www.samajalive.in
Sunday, December 7, 2025
26.1 C
Bhubaneswar

ଗୁରୁବାର ରାଶିଫଳ

ମେଷ: ବନ୍ଧୁମାନଙ୍କ ଠାରୁ ସହଯୋଗ ମିଳିବ। ପ୍ରୀତି ଲାଭ କରିପାରନ୍ତି। ଦାନ-ପୁଣ୍ୟରେ ମନୋନିବେଶ କରି ସୁ୍‍ଖ ଅନୁଭବ କରିବେ। ସନ୍ମାର୍ଗୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନାନା ବିଭିବରେ ମଣ୍ଡିତ ହୋଇପାରନ୍ତି।

ବୃଷ: ହଠାତ୍‍ କିଛି ଘଟଣା ଘଟିପାରେ, ଅସୁଖୀ ହୋଇପାରନ୍ତି। ଅଷ୍ଟମ ଚନ୍ଦ୍ର ହେତୁ ସାମାନ୍ୟ ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ବିନୀତ ସ୍ୱଭାବର ହେବେ। ଶାସ୍ତ୍ରାଭ୍ୟାସୀ ହୋଇପାରନ୍ତି। ସ୍ତ୍ରୀ ଧନ ହେତୁ ସୁଖୀ ହେବେ। ମନ୍ତ୍ରଣାଦାତା ହେବେ।

- Advertisement -

ମିଥୁନ: ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରି ଖୁସି ହୋଇପାରନ୍ତି। ବନ୍ଧୁ ସୁଖ ମିଳିପାରେ। ପାରିବାରିକ ପ୍ରିୟା-ପ୍ରୀତି ଅବ୍ୟାହତ ରହିବ। ଜୀବନଟି ପ୍ରଗତିଶୀଳ ହୋଇପାରେ। ସ୍ୱାଭିମାନୀ ହୋଇ ଜୀବନ ଶୈଳୀକୁ ସଚଳ ରଖିବେ।

କର୍କଟ: ଲାଗି ରହିଥିବା ବିବାଦର ସୁ ସମାଧାନ ହୋଇପାରେ। ସାମୟିକ ଭାବେ ଆତ୍ମଗୋପନ କରିପାରନ୍ତି। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ସୌଭାଗ୍ୟ ଉଦୟ ହେବାର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ​‌େର ଦ୍ୱନ୍ଦ୍ୱର ସମ୍ମୁଖୀନ ହେବେ।

ସିଂହ: ପ୍ରସ୍ତୁତ କରିଥିବା ଯୋଜନା ଆପଣଙ୍କ ପକ୍ଷେ ଆନନ୍ଦଦାୟକ ହେବ। ଚିନ୍ତାଗ୍ରସ୍ତ ହୋଇପାରନ୍ତି। ଭ୍ରମଣ ଯୋଗ ଅଛି। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ରାଜତୁଲ୍ୟ ହେବେ। ଆତ୍ମସନ୍ତୋଷ ଲାଭ କରିବେ। ଉତ୍ସାହିତ ହେବେ। ପରୋପକାରୀ ହେବେ।

କନ୍ୟା: ଆର୍ଥିକ ସ୍ଥିତିରେ ଉନ୍ନତି ଦେଖାଦେବ। ଦ୍ରବ୍ୟ ନଷ୍ଟରୁ ଉଧୁରି ଯାଇପାରନ୍ତି।ା ଚିନ୍ତାଧାରା ଉନ୍ନତମାନର ହେବ। ବିଭିନ୍ନ ସ୍ତରରେ ସମ୍ମାନିତ ହେବେ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ।

ତୁଳା: ବ୍ୟବସାୟଜନିତ ଲାଭ ଆଶାରେ ଉତ୍ସାହିତ ହୋଇ ଅଧିକ ଅର୍ଥ ବିନିଯୋଗ ଓ ପରିଶ୍ରମ କରିପାରନ୍ତି। ଧୈର୍ଯ୍ୟ ରଖି ନ ପାରିଲେ ଆଶା-ନିରାଶାରେ ପରିଣତ ହୋଇପାରେ। ଘାତଚନ୍ଦ୍ର ହେତୁ ପ୍ରତ୍ୟେକ କାର୍ଯ୍ୟରେ ଓ ଯାନବାହନରେ ସତର୍କ ହେବେ।

ବିଛା: ଆଶାବାଦୀ ହୋଇପାରନ୍ତି। କାର୍ଯ୍ୟକ୍ଷେତ୍ର ସମସ୍ୟା ବହୁଳ ହୋଇପାରେ। ଶାସ୍ତ୍ରପଟୁ ହେବେ। ପୁଣ୍ୟ ଦେହୀ ହୋଇପାରନ୍ତି। ସୁବର୍ଣ୍ଣାଦିଯୁକ୍ତ ହେବେ। ରାଜବଂଶ ପୂଜିତ ହୋଇପାରନ୍ତି। କଥାଶୈଳୀ ସରସ ମଧୁର ହେବ। ନିପୁଣ ଓ ପ୍ରଗଳ୍ଭ ହେବେ।

ଧନୁ: କାର୍ଯ୍ୟକ୍ଷେତ୍ରରେ ଅର୍ଥ ବିନିଯୋଗ କରିପାରନ୍ତି। କର୍ମକ୍ଷେତ୍ର ଉତ୍ସାହଜନକ ହେବ। ଦୀର୍ଘ ଦିନର ଆଶା ପୂରଣ ହେବ। ବାତାବରଣ ଉନ୍ମୁକ୍ତ ଥିବାରୁ କାର୍ଯ୍ୟରେ ସଫଳତା ଲାଭ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସର୍ବ ସୁଖ ଆଶାକରାଯାଏ।

ମକର: ପ୍ରତିଦ୍ୱନ୍ଦ୍ୱିତାରେ ବିଜୟ ଲାଭ କରିବେ। ଧନକ୍ଷୟ ହେବାର ସମ୍ଭାବନା ଅଛି। ବ୍ୟବସାୟ ଲାଭଜନକ ହେବ। କାର୍ଯ୍ୟ କରିବାକୁ ଉତ୍ସାହିତ ହୋଇପାରନ୍ତି। ସମାର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଧନାଗମ ହେବାର ସମ୍ଭାବନା ଅଛି।

କୁମ୍ଭ: ଦିନସାରା କାର୍ଯ୍ୟ ବ୍ୟସ୍ତ ରହିବେ। ନାନା ସୁଖର ଅଧିକାରୀ ହୋଇପାରନ୍ତି। ବିଶାଳ ଯଶର ଅଧିକାରୀ ହେବେ। ଦାନ-ଧର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଶତ୍ରୁକୁ ପରାସ୍ତ କରି ଆତ୍ମସନ୍ତୋଷ ଲାଭ କରିବେ। ଧନଲାଭ ହେବାର ସୂଚନା ମିଳୁଛି।

ମୀନ: ସାମାନ୍ୟ ମାତ୍ରାର ଶାରୀରିକ କଷ୍ଟ ଭୋଗିପାରନ୍ତି; ମାତ୍ର କାର୍ଯ୍ୟରେ ସଫଳତା ଲାଭ କରିବେ। ଶାନ୍ତି-ସନ୍ତୋଷରେ ଦିନଟି ଅତିବାହିତ ହେବ। ଆମୋଦ-ପ୍ରମୋଦରେ ଦିନ ବିତାଇ ପାରନ୍ତି। ସତ୍‍ସଙ୍ଗୀ ହୋଇ ଜନ ସମାଜର ଆଦରଣୀୟ ହେବେ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories