଇଥିବା ସିମ୍ ବକ୍ସ ଜରିଆରେ ହାଓ୍ବାଲା କାରବାର ଚାଲୁଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ହାଓ୍ବାଲା ଜରିଆରେ ବାଂଲାଦେଶରୁ ନଗଦ ଟଙ୍କା ଭୁବନେଶ୍ଵର ଆସୁଥିବା ଜଣାପଡ଼ିଛି। ଏକ କାଠ ଆଲମାରିରେ ସିମ୍ ବକ୍ସକୁ ରଖି କାର୍ଯ୍ୟ ଚାଲିଥିଲା। ଯାହା ବି ଟଙ୍କା ନେଣଦେଣ ହେଉଥିଲା ସେସବୁ ନଗଦ ଆକାରରେ ହେଉଥିବା ଜଣାପଡ଼ିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories