ଉତ୍ତର-ପୂର୍ବ ଭାରତରେ ଝଡ଼ବର୍ଷା ନେଇ ସତର୍କ ସୂଚନା

0

ନୂଆଦିଲ୍ଲୀ : ଉତ୍ତର-ପୂର୍ବ ଭାରତର ଅଧିକାଂଶ ରାଜ୍ୟରେ ମଙ୍ଗଳବାର ଝଡବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସତର୍କ ସୂଚନା ଜାରି କରିଛି। ସୋମବାର ଜାରି କରାଯାଇଥିବା ସତର୍କ ସୂଚନା ଅନୁଯାୟୀ ଜାମ୍ମୁ-କାଶ୍ମୀର, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ହରିୟାଣା, ଦିଲ୍ଲୀ, ଚଣ୍ଡିଗଡ, ଉତ୍ତରପ୍ରଦେଶର ପଶ୍ଚିମାଞ୍ଚଳ, ସିକିମ୍‌ ଓ ପଶ୍ଚିମ ବଙ୍ଗରେ ଏହି ଘୂର୍ଣ୍ଣିଝଡ ହେବ। ଏହା ସହିତ ପଞ୍ଜାବ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ, କର୍ଣ୍ଣାଟକର ଦକ୍ଷିଣ ଆଭ୍ୟନ୍ତରୀଣ, ତାମିଲନାଡୁ, କେରଳ, ଓଡିଶା, ତେଲଙ୍ଗାନା ଆଦି ରାଜ୍ୟରେ ଝଡ ବର୍ଷା ହେବାର ଆଶଙ୍କା ରହିଛି। ଝଡବର୍ଷା ସତର୍କ ସୂଚନାକୁ ନେଇ ଦିଲ୍ଲୀ ଓ ହରିୟାଣାରେ ମଙ୍ଗଳବାର ପାଇଁ ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି। ଝଡ ସମୟରେ ଘଣ୍ଟାପ୍ରତି ୫୦ରୁ ୭୦ କିମି ବେଗରେ ପବନ ବହିବ। ଆଇଏମଡିର ପୂର୍ବ ସୂଚନା ଅନୁଯାୟୀ ସୋମବାର ସନ୍ଧ୍ୟାରେ ରାଜସ୍ଥାନର ବିକାନେରରେ ଧୂଳିଝଡ ହୋଇଥିଲା। ଝଡର ପ୍ରଭାବ ଏତେ ଅଧିକ ଥିଲା ଯେ ଘରୁ ବାହାରିକା ସମ୍ଭବ ହୋଇପାରି ନଥିଲା।

Leave A Reply