ମହଙ୍ଗା ହେଲା ଏୟାରଟେଲ ରିଚାର୍ଜ ପ୍ଲାନ୍

ନୂଆଦିଲ୍ଲୀ : ୩ ଜୁଲାଇରୁ ନିଜ ମୋବାଇଲ ରିଚାର୍ଜ ପ୍ଲାନର ଦାମ୍ ବୃଦ୍ଧି କରିବାକୁ ଯାଉଛି ଏୟାରଟେଲ୍ । ଏନେଇ ସୂଚନା ଦେଇଛି ଭାରତୀ ଏୟାରଟେଲ୍ । ଉତ୍ତମ ନେଟଓ୍ବର୍କ ଓ ସେବା ପ୍ରଦାନ କରିବା ପାଇଁ ପ୍ରତି ଗ୍ରାହକଙ୍କଠୁ ହାରାହାରି ୩୦୦ ଟଙ୍କା ଆୟ ଜରୁରି ବୋଲି କମ୍ପାନୀ ସୂଚନା ଦେଇଛି । କମ୍ପାନୀ ଏହା ମଧ୍ୟ କହିଛି କି ଏହି ବୃଦ୍ଧି ବହୁତ କମ୍, ପ୍ରତିଦିନ ଅନୁସାରେ ୭୦ ପଇସାରୁ ମଧ୍ୟ କମ୍ ।

ନିକଟରେ ରିଲାଏନ୍ସ ଜିଓ ମଧ୍ୟ ନିଜ ପ୍ରିପେଡ୍ ଓ ପୋଷ୍ଟପେଡ୍ ପ୍ଲାନର ଦାମ୍ ବୃଦ୍ଧି କରିଛି । ଏହି ବୃଦ୍ଧି ୩ ଜୁଲାଇରୁ ଲାଗୁ ହେବ ।  ଏୟାରଟେଲ୍ ନିଜ ଟାରିଫ୍ ପ୍ଲାନରେ ସାମାନ୍ୟ ବୃଦ୍ଧି କରିଛି ଏବଂ ଗ୍ରାହକଙ୍କ ଉପରେ ଏହାର ଯେପରି ଏହାର ପ୍ରଭାବ ପଡିବନି ସେଥିପ୍ରତି ମଧ୍ୟ କମ୍ପାନୀ ଧ୍ୟାନ ଦେଇଛି ।

Comments are closed.