ପୁରୀରେ ହେବନି ବିଜୟ ଉତ୍ସବ, ନିର୍ଦେଶ ଜାରି କଲେ ଜିଲାପାଳ

ପୁରୀ: ପୁରୀରେ ନରେନ୍ଦ୍ର ପୁଷ୍କରଣୀରେ ବାଣ ବିସ୍ଫୋରଣ ଘଟଣା ପରେ ନିର୍ବାଚନ ପରବର୍ତ୍ତୀ ଶୋଭାଯାତ୍ରା ଉପରେ ପୁଲିସ ଓ ଜିଲା ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ପୁରୀରେ ଭୋଟ ଗଣତି ପରବର୍ତ୍ତି ଉତ୍ସବ ପାଳନ ଉପରେ କଟକଣା ଲଗାଯାଇଛି। ବିଜୟ ଉତ୍ସବ ପାଳନ ପାଇଁ କୌଣସି ଡିଜେ, ବାଣଫୁଟା ଏବଂ ଶୋଭାଯାତ୍ରାକୁ ବାରଣ କରାଯାଇଛି। ଏ ନେଇ କୌଣସି ପ୍ରକାର ଅନୁମତି ଦିଆଯିବ ନାହିଁ ବୋଲି ପୁରୀ ଜିଲାପାଳ ନିର୍ଦେଶ ଜାରି କରିଛନ୍ତି। ଯଦି କେହି ନିୟମ ଭଙ୍ଗ କରନ୍ତି ତାହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ କହିଛନ୍ତି।

prayash

ଆସନ୍ତାକାଲି ପୁରୀରେ ବ୍ୟାପକ ପୁଲିସ ମୁତୟନ କରାଯିବ ଏବଂ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପଦକ୍ଷେପ ନିଆଯାଇଥିବା ପୁରୀ ଏସପି ସୂଚନା ଦେଇଛନ୍ତି। ଜିଲାପାଳ ଜାରି କରିଥିବା ନିର୍ଦେଶକୁ ଯେଉଁମାନେ ଅବମାନନା କରିବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁରୀ ଏସପି ପ୍ରକାଶ କରିଛନ୍ତି।

Comments are closed.