www.samajalive.in
Monday, December 15, 2025
27.1 C
Bhubaneswar

ଜାନୁଆରୀରେ ମୁକ୍ତିଲାଭ କରିବ ‘ଚକ୍ରାନ୍ତ’

ସମାଜଲାଇଭ ଡେସ୍କ: ଲକ୍ଷେଶ୍ଵର ପ୍ରଡ଼କ୍ସନ ବ୍ୟାନରରେ ପ୍ରସ୍ତୁତ ତଥା ସୌରଭ ପାଢ଼ୀଙ୍କ ପ୍ରଯୋଜିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଚକ୍ରାନ୍ତ’ ର ପୋଷ୍ଟ ପ୍ରଡ଼କ୍ସନ କାମ ଶେଷ ହୋଇଛି। ଆଗାମୀ ଜାନୁଆରୀରେ ଏହାର ଶୁଭମୁକ୍ତି ପାଇଁ ପ୍ରସ୍ତୁତ ହୋଇସାରିଛି। ଚଳଚ୍ଚିତ୍ରରେ ପ୍ରଥମଥର ପାଇଁ ଭୂମିକାଙ୍କ ସହିତ ନାୟକ ମଣ୍ଟୁ ନଜର ଆସୁଛନ୍ତି। ଚକ୍ରାନ୍ତର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଭାର କାନ୍ଧେଇଛନ୍ତି ଅଭିଜ୍ଞ ନିର୍ଦ୍ଦେଶକ ପିନୁ ନାୟକ। କାହାଣୀ ରଚନା କରିଛନ୍ତି ଦିଶା ପାଢ଼ୀ ଏବଂ ସଂଳାପ ରଚନା କରିଛନ୍ତି ଜିତେନ୍ଦ୍ର କୁମାର ବରାଳ। ଗୀତ ଡଃ ନିର୍ମଳ ନାୟକ ଏବଂ ଡଃ ରଘୁନାଥ ସାହୁ ରଚନା କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର।

ଚିତ୍ରତ୍ତୋଳନ ଦାୟିତ୍ଵରେ ସୁଦର୍ଶନ ସେନାପତି ଅଛନ୍ତି। କବିର ପ୍ରସାଦ୍ ନୃତ୍ୟ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି। ସମ୍ପାଦନା କରିଛନ୍ତି ଆଗଧାଡିର ଏଡିଟର୍ ରାଜେଶ୍ ଦାସ୍। ନାୟକ ଶୁଭାଶିଷ ଶର୍ମା (ମଣ୍ଟୁ), ନାୟିକା ଭୂମିକା ଦାଶ, ହରିହର ମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ଧରିତ୍ରୀ ଖଣ୍ଡୁଆଳ, ସୁରଭି, ସୌମ୍ୟ ଶତପଥୀ, ଶୁଭମ ପାଢ଼ୀ, ସୁମନ ମହାନ୍ତି, କୁସୁମ ତ୍ରିପାଠୀ, ପ୍ରମୋଦ ରାଉତ, ତୁଷାର, ଉମାକାନ୍ତ, ନିରଞ୍ଜନ ନିରୁଆ, ପୁଣ୍ୟତୋୟା ମିଶ୍ର, କ୍ରିଷ୍ଣାରାଣୀ ଦାଶ ଏବଂ ଅତିଥି କଳାକାର ଭାବେ ଅଶ୍ରୁମୋଚନ ମହାନ୍ତି ପ୍ରମୁଖ ଅଭିନୟ କରୁଛନ୍ତି।

- Advertisement -

ଚକ୍ରାନ୍ତର କାହାଣୀ ଏପରି:

ଯୋଉ ପୁଅ-ଝିଅମାନେ ପାଠ ପଢିବା ପାଇଁ କିମ୍ବା ଚାକିରି କରି, ନିଜ ପରିବାରଠୁ ଯଥେଷ୍ଟ ଦୂର ସହରରେ ରହୁଛନ୍ତି, ସେମାନେ କେମିତି ନିଜ ଜୀବନର ଲକ୍ଷ୍ୟକୁ ଭୁଲି, କୁସଙ୍ଗରେ ପଢି ଭୁଲ୍ ରାସ୍ତାକୁ ଚାଲି ଯାଉଛନ୍ତି ତାହା ଚଳଚ୍ଚିତ୍ରରେ ଦର୍ଶାଯାଇଛି। ଆଉ ବେଳେ ବେଳେ ପୁଅ ବା ଝିଅଟି ନିଜେ ନିର୍ଦୋଷ ହେଇକି ବି ଅଚାନକ୍ ତା’ ସାଙ୍ଗ ସାଥୀଙ୍କ ଦୋଷରେ ଅପରାଧର ଜାଲରେ ଛନ୍ଦି ହେଇଯାଉଛି। ଘର ଲୋକ ଭାବୁଛନ୍ତି ଝିଅ ଆମର ହଷ୍ଟେଲରେ ରହି ପାଠ ପଢୁଛି, କିନ୍ତୁ ଏପଟେ ଝିଅଟି ପ୍ରେମ ପାଇଁ ଆତ୍ମହତ୍ୟା କରି ଦେଉଛି। ଗୋଟେ ଝିଅର ବାପା ନିଜ ଝିଅକୁ ଏଇ ପୁରୁଷ ପ୍ରଧାନ ସମାଜରେ ବଡ ମଣିଷ କରି ଛିଡା କରେଇବା ପାଇଁ କେତେ ତ୍ୟାଗ ସହିଥାଏ, କେତେ ସ୍ବପ୍ନ ଦେଖୁଥାଏ, କିନ୍ତୁ ଝିଅଟି ଯେତେବେଳେ ସହରକୁ ଆସି, ପାର୍ଟି, ପବକୁ ଯାଇ ବଦଳିଯାଏ, ଭୁଲ୍ ରାସ୍ତାକୁ ଚାଲିଯାଏ, ସେତେବେଳେ ସେ ଝିଅର ବାପା ମା’ ଙ୍କ ମନର ଅବସ୍ଥା କଣ ହୁଏ ? ଅନ୍ୟ ପଟେ, ପୁଅଟେର  ବାପାଟେ, ନିଜ ପୁଅକୁ ସମାଜରେ ପ୍ରତିଷ୍ଠିତ କରିବା ପାଇଁ ଚେଷ୍ଟା କରୁଥିଲା ବେଳେ, ପୁଅଟି କେମିତି ଚକ୍ରାନ୍ତରେ ଫସିଯାଉଛି। ଏଇଭଳି ଗୋଟେ ସମ୍ବେଦନଶୀଳ ବିଷୟବସ୍ତୁକୁ ନେଇ ଆସନ୍ତା ଜାନୁଆରୀ ମାସରେ ମୁକ୍ତିଲାଭ କରିବାକୁ ଯାଉଛି ଚକ୍ରାନ୍ତ।

ରହସ୍ୟ ଓ ରୋମାନ୍ସରେ ଭରା ଏଇ ଫିଲ୍ମଟି ଗୋଟିଏ ସମ୍ପୂର୍ଣ୍ଣ ଏଣ୍ଟରଟେନମେଣ୍ଟ ପ୍ୟାକେଜ୍, ଯେଉଁଥିରେ ଭରପୂର କମେଡି ମଧ୍ୟ ଅଛି। ଫ୍ୟାମିଲି ଡ୍ରାମା ସହ, ଲଭ୍ ରୋମାନ୍ସ ଥିବାବେଳେ, ଆମ ଓଡିଶାର ଦୋଳ ପର୍ବ ଅତି ଜାକଜମକରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ, ଗାଁ ପରିବେଶ ତଥା ଆମ ମାଟିର ବାସ୍ନା ଅନୁଭବ କରିହେବ। ସମାଜକୁ ସଚେତନତା ବାର୍ତ୍ତା ଦେଉଥ‌ିବା ଏଇ ଫିଲ୍ମକୁ, ପରିବାରର ସମସ୍ତେ ଏକାଠି ବସି ଦେଖି ପାରିବେ। ଯେଉଁ ବାପା ମାଆଙ୍କ ପିଲାମାନେ ଦୂରରେ ରହୁଛନ୍ତି, ସେମାନେ ନିଜ ପିଲାଙ୍କୁ ଏଇ ଶିକ୍ଷଣୀୟ ଫିଲ୍ମଟି ଦେଖିବାକୁ ନିହାତି କହିବେ ବୋଲି ପ୍ରଯୋଜକ ମତବ୍ୟକ୍ତ କରିଛନ୍ତି। ଫିଲ୍ମର ପ୍ରଚାର ଓ ପ୍ରସାର ଦାୟିତ୍ଵରେ ମିଡ଼ିଆ ପ୍ଲାନର ଏଟିଭ ହେଡ ପ୍ରଣୟ ଜେଠୀ ରହିଛନ୍ତି।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories