www.samajalive.in
Tuesday, December 9, 2025
16.1 C
Bhubaneswar

କେଦାରନାଥର ସଫଳତାପରେ ବଦଳିଲା ସୁାଶାନ୍ତ ସିଂହଙ୍କ ଭାଗ୍ୟ

ମୁମ୍ବଇ: କିଛିଦିନତଳେ ସୁଶାନ୍ତ ସିଂହ ରାଜପୁତ ଅଭିନୀତ ଚଳଚ୍ଚିତ୍ର ‘କେଦାରନାଥ’ ମୁକ୍ତିଲାଭ କରିଥିଲା। ଯାହାକୁ ଦର୍ଶକ ମାନେ ବେଶ୍‍ ପସନ୍ଦ କରିଥିଲେ ଏବଂ ବକ୍ସ ଅଫିସରେ ଏହି ଚଳଚ୍ଚିତ୍ର ଭଲ ବ୍ୟାବସାୟ କରିଥିଲା। ଏଥିରେ ତାଙ୍କ ତାଙ୍କ ବିପକ୍ଷରେ ନାୟିକା ସାଜିଥିଲେ ସାରା ଅଲ୍ଲୀ ଖାନ। ‘ଏମଏସ୍‍ ଧୋନି ଦ ଅନଟୋଲ୍ଡ ଷ୍ଟୋରୀ’ ପରେ ଏହା ସୁଶାନ୍ତଙ୍କର ଏକ ବିଗ୍‍ ବଜେଟ ଚଳଚ୍ଚିତ୍ର। କେଦାରନାଥର ସଫଳତାପରେ ସୁଶାନ୍ତଙ୍କ ଭାଗ୍ୟ ଖୋଲିଯାଇଛି। ଯାହାଦ୍ୱାରା ସୁଶାନ୍ତଙ୍କୁ ଏକକାଳୀନ ୧୨ଟି ଚଳଚ୍ଚିତ୍ରର ଅଫର ମିଳିଛି। ଏକ ସାକ୍ଷାତକାରରେ ଶୁସାନ୍ତ ଏହାର ରହଶ୍ୟ ଖୋଲିଛନ୍ତି। ସେ କହିଛନ୍ତି ମୋତେ ବର୍ତ୍ତମାନ ୧୨ଟି ଚଳଚ୍ଚିତ୍ରର ଅଫର ଆସିଛି। ମୁଁ ଜାଣିପାରୁନି କେଉଁ ଚଳଚ୍ଚିତ୍ରର ସୁଟିଂଙ୍ଗ ପ୍ରଥମେ ଆରମ୍ଭ କରିବି।
ନିକଟରେ ସୁଶାନ୍ତଙ୍କ ଚମ୍ବଲ ଡାକୁଙ୍କ ଜୀବନ ଉପରେ ଆଧାରିତ ଚଳଚ୍ଚିତ୍ର ‘ସୋନଚିଡ଼ିଆ’ ର ଟ୍ରେଲର ମୁକ୍ତିଲାଭ କରିଥିଲା। ଏଥିରେ ସୁଶାନ୍ତ ସିଂହ ରାଜପୁତ୍‍ ଓ ମନୋଜ ବାଜପେୟୀଙ୍କୁ ଚମ୍ବଲ ଡ଼ାକୁଙ୍କ ଭୂମିକାରେ ଦେଖିବାକୁ ମିଳିଥିଲା। ଚଳଚ୍ଚିତ୍ରରେ ଭୂମି ପେଡନେକର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି। ଆରଏସଭିପି ବ୍ୟାନରରେ ନିର୍ମିତ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ବହନ କରିଛନ୍ତି ଅଭିଷେକ ଚୌବେ କପୁର। ଆସନ୍ତା ଫେବୃଆରୀ ୮ ତାରିଖରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories