www.samajalive.in
Sunday, December 7, 2025
13.1 C
Bhubaneswar

ବିପଦସଙ୍କୁଳ ଅବସ୍ଥାରେ ନାଗାବଳୀ ନଦୀ ପୋଲକୁ ଲାଗିଥିବା ରାସ୍ତା, ଅଞ୍ଚଳବାସୀ ଭୟଭୀତ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁରରେ ନୂଆ ତିଆରି ହୋଇଥିବା ପୋଲ ପାର୍ଶ୍ୱର ରାସ୍ତା(ଆପ୍ରୋଚ ରୋଡ୍‌) ଫାଟି ଆଁ କରିବା ସହ ଦବି ରହିଛି। ଏଥିସହ ପଥର ପେକିଙ୍ଗ ମଧ୍ୟ ଦବି ଯାଇଥିବା ଦେଖିବାକୁ ମିଳିଛି, ଯାହାକୁ ନେଇ ଅଞ୍ଚଳବାସୀ ଭୟଭୀତ ଅଛନ୍ତି । ନାଗାବଳୀ ନଦୀର ପୋଲ ଦେଇ ଅନେକ ଯାନବାହାନ ଯାତାୟତ କରୁଥିବାବେଳେ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ମଧ୍ୟ ଯାତାୟତ କରିଥାନ୍ତି । ଦୁଇ ଦିନ ହେଲା ବର୍ଷା ଲାଗି ରହିଥିବାରୁ ପୋଲକୁ ଲାଗିଥିବା ରାସ୍ତା ଫାଟି ଆଁ କରିଥିବାବେଳ ରାସ୍ତାଟି ଦବିଦବି ଯାଉଛି । ଅନ୍ୟପଟେ ପଥର ପେକିଙ୍ଗ ମଧ୍ୟ ଦବି ଯାଇଛି । ଏହିରାସ୍ତା ଦେଇ ବଡବଡ ଯାନବାହାନ ଯାତାୟତ କରୁଛି କେତେବେଳେ ରାସ୍ତାଟି ଦବିଯାଇ ଗର୍ତ୍ତ ସୃଷ୍ଟି ହୋଇଯିବ ତାହା କହି ହେବନି । ଯଦି ଗର୍ତ୍ତ ହୋଇଯାଏ, ତାହେଲ କଲ୍ୟାଣସିଂହପୁର ରାୟଗଡା ଯାତାୟତ ରାସ୍ତାଟି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯିବ । ବର୍ଷା ଦିନ ଆରମ୍ଭ ହୋଇଗଲାଣି, ତେଣୁ ଯଦି ତୁରନ୍ତ ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ନ ଦିଏ କଲ୍ୟାଣସିଂହପୁର ବାସିନ୍ଦା ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେବେ ବୋଲି ଅଞ୍ଚଳବାସୀ କହିଛନ୍ତି । ଏହି ପୋଲ ଓ ରାସ୍ତା କାମ ସମୟରେ ପ୍ରଶାସନ ସଠିକ ତଦାରଖ ନ କରିବାରୁ ଠିକାଦାର ନିଜ ଇଛା ଅନୁଯାୟୀ ତରବରିଆ ଭାବେ କାମ ସମ୍ପୂର୍ଣ୍ଣ କରିଥିବାରୁ ବାରମ୍ବାର ଏଭଳି ପୋଲ ନିକଟ ରାସ୍ତା ଓ ପଥର ପେକିଙ୍ଗ ଦବି ଯାଉଛି । ଠିକ୍ ଏହିଭଳି ଗତବର୍ଷ ମଧ୍ୟ ପୋଲର ଉଭୟ ପାର୍ଶ୍ୱରେ ଗାର୍ଡଓ୍ବାଲ ଦବି ଯାଇଥିଲା । ଗଣମାଧ୍ୟମରେ ଖବର ପ୍ରସାରଣ ପରେ ତରବରିଆ ଭାବେ ଉକ୍ତ ଠିକାଦାର ପୁଣି ନିମ୍ନମାନର ଗାର୍ଡଓ୍ବାଲ ତିଆରି କରି ପୋଲର ଉଭୟ ପାର୍ଶ୍ୱରେ ପଥର ପେକିଙ୍ଗ କରି ଛାଡ଼ିଦେଲେ, ତାହା ପୁଣି ଏବେ ଦବିବାରେ ଲାଗିଛି । ଏହା ଦେଖି ଅଞ୍ଚଳବାସୀ ଭୟଭୀତ ହୋଇ ପଡ଼ିଛନ୍ତି ।

ପ୍ରକାଶ ଥାଉକି, ଗତ ୨୦୧୭ ମସିହା ଜୁଲାଇ ୧୬ ତାରିଖରେ ବାଦଲଫଟା ବର୍ଷା ହୋଇଥିବାରୁ କଲ୍ୟାଣସିଂହପୁର ବ୍ଲକରେ ବନ୍ୟା ହୋଇ ଧନ ସମ୍ପତ୍ତି ନଷ୍ଚ ହେବା ସାଙ୍ଗକୁ ପାଞ୍ଚଟି ପୋଲ ଭାସି ଯାଇଥିଲା । କଲ୍ୟାଣସିଂହପୁର ସଦର ମହକୁମା ନାଗାବଳୀ ନଦୀର ପୋଲଟି ବହୁ ପୁରୁଣା ଓ ଦୁର୍ବଳ ହୋଇଥିବାରୁ ସରକାରଙ୍କ ପକ୍ଷରୁ ଅନ୍ୟପଟେ ନୂତନ ପୋଲ ନିର୍ମାଣ କରାଗଲା । କଲ୍ୟାଣସିଂହପୁରଠାରୁ ରାୟଗଡା ଯିବାକୁ ଏହି ରାଜ୍ୟ ରାଜପଥ ହୋଇଥିବାବେଳେ ଏହି ପୋଲ ଦେଇ ଅନେକ ଛୋଟବଡ଼ ଯାନବାହାନ ଓ ସ୍କୁଲ ଛାତ୍ରଛାତ୍ରୀ ନିତିଦିନିଆ ଯାତାୟାତ କରଥାନ୍ତି । ତୁରନ୍ତ ଜିଲା କର୍ତ୍ତୃପକ୍ଷକ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ଏ ନେଇ ପୂର୍ତ୍ତ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନି ।

- Advertisement -

ସୂଚନାଯୋଗ୍ୟ, ୨୦୨୩ ମସିହା ଜୁଲାଇ ୩୧ ତାରିଖରେ ଉପରସାଜା ଗ୍ରାମରେ ନିର୍ମାଣାଧୀନ କଲଭର୍ଟ ଭୁଶୁଡି ୪ଶିଶୁ ସମେତ ଜଣେ ଯୁବକ ମୋଟ ୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ବାଳକ ଉଦ୍ଧାର ହୋଇଥିଲା ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories