www.samajalive.in
Saturday, December 6, 2025
26.1 C
Bhubaneswar

୨ କୋଟିର ଘର କିଣିଲେ ଟ୍ରକ ଡ୍ରାଇଭର

ସମାଜ ଡିଜିଟାଲ ଡେସ୍କ: ଭାରତରେ ନିଜ ପାଇଁ ଘରଟିଏ ତିଆରି କରିବା ହେଉ କି କିଣିବା ଭାରି କଷ୍ଟକର। ଭଲ ରୋଜଗାର ଥାଇ ବି ଅନେକେ ଘର କିଣିପାରି ନ ଥାନ୍ତି। କିନ୍ତୁ ଜଣେ ଟ୍ରକ ଡ୍ରାଇଭର କିଣିଛନ୍ତି ୨ କୋଟି ମୂଲ୍ୟର ୫ ବିଏଚକେ ଘର। ତେବେ ସେ ଭାରତରେ ଏହି ଘର କିଣିନାହାନ୍ତି। ଆମେରିକାରେ କିଣିଛନ୍ତି ବିଳାସପୂର୍ଣ୍ଣ ଘର। ମାତ୍ର ଡ୍ରାଇଭର ଜଣକ ହେଉଛନ୍ତି ଭାରତୀୟ।

ଏହି ଖବର ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ବ୍ୟବହାରକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଛି। ଅନେକ ବ୍ୟବହାରକାରୀ ଡ୍ରାଇଭରଙ୍କ ଘର ଦେଖି ପ୍ରଶଂସା କରିଥିବାବେଳେ ଆଉ କିଛି ଭାରତରେ ଲୋକଙ୍କ ଜୀବନଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି।

- Advertisement -

ଭାଇରାଲ ହେଉଥିବା ଭିଡିଓରେ ଜଣେ ବ୍ୟକ୍ତି ଏକ ସୁନ୍ଦର ଘର ଦେଖାଉଛନ୍ତି। ସେ କହୁଛନ୍ତି ଯେ, ଦୀପାବଳି ସମୟ​‌ରେ ସେ ଏହି ଘର କିଣିଛନ୍ତି। ଘର ଗ୍ୟାରେଜରେ ଦାମୀ ବାଇକ ଏବଂ ୪ ଚକିଆ ଗାଡ଼ି ଥିବା ଦେଖାଯାଉଛି। ୩ ହଜାର ବର୍ଗଫୁଟରେ ଏହି ଘର ତିଆରି ହୋଇଛି।

ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ଆମେରିକାରେ ଜଣେ ଟ୍ରକ ଡ୍ରାଇଭରଙ୍କ ଗ୍ୟାରେଜରେ ଜିପ କମ୍ପାସ ଅଛି। ହେଲେ ଭାରତରେ ଆଇଆଇଟି/ଆଇଆଇଏମ ପଢ଼ି ଚାକିରି କରିବା ସତ୍ବେ ବୋଧହୁଏ ନୋଏଡାରେ ୩ ବିଏଚକେ ଘର କିଣିବା କଷ୍ଟକର ହୋଇପଡ଼ୁଛି।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories