www.samajalive.in
Monday, December 15, 2025
24.1 C
Bhubaneswar

ଖାଆନ୍ତୁ ନାହିଁ ଅନାବଶ୍ୟକ ଭିଟାମିନ୍ ଏବଂ ମିନେରାଲ୍ ଔଷଧ : କ୍ଷୀର ନପିଇ ପାଆନ୍ତୁ କ୍ୟାଲସିୟମ୍ , ଡାଲି ଏବଂ ରାଜମାରୁ ପାଆନ୍ତୁ ମ୍ୟାଗ୍ନେସିୟମ୍

ସମାଜ ବ୍ୟୁରୋ : ୪୦ ବର୍ଷ ବୟସ ପରେ, ଶରୀରରେ ଅଧିକାଂଶ ଅଭାବ ଔଷଧ ପାଇଁ ନୁହେଁ, ବରଂ ଖାଦ୍ୟର ଅଭାବ ପାଇଁ ଆରମ୍ଭ ହୁଏ । ଶରୀର ପାଇଁ ପ୍ରକୃତ ପୁଷ୍ଟିସାର ଖାଦ୍ୟରୁ ଆସିଥାଏ, କାରଣ ଖାଦ୍ୟରେ ଫାଇବର, ସୁସ୍ଥ ଚର୍ବି ବା ଫ୍ୟାଟ୍‌ , ଖଣିଜ ପଦାର୍ଥ ଏବଂ ଉଦ୍ଭିଦ ଯୌଗିକ ଥାଏ । ଯାହା ଶରୀରକୁ , ପୋଷକ ତତ୍ତ୍ୱକୁ ଭଲ ଭାବରେ ଅବଶୋଷିତ କରିବାରେ ଏବଂ ପାର୍ଶ୍ୱ ପ୍ରତିକ୍ରିୟା ବା ସାଇଡ୍‌ ଇଫେକ୍ଟ ହ୍ରାସ କରିବାରେ ସାହାଯ୍ୟ କରେ। ଔଷଧ ସେତେବେଳେ ଆବଶ୍ୟକ ଯେତେବେଳେ ଡାକ୍ତରୀ ପରୀକ୍ଷା ରିପୋର୍ଟ ଆପଣଙ୍କ ଶରୀରରେ ପ୍ରକୃତ ଅଭାବ ସୂଚାଇଥାଏ । ନହେଲେ ଆପଣଙ୍କ ଶରୀରକୁ ଆବଶ୍ୟକ ଦୈନନ୍ଦିନ ପୁଷ୍ଟିସାର ଆପଣଙ୍କ ଖାଦ୍ୟରୁ ପୂରଣ କରାଯାଇପାରିବ। ତେବେ ଜାଣନ୍ତୁ କେଉଁ ଭିଟାମିନ୍ ପାଇଁ କେଉଁ ଖାଦ୍ୟ ଖାଇବା ଆବଶ୍ୟକ

୧. ଅଳସୀ ମଞ୍ଜିରୁ ପାଆନ୍ତୁ ଓମେଗା-୩

- Advertisement -

ଗୋଟିଏ ଚାମଚ ଅଳସୀ ମଞ୍ଜିର ପାଉଡର ଆପଣଙ୍କ ଶରୀର ପାଇଁ ଆବଶ୍ୟକ ଓମେଗା-୩ ପ୍ରାୟ ୧୦୦% ପୂରଣ କରେ । ଆପଣ ଏହାକୁ ଦହି କିମ୍ବା ପନିପରିବା ଓ ଉପମା ସହିତ ଖାଇପାରିବେ ।

୨. କ୍ଷୀର ନପିଇ ପାଆନ୍ତୁ କ୍ୟାଲସିୟମ

ପ୍ରତିଦିନ ଦୁଇଟି ରାଗି ରୁଟି, ୧୦୦ ଗ୍ରାମ ବସା ଦହି ଏବଂ ସବୁଜ ପନିପରିବା ଖାଇବା ଦ୍ୱାରା ଶରୀରକୁ ଆବଶ୍ୟକ କ୍ୟାଲସିୟମର ୫୦-୬୦% ମିଳିଥାଏ।

