www.samajalive.in
Sunday, December 7, 2025
26.1 C
Bhubaneswar

ଶତାୟୁ ନୀଳମଣି ସାମଲଙ୍କ ରାଜ୍ୟସ୍ତରୀୟ ସ୍ମୃତି ଶ୍ରଦ୍ଧାଞ୍ଜଳି ସମାରୋହ

ଭୁବନେଶ୍ୱର: ଦେଶ ପରାଧୀନ ଭାରତ ବର୍ଷକୁ ସ୍ବାଧୀନ କରିବା ଲାଗି ଦେଶର ଅଗଣିତ ବରପୁତ୍ର ସ୍ବାଧୀନତାର ଯେଉଁ ବହ୍ନି ଜାଳିଥିଲେ ତାହା ଚିରକାଳ ପ୍ରଜ୍ଜ୍ବଳି ହେବାର ଆବଶ୍ୟକତା ରହିଛି ବୋଲି ଶତାୟୁ ସଂଗ୍ରାମୀ ନୀଳମଣି ସାମଲଙ୍କ ସ୍ମୃତି ସଭାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ରାଜ୍ୟ ସ୍ବାଧୀନତା ସଂଗ୍ରାମୀର ସଭାପତି ଶତାୟୁ ନୀଳମଣି ସାମଲଙ୍କ ପରଲୋକରେ ବୁଧବାର ତାଙ୍କ ଜନ୍ମମାଟି ବାଲିପଡିଆଠାରେ ଏକ ରାଜ୍ୟସ୍ତରୀୟ ସ୍ମୃତି ଶ୍ରଦ୍ଧାଞ୍ଜଳି ସମାରୋହ ଆୟୋଜିତ ହୋଇଥିଲା। ଦଳମତ ନିର୍ବିଶେଷରେ ବହୁ ବିଶିଷ୍ଟ ବ୍ୟକ୍ତି, ବର୍ଷିଆନ ରାଜନେତା, ମନ୍ତ୍ରୀ, ବିଧାୟକ ଓ ଶିକ୍ଷାବିତ ତଥା ସାମ୍ବାଦିକ ଯୋଗ ଦେଇ ଶ୍ରଦ୍ଧାର୍ପଣ କରିଥିଲେ।

କେନ୍ଦ୍ରାପଡା ଜିଲା ସ୍ବାଧୀନତା ସଂଗ୍ରାମୀ ସମିତିର ସଭାପତି ବିମ୍ବାଧର ମୁଦୁଲିଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ, ବଡଚଣା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀ, ବରୀ ବିଧାୟିକା ସୁନନ୍ଦା ଦାସ ଓ କେନ୍ଦ୍ରାପଡାର ପୂର୍ବତନ ବିଧାୟିକ ଡକ୍ଟର ସିପ୍ରା ମଲ୍ଲିକ ସଂଗ୍ରାମୀ ନୀଳମଣି ସାମଲଙ୍କ ସ୍ମୃତି ଚାରଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

- Advertisement -

ପ୍ରାରମ୍ଭରେ ଚଣ୍ଡୀଖୋଲ ଛକଠାରୁ ଅଦ୍ବିତୀୟ ଶତପଥୀ (ଆଦି)ଙ୍କ ନେତୃତ୍ବରେ ‘ଟିମ ବଡଚଣା’ର ଯୁବକମାନେ ସଂଗ୍ରାମୀ ଜ୍ୟୋତି ଶୋଭାଯାତ୍ରାରେ ବାହାରି ବାଲିପଡିଆଠାରେ ପହଞ୍ଚିଥିଲେ। ସେଠାରେ ସଂଗ୍ରାମୀ ନୀଳମଣି ସାମଲଙ୍କ ସମାଧିପୀଠରେ ଲୋକାର୍ପଣ ସହ ଜ୍ୟୋତି ସ୍ଥାପନ କରାଯାଇଥିଲା। ଏହି ଅବସରରେ ବନ୍ଦରେଶ୍ବରଠାରେ ସଂଗ୍ରାମୀ ଜ୍ୟୋତିକୁ ସ୍ବାଗତ କରାଯାଇ ଏକ ଶୋଭାଯାତ୍ରା ବାଲିପଡିଆ ଆସିଥିଲା।

ସ୍ବାଧୀନତା ସଂଗ୍ରାମୀ ଯୁବ ସାମ୍ମୁଖ୍ୟ ରାଜ୍ୟ ସମ୍ପାଦକ ବିରୂପାକ୍ଷ ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ବାଧୀନତା ସଂଗ୍ରାମୀ ଫକୀର ମୋହନ ଦାସ, ବିଶିଷ୍ଟ ସ୍ତମ୍ଭକାର ପ୍ରଫେସର ଧନେଶ୍ବର ସାହୁ, ବିଶିଷ୍ଟ ସାହିତ୍ୟିକ ଡକ୍ଟର ବିଜୟାନନ୍ଦ ସିଂ, ଶିକ୍ଷାବିତ ଉମାକାନ୍ତ ବଳ, ଭାଗ୍ୟଧର ସାହୁ, ପ୍ରଫେସର ରବୀନ୍ଦ୍ର ନାଥ ସାମଲ, ପ୍ରଫେସର କେଶବ ଚନ୍ଦ୍ର ଦାସ,ବରିଷ୍ଠ ସାମ୍ବାଦିକ ତଥା ପ୍ରମେୟର ବ୍ୟୁରୋ ମୁଖ୍ୟ ଦେବେନ୍ଦ୍ର ସୁଆର ପ୍ରମୁଖ ସ୍ମୃତିଚାରଣ କରିଥ୍ଖଲେ।

ସ୍ବାଧୀନତା ସଂଗ୍ରାମୀ ଯୁବ ସାମ୍ମୁଖ୍ୟର ଅଭୟ ବଡଜେନା, ଗିରିଜା ଶଙ୍କର ମହାପାତ୍ର, ସ୍ବାଧୀନତା ସଂଗ୍ରାମୀ ଉତ୍ତରଦାୟାଦ ସଂଗଠନର ବିଜୟ କୁମାର ତ୍ରିପାଠୀ, ଶିବନାରାୟଣ ମିଶ୍ର, ପ୍ରମେଶ ମହାନ୍ତି, ଶକ୍ତି ପ୍ରସାଦ ରାଉତ,ତୁଷାର ଘୋଷ, ପଦ୍ମନାଭ ଦାସ,ସଂଗ୍ରାମୀ ଫୋରମ ସଭାପତି ପ୍ରଶାନ୍ତ ଦାସ, ସର୍ବୋଦୟ କର୍ମୀ ରମାକାନ୍ତ ମଣ୍ଡଳ ଓ ଇନ୍ଦୁମତୀ ସାହୁ,ବରିଷ୍ଠ ସାମ୍ବାଦିକ ମହେଶ୍ବର ବଳ, ଭକ୍ତ ଚରଣ ସାହୁ, ପ୍ରଦୀପ୍ତ ପୃଷ୍ଟି, ଶୁଭେନ୍ଦୁ କୁମାର ଭୂୟାଁ, ରବିନ୍ଦ୍ର ମହାପାତ୍ର ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ବଡଚଣା ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତୀ ସେନାପତି, ଜିଲ୍ଳା ପରିଷଦ ସଭ୍ୟ ଅରବିନ୍ଦ ସାମଲ, ବିଜେଡିର ବରିଷ୍ଠ ନେତା ରବି ସାମଲ, ଟିମ ବଡଚଣା ଅଧ୍ୟକ୍ଷ ଅଦ୍ବିତୀୟ ଶତପଥୀ,ବିଜେପିର ବରିଷ୍ଠ ନେତା ଗୌତମ ରାୟ, ଡକ୍ଟର ରବିନାରାୟଣ ବେହେରା, ସୀମନ୍ତିନୀ ଜେନା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିପିନ ଜେନା, ସମାଜସେବୀ ମନୋରମା ଆଚାର‌୍ୟ୍ୟ, କଂଗ୍ରେସ ନେତା ସେକ ମକସୁଦ ଅଲ୍ଲୀ, ସର୍ବୋଦୟ କର୍ମୀ ରାମଚନ୍ଦ୍ର ଶୁକ୍ଲ ପ୍ରମୁଖ ବକ୍ତବ୍ୟ ରଖିଥିଲେ।

ସଂଗ୍ରାମୀଙ୍କ ସ୍ମୃତିରେ ପ୍ରକାଶିତ ସ୍ମରଣିକା ସଂଗ୍ରାମର ଶେଷ ବହ୍ନି ଶିଖା କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ସମାଜସେବୀ ଅଲେଖ ସାମଲ, ନିର୍ମଳ ଚନ୍ଦ୍ର ମିଶ୍ର, ଯଶୋଦୀପ୍ତ ସାମଲ, ଆଡଭୋକେଟ ଦେବରାଜ ବେହେରା, ଉଦୟନାଥ ସାହୁ, ପ୍ରତାପ ଦାସ, ବଣିକ ସଂଘ ସଭାପତି କ୍ଷୀରୋଦ ମାହାଲା, ଅବସରପ୍ରାପ୍ତ ଶିକ୍ଷକ ରାଧାକାନ୍ତ ସ୍ବାଇଁ, ପୂର୍ବତନ ସରପଞ୍ଚ ଅନିରୁଦ୍ଧ ସାମଲ, ସଂଗ୍ରାମୀଙ୍କ ନାତୁଣୀ ସ୍ବୟଂପ୍ରଜ୍ଞା ସାମଲ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ବାଲିପଡିଆ ସରପଞ୍ଚ କିଶୋର ଚନ୍ଦ୍ର ବେହୁରା,ବାଲିପଡିଆ ଯୁବକ ସଂଘ ସଭାପତି ସୁବାସ ତ୍ରିପାଠୀ, ଶରତ ଚନ୍ଦ୍ର ପ୍ରଧାନ,ସାମ୍ବାଦିକ ପ୍ରଭାସ ଦାଶ,ପ୍ରଫୁଲ୍ଲ କୁମାର ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ଜିତେନ୍ଦ୍ର ନାୟକ,ବେବର୍ତ୍ତା ଅଜୟ ବଲ୍ଲଭ ଦାସ, ସଂଗ୍ରାମୀଙ୍କ ପୁତ୍ର ଓ ପୌତ୍ର ଚନ୍ଦ୍ରକାନ୍ତ ସାମଲ, ଦିଲ୍ଲୀପ ସାମଲ, ଅଲେଖ ସାମଲ, ପତିତପାବନ ସାମଲ, ମନୋଜ ସାମଲ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଥ୍ଖଲେ। କାର‌୍ୟ୍ୟକ୍ରମକୁ ସ୍ବାଧୀନତା ସଂଗ୍ରାମୀ ଯୁବସାମ୍ମୁଖ୍ୟ କାର୍ଯ୍ୟକର୍ତ୍ତା ଶ୍ରୀକାନ୍ତ ସାମଲ, ରାଜେଶ ପଣ୍ଡା ଓ ଜଗନ୍ନାଥ ପାଢୀ ପରିଚାଳନା କରିଥିବା ବେଳେ ଆଡଭୋକେଟ ପ୍ରକାଶ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଓ ବରୀ ବିଧାୟିକା ସୁନନ୍ଦା ଦାସ ଜ୍ୟୋତି ଶୋଭାଯାତ୍ରାରେ ସାମିଲ ହୋଇ ବାଲିପଡିଆରେ ପହଞ୍ଚିବା ପରେ ସଂଗ୍ରାମୀଙ୍କ ସମାଧିପୀଠରେ ଜ୍ୟୋତି ସ୍ଥାପନ କରାଯାଇଥ୍ଖଲା। ପରେ ସଭାସ୍ଥଳକୁ ଏହି ଜ୍ୟୋତି ଅଣାଯାଇଥିଲା।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories