www.samajalive.in
Sunday, December 7, 2025
23.1 C
Bhubaneswar

ଏହି ଉପାୟ ଦ୍ବାରା ପାଠପଢାରେ ସଫଳତା ପାଇ ପାରିବେ

ପିଲାମାନଙ୍କର ପାଠ ପଢିବା ସହ ଉନ୍ନତି କରିବା ପାଇଁ ପ୍ରତ୍ୟେକ କ୍ଷେତ୍ରରେ ବାପାମାଆ ମାନେ ଚାହିଁଥାନ୍ତି। କିନ୍ତୁ ବେଳେବେଳେ ଦେଖାଯାଇଥାଏ ଯେ, ପିଲାମାନେ ମନ ଦେଇ ପାଠ ପଢିବା ସତ୍ତ୍ବେ ଉନ୍ନତି ହୋଇ ନଥାଏ। ଏପରି ହେବା ଦ୍ବାରା ପିଲାମାନଙ୍କ ମଧ୍ୟରେ ପାଠ ପଢିବାର ଆଗ୍ରହ କମିଯାଇଥାଏ। ଏପରି ବାଧାକୁ ଦୂର କରିବା ପାଇଁ ଜ୍ୟୋତିଷ ଓ ବାସ୍ତୁଶାସ୍ତ୍ରରେ ଅନେକ ଉପାୟ ବର୍ଣ୍ଣନା କରାଯାଇଛି। ଯାହାଦ୍ବାରା ପିଲାମାନଙ୍କର ପାଠପଢା କ୍ଷେତ୍ରରେ ଉନ୍ନତି ହୋଇଥାଏ। ଆସନ୍ତୁ ଜାଣିବା ଏହି ସମ୍ବନ୍ଧରେପାଠ ପଢିବାରେ ସଫଳତା ପାଇବା ପାଇଁ ପଢାଘରକୁ ସର୍ବଦା ପୂର୍ବ କିମ୍ବା ଉତ୍ତର ଦିଗରେ ରଖନ୍ତୁ। ଐଶାନ୍ୟ କୋଣରେ ମଧ୍ୟ ପଢା ଘର କରି ପାରିବେ। ଏପରି କରିବା ଦ୍ବାରା ସୂର୍ଯ୍ୟ, ବୁଧ ଗ୍ରହଙ୍କ କୃପା ଲାଭ ହୋଇଥାଏ। ଏବଂ ପଢାରେ ଉନ୍ନତି ମଧ୍ୟ ହୋଇଥାଏ।

ସର୍ବଦା ବସି କରି ପଢିବା ଉଚିତ। ବେଳେବେଳେ ପିଲାମାନେ ପାଠ ପଢିବା ସମୟରେ ଶୋଇ କରି ପଢିଥାନ୍ତି। ଏପରି କରିବା ଦ୍ବାରା ମାନସିକ ଚିନ୍ତା ବଢିଥାଏ।ସକାଳ ସମୟରେ ପଢା ଘରର ଝରକା ଓ କବାଟ ଖୋଲା କରିବା ଉଚିତ। କାରଣ ସକାଳେ ସୂର୍ଯ୍ୟଙ୍କ କିରଣ ଘର ମଧ୍ୟକୁ ପଡିବା ଦ୍ବାରା ସକାରାତ୍ମକ ଶକ୍ତି ମିଳିଥାଏ।

- Advertisement -

ଘରର ପଶ୍ଚିମ ଦିଗରେ ପଢା ଘର ଥିବା ଦ୍ବାରା ପୂର୍ବକୁ ମୁହଁ କରି ପାଠ ପଢନ୍ତୁ। ଏପରି କରିବା ଦ୍ବାରା ପିଲାମାନେ ଅଳ୍ପ ସମୟ ପାଠ ପଢିବା ଦ୍ବାରା ଅଧିକ ପାଠ ମନେ ରହିଥାଏ।

ପିଲାମାନଙ୍କୁ ସର୍ବଦା ଦକ୍ଷିଣ ଏବଂ ପଶ୍ଚିମ ଦିଗକୁ ମୁହଁ କରି ଶୋଇବା ଉଚିତ। ଦକ୍ଷିଣ ଦିଗକୁ ମୁହଁ କରି ପଢିବା ଦ୍ବାରା ସ୍ବାସ୍ଥ୍ୟ ଭଲ ରହିଥାଏ। ପଶ୍ଚିମ ଦିଗକୁ ମୁହଁ କରି ଶୋଇବା ଦ୍ବାରା ପଢିବାକୁ ଆଗ୍ରହ ହୋଇଥାଏ।ପଢା ଘରେ ମାଆ ସରସ୍ବତୀଙ୍କ ଫଟୋ ଲଗାନ୍ତୁ। ସର୍ବଦା ପାଠ ପଢିବା ସମୟରେ ମାଆଙ୍କ ଫଟୋ ସମ୍ମୁଖରେ ହାତ ଯୋଡି ପ୍ରାର୍ଥନା କରି ପାଠ ପଢାରେ ବସନ୍ତୁ।

ଯେଉଁ ପିଲାମାନଙ୍କର ପାଠ ପଢାରେ ମନ ଲାଗୁ ନଥିବ ସେମାନଙ୍କ ପଢା ଘରେ ହଳଦିଆ ରଙ୍ଗର କିଛି ବସ୍ତୁ ରଖନ୍ତୁ। ଏପରି କରିବା ଦ୍ବାରା ପାଠ ପଢିବାରେ ମନ ଲାଗିଥାଏ।

ପଢା ଘରେ କମ୍ପ୍ୟୁଟର ପରି ବିଦ୍ୟୁତ ଉପକରଣକୁ ଦକ୍ଷିଣ ଓ ପଶ୍ଚିମ ଦିଗରେ ରଖନ୍ତୁ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories