www.samajalive.in
Friday, December 5, 2025
26.1 C
Bhubaneswar

ଭାରତୀୟ ପାନୋରମାରେ ‘ମହିମା ଅଲେଖ’

ଭୁବନେଶ୍ବର: ଓଡିଶାରେ ଜନ୍ମିତ ମହିମା ଧର୍ମ ଉପରେ ଆଧାରିତ ଚଳଚ୍ଚିତ୍ର ‘ମହିମା ଅଲେଖ’ ଆସନ୍ତା ୫୬ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ – ୨୦୨୫ର ସମ୍ମାନଜନକ ଭାରତୀୟ ପାନୋରମା ବିଭାଗରେ ପ୍ରଦର୍ଶିତ ହେବା ପାଇଁ ମନୋନୀତ ହୋଇଛି।

କାଦମ୍ବିନୀ ମିଡିଆ ଓ ଡିଜି ଏଫ୍ ଫାଇଭ୍ ସି’ର ମିଳିତ ବ୍ୟାନରରେ ନିର୍ମିତ ତଥା ଡ.ଅଚ୍ୟୁତ ସାମନ୍ତଙ୍କ ନିବେଦିତ ଏହି ଚଳଚ୍ଚିତ୍ରର ପ୍ରଯୋଜିକା ହେଉଛନ୍ତି ଡ.ଇତି ସାମନ୍ତ ଓ ଡ.ସ୍ନେହାଶ୍ରୀ ସ୍ୱାଇଁ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ଏକାଧିକବାର ଜାତୀୟ ଚଳଚ୍ଚିତ୍ର ପୁରସ୍କାରପ୍ରାପ୍ତ ସୁଖ୍ୟାତ ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ।

- Advertisement -

ଓଡିଶାର ଧର୍ମ ପ୍ରବାହରେ ମହିମା ଧର୍ମ ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି। ଏକ ବିଶେଷ ପୃଷ୍ଠଭୂମିରେ ଏହାର ଉଦ୍ଭବ ହୋଇଛି ଏବଂ ଓଡିଶାର ଧର୍ମଧାରାରେ ଏହାର ବିଶେଷ ସ୍ଥାନ ରହିଛି। ଆଜି ବି ଓଡିଶା ସମେତ ପଡୋଶୀ ରାଜ୍ୟମାନଙ୍କରେ ଶହଶହ ମହିମାପନ୍ଥୀ ଏହି ଧର୍ମ ପ୍ରତି ଅନୁରକ୍ତ ରହି ନିଜର ଇହ ଜୀବନଯାପନ କରୁଛନ୍ତି। ମହିମା ଧର୍ମର ମହତ୍ତ୍ଵ ଓ ମହାନତାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାକୁ ନିର୍ଦ୍ଦେଶକ ଖଟୁଆଙ୍କର ଏହା ଏକ ସୁନ୍ଦର ପ୍ରୟାସ। ପୁଣି ‘ମହିମା ଅଲେଖ’ ଭାରତୀୟ ପାନୋରମାରେ ପ୍ରଦର୍ଶିତ ହେବାକୁ ମନୋନୀତ ହେବା ମଧ୍ୟ ଓଡିଶା ପାଇଁ  ଗୌରବ ଆଣିଦେଇଛି। ସୂଚନାଯୋଗ୍ୟ, ମହିମା ଧର୍ମର ଦର୍ଶନ, ନିୟମ ଶୃଙ୍ଖଳା, ସୋପାନ ଭେଦ, ଧର୍ମ ପରିଚ୍ଛଦ, ଆହାର ବିହାର ବିଧି, ନିର୍ଦ୍ଦିଷ୍ଟ ପଦ୍ଧତିର ଈଶ୍ବର  ଧ୍ୟାନ ଓ ଭଜନ, ସଂଘ ଚେତନା ଆଦିକୁ ଭିତ୍ତି କରିଛି ‘ମହିମା ଅଲେଖ’ର କାହାଣୀ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories