ଭୁବନେଶ୍ବରରେ ହେବ କୁକୁରଙ୍କ ପାଇଁ ମଶାଣି

ଭୁବନେଶ୍ବର: ଏଣିକି କୁକୁରମାନଙ୍କ ମୃତ୍ୟୁ ହେଲେ ‌ସେମାନଙ୍କ ମୃତଦେହ ମଶାଣିକୁ ନିଆଯିବ ଏବଂ ସେଠାରେ ସତ୍କାର କରାଯିବ। ଏଥିପାଇଁ ଭୁବନେଶ୍ବର ମହାନଗର ନିଗମ(ବିଏମସି) ପକ୍ଷରୁ ପଦକ୍ଷେପ ନିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ କୁକୁରଙ୍କ ପାଇଁ ମଶାଣି କରିବ ଭୁବନେଶ୍ବର ମହାନଗର ନିଗମ। ମଶାଣି ସ୍ଥାନ ଚିହ୍ନଟ ହୋଇଛି, ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି। ବିଏମସିର ୩ଟି ଜୋନରେ ୩ଟି ଗାଡ଼ି ବୁଲି ମଲା କୁକୁରଙ୍କୁ ମଶାଣିକୁ ନେବ ଏବଂ ସେଠାରେ ସତ୍କାର କରାଯିବ ବୋଲି ପ୍ରକାଶ କରାଯାଇଛି।

Comments are closed.