www.samajalive.in
Tuesday, December 9, 2025
26.1 C
Bhubaneswar

ସଡକ ଦୁର୍ଘଟଣାରେ ୨ମୃତ, ୪ ଗୁରୁତର

ସୁନ୍ଦରଗଡ଼ : ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ମହୁଲଯୋର ଛକଠାରେ ଏକ ସଡକ ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିଲାବଳେ ୪ଜଣ ଗୁରୁତର ହୋଇଥିବା ଜଣାପଡିଛି। ଦୁଇ ବାଇକ୍ ମଧ୍ୟରେ ମୁହାଁମୂହିଁ ଧକ୍କାରେ ଦୁଇ ଜଣ ବାଇକ ଆରୋହି ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଚାରି ଜଣ ଗୁରୁତର ହୋଇଛନ୍ତି। ମୃତକ ମାନେ ହେଲେ ସୁନ୍ଦରଗଡ ସଦର ବ୍ଲକ ଅନ୍ତର୍ଗତ କୁଲଟା ଗ୍ରାମର ନବୀନ ବଡେକ ଓ ଲେଫ୍ରିପଡା ଥାନା ଅନ୍ତର୍ଗତ ଡୁମାବାହାଲର ଦେବେନ୍ଦ୍ର ବାଗ। ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ତଳରେ ହିଁ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା। ଦୁଇଟି ଯାକ ବାଇକରେ ତିନି ତିନି ଜଣ ବସି ଯାଉଥିବା ସମୟରେ ବାଇକ ଦ୍ୱୟ ଭାରସାମ୍ୟ ହରାଇ ଦୁହିଙ୍କ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା। ଖବର ପାଇ ଘଟଣା ସ୍ଥଳରେ ସଦର ଥାନା ଭାରପ୍ରପ୍ତ ଅଧିକାରୀ ପହଞ୍ଚି ଆହତ ମାନଙ୍କୁ ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ବେଳେ ଦୁଇଟିଯାକ ଶବକୁ ଜବତ କରି ତଦନ୍ତ ଯାରି ରଖିଛନ୍ତି। ଆହତ ମାନେ ହେଲେ ସଦର ଥାନା ଅନ୍ତର୍ଗତ କୁଲଟା ଗ୍ରାମର ଦୁତିଆ ଚନ୍ଦନ(୩୬), ରମେଶ ଚନ୍ଦନ, ଭେଡାବାହାଲ ଗ୍ରାମର ଶ୍ରଧାକର ନାଏକ (୫୫)।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories