ଅନୁପ୍ରବେଶ ଅପେକ୍ଷାରେ ଆତଙ୍କବାଦୀ

0

ନୂଆଦିଲ୍ଲୀ  : ଭାରତ ସୀମା ମଧ୍ୟକୁ ଅନୁପ୍ରବେଶ ପାଇଁ ଆତଙ୍କବାଦୀମାନେ ପ୍ରସ୍ତୁତ ହୋଇ ରହିଛନ୍ତି। ଆତଙ୍କବାଦୀଙ୍କ ଅନୁପ୍ରବେଶ ଦିଗରେ ପାକିସ୍ତାନ ସେନା ସହଯୋଗ କରୁଛି। ଜୈସ-ଇ-ମହମ୍ମଦ ଓ ଲସ୍କର-ଇ-ତୋଇବା ଆତଙ୍କବାଦୀମାନେ ଅନୁପ୍ରବେଶ ପାଇଁ ଅପେକ୍ଷା କରି ରହିଥିବାବେଳେ ପାକିସ୍ତାନ ସେନା ଏମାନଙ୍କୁ ସହଯୋଗର ହାତ ବଢାଇଛି। ରିପୋର୍ଟ ଅନୁଯାୟୀ ପାକିସ୍ତାନ ସେନାର ସ୍ପେସାଲ ସର୍ଭିସ ଗ୍ରୁପ୍‍ (ଏସଏସଜି) କେତେକ ବର୍ଡର ଆକ୍ସନ ଟିମ୍‍ (ବିଏଟି) ଗଠନ କରିଛି। ପାକିସ୍ତାନ ଅଧିକୃତ କାଶ୍ମୀରର ବିଭିନ୍ନ ସୀମାନ୍ତ ଘାଟିରେ ଏହି ବିଏଟିକୁ ମୁତୟନ କରାଯାଇଛି। ବିଏଟି ହେଉଛି ଏସଏସଜି ଓ ଆତଙ୍କବାଦୀଙ୍କ ମିଳିତ ବାହିନୀ। ଏହି ବିଏଟି ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ସହଯୋଗ କରିବ। ସୂଚନା ଅନୁଯାୟୀ କୃଷ୍ଣ ଘାଟି ସେକ୍ଟରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ବିଏଟି ଲକ୍ଷ୍ୟ ନିବେଶ କରିଛି। ସେହିପରି ଭୀମବେର ଗଲି ସେକ୍ଟରରେ ମଧ୍ୟ ଅନୁପ୍ରବେଶ ପାଇଁ ଯୋଜନା କରାଯାଇଛି। ଏହି ସେକ୍ଟର ସଂଲଗ୍ନ ସୀମାରେ ଭାରତର ସୁରକ୍ଷା ବ୍ୟବସ୍ଥାକୁ ଏସଏସଜି କମାଣ୍ଡୋମାନେ ଅନୁଧ୍ୟାନ କରିଛନ୍ତି।

Leave A Reply