କାଲିଠାରୁ ଶ୍ରମିକ ମହାସଂଘର ଆନ୍ଦୋଳନ; ପେଟ୍ରୋଲ ଓ ଡିଜେଲ ଲୋଡିଂ ବନ୍ଦ ପାଇଁ ଚେତାବନୀ

ଭୁବନେଶ୍ବର:  ଆସନ୍ତାକାଲିଠୁ ଧର୍ମଘଟକୁ ଓହ୍ଲାଇବ ରାଜ୍ୟ ପରିବହନ ଶ୍ରମିକ ସଂଘ। ଚାଳକଙ୍କ ପାଇଁ ଥିବା ଦଣ୍ଡବିଧାନକୁ ବିରୋଧ କରି ଆନ୍ଦୋଳନ ଡାକରା ଦେଇଛି ରାଜ୍ୟ ପରିବହନ ଶ୍ରମିକ ସଂଘ। ଆସନ୍ତାକାଲି ତେଲ ଡିପୋରୁ ପେଟ୍ରୋଲ ଓ ଡିଜେଲ ଲୋଡିଂ ବନ୍ଦ ରଖିବ ମହାସଂଘ ବୋଲି ସାମ୍ବାଦିକ ସମ୍ମିଳନୀରେ ପରିବହନ ଶ୍ରମିକ ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି।

prayash

ଆନ୍ଦୋଳନ ନେଇ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ସଭାପତି ଜନାର୍ଦ୍ଦନ ପତି କହିଛନ୍ତି ଯେ ହିଟ୍‌ ଆଣ୍ଡ ରନ୍‌ ମାମଲାରେ ଚାଳକଙ୍କୁ ୧୦ ବର୍ଷ ଜେଲ ଓ ୭ ଲକ୍ଷ ଟଙ୍କା ଜରିମାନା କରାଯିବ, ଯାହା ଶ୍ରମିକମାନଙ୍କ ବେକରେ ଫାଶୀ ଲଗାବା ସଦୃଶ ହୋଇଛି। ପୂର୍ବରୁ ଭାରତୀୟ ପିଙ୍ଗଳ କୋଟର ୧୦୪ ନମ୍ୱର ଧାରା (କ) ଅନୁସାରେ ହିଟ୍‌ ଆଣ୍ଡ ରନ୍‌ ମାମଲାରେ ଚାଳକଙ୍କୁ ୨ ବର୍ଷ ଜେଲ ଦଣ୍ଡ ଥିଲା। ହେଲେ ବର୍ତ୍ତମାନ କେନ୍ଦ୍ର ସରକାର  ଭାରତୀୟ ପିଙ୍ଗଳ କୋଡରେ ପରିବର୍ତ୍ତନ ଆଣି ଭାରତୀୟ ନ୍ୟାୟ ସଂହିତା କରିଛନ୍ତି। ଯେଉଁଥିରେ ଚାଳକଙ୍କୁ ୧୦ ବର୍ଷ ଜେଲ ଓ ୭ ଲକ୍ଷ ଟଙ୍କା ଜରିମାନା କରାଯାଇଛି। କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ବିରୋଧ କରୁଛି ଯଥାଶୀଘ୍ର କେନ୍ଦ୍ର ସରକାର ଏହି ଆଇନ୍‌କୁ ପ୍ରତ୍ୟାହାର କରନ୍ତୁ ବୋଲି ଶ୍ରୀ ପତି ପ୍ରକାଶ କରିଛନ୍ତି।

ଏହା ପୂର୍ବରୁ ଚାଳକମାନଙ୍କ ଆନ୍ଦୋଳନ ଯୋଗୁଁ ପେଟ୍ରୋଲ ଓ ଡିଜେଲ ପରିବହନରେ ବ୍ୟାହତ ସୃଷ୍ଟି ହୋଇଥିଲା। ଏହାର ପ୍ରଭାବରେ ଅନେକ ସ୍ଥାନରେ ପେଟ୍ରୋଲ ଓ ଡିଜେଲ ପହଞ୍ଚି ନ ପାରିବାରୁ ଲୋକେ ସମସ୍ୟାର ସମ୍ମୁଖୀନ ହୋଇଥିଲେ।ରାଜ୍ୟ ପରିବହନ ଶ୍ରମିକ ମହାସଂଘର ଆନ୍ଦୋଳନ ଯୋଗୁଁ ଆସନ୍ତାକାଲିଠୁ ତେଲ ଯୋଗାଣ ସହ ଅନ୍ୟ ପରିବହନ ସେବା ପ୍ରଭାବିତ ଆଶଙ୍କା ରହିଛି। ସୋମବାର ସନ୍ଧ୍ୟା ସୁଦ୍ଧା ପ୍ରାୟ ପେଟ୍ରୋଲ ପମ୍ପରେ ପୁଣି ତେଲ ଅଭାବ ଦେଖାଦେବ ବୋଲି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସଭାପତି ପ୍ରକାଶ କରିଛନ୍ତି।

kalyan agarbati

Comments are closed.