www.samajalive.in
Sunday, December 7, 2025
14.1 C
Bhubaneswar

ନିଆରା ରବିବାର: ଶ୍ରେଣୀକକ୍ଷରେ ଖଡ଼ି ଧରିବେ ଶିକ୍ଷକ!

ସାରନଗରୀ : ସପ୍ତାହକ ୭ ଦିନ ମଧ୍ୟରେ ରବିବାର ଏକ ଛୁଟିଦିନ ବୋଲି ସମସ୍ତଙ୍କୁ ବେଶ ଭଲ ଭାବେ ଜଣା । ଏହି ଦିନରେ ସ୍କୁଲ, କଲେଜ ସମେତ ରାଜ୍ୟ ଓ କେନ୍ଦ୍ର ସରକାର ଅଧିନସ୍ଥ ସରକାରୀ କାର୍ୟ୍ୟାଳୟ ଗୁଡ଼ିକ ବନ୍ଦ ରହୁଥିବା ବେଳେ କେତେକ ସ୍ଥଳେ ବେସରକାରୀ ଅନୁଷ୍ଠାନ ଅବା ବ୍ୟବସାୟିକ ପ୍ରତିଷ୍ଠାନ ସମୂର୍ଣ୍ଣ ବନ୍ଦ ଅବା ସକାଳ ଓଳି ଖୋଲା ରହିଥାଏ । ମାତ୍ର ଚଳିତ ବର୍ଷ ଛୁଟିର ଦିନ ଏହି ରବିବାରରେ କିଛିଟା ବ୍ୟତିକ୍ରମ ଲକ୍ଷ୍ୟ କରାଯାଇଛି। ଏଣିକି ପ୍ରତି ରବିବାରରେ ଖୋଲା ରହିବ ସ୍କୁଲ । ଆସନ୍ତାକାଲି ଶିକ୍ଷାବର୍ଷ ପାଇଁ ହେବ ଏକ ନିଆରା ରବିବାର । ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ଥିବା ଉଚ୍ଚ ବିଦ୍ୟାଳୟ ଗୁଡ଼ିକର ଶିକ୍ଷକ, ଶିକ୍ଷୟତ୍ରୀ ସ୍କୁଲର ଶ୍ରେଣୀ କକ୍ଷରେ ହାତରେ ଚକ ଖଡ଼ି ଧରି ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କୁ ଶିକ୍ଷାଦାନ କରିବେ ପ୍ରଶାସନ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯିବା ପରେ ୧୦୦ ଦିନର ପାଠପଢାକୁ ଆଗେଇ ନେବା ପାଇଁ ଏଣିକି ରବିବାର ଶିକ୍ଷକ, ଶିକ୍ଷୟିତ୍ରୀମାନେ ବିଦ୍ୟାର୍ଥୀମାନଙ୍କୁ ଶିକ୍ଷାଦାନ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ବାଲିଯୋଡ଼ି ସ୍ଥିତ ଫକୀର ମୋହନ ବିଦ୍ୟାପୀଠର ଶିକ୍ଷୟିତ୍ରୀ ସଂଧ୍ୟାରାଣୀ ଧଳ ନିଜସ୍ୱ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଶିକ୍ଷାବର୍ଷରେ ପ୍ରଥମ ଥର ପାଇଁ ଏପରି ନିଆରା ପଦକ୍ଷେପ ନିଆଯାଇଥିବାରୁ ସେ ଏହାକୁ ସ୍ୱାଗତ କରିଥିଲେ।

ସେହିପରି ସାରନଗରୀ ଆଦର୍ଶ ବିଦ୍ୟାମନ୍ଦିରର ଦଶମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରୀ ପ୍ରଜ୍ଞା ପରମିତା ବାରିକଙ୍କ କହିବା ଅନୁଯାୟୀ, ଦଶମ ଶ୍ରେଣୀ ପରୀକ୍ଷା ନିକଟତର ଥିବାରୁ ରବିବାର ସ୍କୁଲରେ କ୍ଲାସ ହେବା ପାଇଁ ନିଷ୍ପତି କରାଯାଇଛି । ଏହା ଖୁବ ଭଲ କଥା, ହେଲେ ରବିବାର ଘରେ ଅନ୍ୟାନ ଯାବତୀୟ କାର୍ୟ୍ୟ ରହୁଛି । ମାଟ୍ରିକ ପରୀକ୍ଷା ସମୟ ପାଖେଇ ଆସୁଥିବାରୁ ମନଲଗାଇ ପାଠ ପଢିବା ସହ ସମସ୍ତ ବିଷୟରେ ଉତମ ମାର୍କ ରଖିବାକୁ ଚେଷ୍ଟା ଜାରି ରଖିବା ଉଚିତ ବୋଲି ସେ ମତ ଦେଇଥିଲେ । ଗତକାଲି ଶୁକ୍ରବାର ସ୍କୁଲ ଖୋଲିବା ପରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରତି ରବିବାରରେ ଶ୍ରେଣୀକକ୍ଷରେ ଶିକ୍ଷାଦାନ କରାଯିବ ବୋଲି ବିଭିନ୍ନ ଉଚ୍ଚ ବିଦ୍ୟାଳୟ କର୍ତୃପକ୍ଷଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା । କେବଳ ସାଧାରଣତନ୍ତ୍ର ଦିବସ, ସରସ୍ୱତୀ ପୂଜା, ଉତ୍କଳ ଦିବସରେ ସ୍କୁଲ ଛୁଟି ରହିବା ଯୋଗୁ ଶ୍ରେଣୀକକ୍ଷରେ ଶିକ୍ଷାଦାନ ବନ୍ଦ ରହିବ ବୋଲି ଜଣାପଡ଼ିଛି । ଗତ ଶୁକ୍ରବାର ସ୍କୁଲର ପ୍ରଥମ ଦିନରେ ଦକ୍ଷିଣ ରାଉରକେଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ପ୍ରାୟ ଅଧା ରହିଥିବା ଦେଖିବାକୁ ମିଳିଥିବା ବେଳେ ରବିବାରରେ ସ୍କୁଲରେ ପିଲାଙ୍କ ସଂଖ୍ୟା କମିପାରେ ବୋଲି କିଛି ଶିକ୍ଷାବିତଙ୍କ ମହଲରେ ମତ ପ୍ରକାଶ ପାଇଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories