ଉତ୍ତରପ୍ରଦେଶରେ ଝଡ଼ ବର୍ଷା: ୧୨ ମୃତ

0

ଆଗ୍ରା : ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ବୁଧବାର ରାତିରେ ଝଡବର୍ଷା ହୋଇ ୧୨ଜଣଙ୍କର ମୃତ୍ୟୁ ହୋଇଛି। ଇଟାୱାରେ ୪ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମଥୁରାରେ ୩ ଜଣ ଓ ଫିରୋଜାବାଦରେ ୨ଜଣଙ୍କର ମୃତ୍ୟୁ ହୋଇଛି। ଆଗ୍ରା, ଆଲିଗଡ, କାନପୁରରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ବୁଧବାର ରାତିରେ ଦିଲ୍ଲୀ ଓ ହରିୟାଣାରେ ମଧ୍ୟ ପ୍ରବଳ ବର୍ଷା ହୋଇଥିବା ଜଣାଯାଇଛି। ଝଡ ବର୍ଷା ପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଥିଲା। ତେବେ ଆଇଏମଡିର ବାରମ୍ବାର ସତର୍କ ସୂଚନା ଦିଆଯିବାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି। କାରଣ ଆଇଏମଡିର ପୂର୍ବାନୁମାନ ଠିକ୍‌ ପ୍ରମାଣିତ ହେଉ ନାହିଁ।

Leave A Reply