ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଜାରି, ସନ୍ଧ୍ୟା ୫ଟା ସୁଦ୍ଧା ୫୯.୬୦% ମତଦାନ ସୂଚନା

ଭୁବନେଶ୍ବର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି। ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ମୋଟ ୫୯.୬୦% ମତଦାନ ହୋଇଥିବା ସୂଚନା ମିଳିଛି।

prayash

ଓଡ଼ିଶାର ୬ଟି ଲୋକସଭା ଆସନ ସମେତ ୪୨ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ଜାରି ରହିଛି। ଅପରାହ୍ନ ୫ଟା ସୁଦ୍ଧା ୫୯.୬୦% ମତଦାନ ହୋଇଥିବାବେଳେ ସମ୍ବଲପୁରରେ ସର୍ବାଧିକ ୬୫.୯୧% ମତଦାନ ହୋଇଛି। ଅନୁଗୁଳରେ ୬୫.୧୯%, କଟକରେ ୫୩.୧୪%, ଦେଓଗଡରେ ୬୭%, ଢେଙ୍କାନାଳରେ ୫୮.୬୯%, କେନ୍ଦୁଝରରେ ୬୨.୫୯%, ଖୋର୍ଦ୍ଧାରେ ୫୪.୩୫%, ମୟୁରଭଞ୍ଜରେ ୬୧.୩୮%, ନୟାଗଡରେ ୬୧.୦୮%, ପୁରୀରେ ୬୧.୯୬% ଓ ସମ୍ବଲପୁରରେ ୬୫.୬୧% ମତଦାନ ସୂଚନା ମିଳିଛି। ବିଭିନ୍ନ ଲୋକସଭା ଓ ବିଧାନସଭା ଆସନରେ ମତଦାନ ପାଇଁ ଭୋଟରମାନେ ଲମ୍ବା ଧାଡ଼ିରେ ଠିଆ ହୋଇଛନ୍ତି।  ମତଦାନ କେନ୍ଦ୍ର ପରିସରରେ ରହିଥିବା ସମସ୍ତ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

ଆଜି ଭୁବନେଶ୍ବରରେ ହୋଇଥିବା ବିଭିନ୍ନ ବୁଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଖୋର୍ଦ୍ଧା ଜିଲାପାଳ ଚଞ୍ଚଲ ରଣା ପ୍ରମୁଖ ମତଦାନ କରିଛନ୍ତି।

Comments are closed.