୩. ଡାଲି/ରାଜମାରୁ ପାଆନ୍ତୁ ମ୍ୟାଗ୍ନେସିୟମ

ଗୋଟିଏ ପାତ୍ର ଡାଲି/ରାଜମା ସହିତ ଦୁଇ ଚାମଚ କଖାରୁ ମଞ୍ଜି ଖାଆନ୍ତୁ। ଏହା ଆପଣଙ୍କ ଶରୀରର ମ୍ୟାଗ୍ନେସିୟମ ଆବଶ୍ୟକତାର ୫୦% ପୂରଣ କରେ । ଏଥିରେ ଯଦି ୨୦ ଗ୍ରାମ ଡାର୍କ ଚକୋଲେଟ୍ ମିଶାଇ ଖାଆନ୍ତି ତେବେ ଏହା ୭୦% ମ୍ୟାଗ୍ନେସିୟମ ଯୋଗାଏ ।

୪. ପାଳଙ୍ଗରୁ ପାଆନ୍ତୁ ଭିଟାମିନ୍-ଏ

ଗୋଟିଏ ପାତ୍ର ପାଳଙ୍ଗ ଖାଇବା ଦ୍ୱାରା ଆପଣଙ୍କର ଶରୀରକୁ ଦୈନିକ ଆବଶ୍ୟକତା ଥିବା ଭିଟାମିନ୍-ଏ ସଂପୂର୍ଣ୍ଣ ପୂରଣ ହୋଇଥାଏ।

୫. ଲୌହ (ଆଇରନ୍)

ଗୋଟିଏ ଚାମଚ ଭିଜା ହଲିମ୍ କିମ୍ବା ଆଲିଭ୍ ମଞ୍ଜି (ଯାହାକୁ ଗାର୍ଡେନ୍ ଫ୍ରେସ୍ ସିଡ୍ସ ମଧ୍ୟ କୁହାଯାଏ) ଖାଇବା ଦ୍ୱାରା ଶରୀରର ଦୈନିକ ଲୌହ ବା ଆଇରନ୍ ଆବଶ୍ୟକତାର ପ୍ରାୟ ୬୦ ରୁ ୭୦% ପୂରଣ ହୁଏ।

ଔଷଧ ନଖାଇ ଆପଣ ଏଡିସବୁ ଖାଦ୍ୟ ଖାଇଲେ ସମାନ ପୁଷ୍ଟଇ ପାଇ ପାରିବେ । ତେବେ ଏହା ସହ କିଛି ବଦଭ୍ୟାସ ମଧ୍ୟ ବଦଳାଇବା ଦ୍ଵାରା ଆପଣଙ୍କୁ ଆବଶ୍ୟକରୟ ପୁଷ୍ଟି ପାଇବା ସହ ବିଭିନ୍ନ ରୋଗରୁ ଶରୀରକୁ ବଞ୍ଚାଇପାରିବେ । ଚା କିମ୍ବା କଫି ଖାଇବା ପରେ ନପିଇ ଖାଇବାର ଗୋଟିଏ ଘଣ୍ଟା ପରେ ପିଅନ୍ତୁ । ସକାଳ ଜଳଖିଆରେ ଦହି, ଅଣ୍ଡା, ପନିର କିମ୍ବା ସ୍ପ୍ରାଉଟ୍ (ଗଜାବୁଟ) ଖାଆନ୍ତୁ । ମଧ୍ୟାହ୍ନ ଭୋଜନରେ ପନିପରିବାର,ସାଲାଡ୍ ଏବଂ ରନ୍ଧା ସବୁଜ ପନିପରିବା ଖାଆନ୍ତୁ । ସନ୍ଧ୍ୟାରେ ମିଠା ଓ ବିସ୍କୁଟ୍ ବଦଳରେ ବାଦାମ କିମ୍ବା ଦହିର ଏକ ସ୍ନାକ୍ସ ଦିଅନ୍ତୁ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories