ଜାତୀୟ ସିନିୟର ସପ୍ଟଟେନିସ ଚମ୍ପିଆନସିପରେ ଅଂଶଗ୍ରହଣ ପାଇଁ ଓଡ଼ିଶା ଦଳର ପଞ୍ଜାବ ଗସ୍ତ

କଟକ: ପଞ୍ଜାବର ମୋହାଲିରେ ଚଳିତ ମେ ୨୯ରୁ ଜୁନ୍‌ ୨ ପର୍ଯ୍ୟନ୍ତ ୧୧ତମ ଜାତୀୟ ସିନିୟର ସପ୍ଟଟେନିସ ଚମ୍ପିଆନସିପ୍‌ ଆୟୋଜିତ ହେବ।

ଏଥିରେ ଅଂଶଗ୍ରହଣ କରିବା ଲାଗି ଓଡ଼ିଶା ପୁରୁଷ ଓ ମହିଳା ଦଳ ପଞ୍ଜାବ ଗସ୍ତ କରିଛନ୍ତି। ଓଡ଼ିଶା ସପ୍ଟଟେନିସ ଆସୋସିଏସନ ଅଧ୍ୟକ୍ଷ ରଞ୍ଜନ କୁମାର ନନ୍ଦ, ମହମ୍ମଦ ଆଜମ, ସତିଶ କୁମାର ବିଶ୍ବକର୍ମା, ଉପ ସଭାପତି ଦିଲୀପ କୁମାର ମହାନ୍ତି, ଟିଟନ ସାହୁ, ରୁଦ୍ର ନାରାୟଣ ବେହେରା, ଆଇନଜୀବୀ ନିର୍ଭୟ କୁମାର ସାମନ୍ତରାୟ, ସୂର୍ଯ୍ୟରଞ୍ଜନ ପରିଜା, ନୀଳମାଧବ ଦେଓ, ନବରଞ୍ଜନ ପଟ୍ଟନାୟକ, ଡ. ଗଗନେନ୍ଦୁ ଦାଶ, କୃଷ୍ଣଚନ୍ଦ୍ର ପଣ୍ଡା, ବାସୁଦେବ ଓଝା ପ୍ରମୁଖ ଓଡ଼ିଶା ଦଳକୁ ଶୁଭେଚ୍ଛା ଜଣାଇବା ସହିତ ସଫଳତା କାମନା କରିଛନ୍ତି।

ପୁରୁଷ ବିଭାଗରେ ଅଜିତ ଶବର (ଅଧିନାୟକ), ବଳଦେବ କ୍ରିଶାନି, ମହମ୍ମଦ ଅମନ, ଅଂଶୁମାନ ବାବୁ, ରଜତ କୁମାର ରଇତା, ଶିବ ବିରୁଆ, ମହିଳାରେ ଜେରି ସିଙ୍ଘାଣିଆ (ଅଧିନାୟିକା), ଲକ୍ଷ୍ମୀପ୍ରିୟା ଦାସ, ପ୍ରଲିପ୍ତା ବଳିୟାରସିଂହ, ସ୍ବାଗତିକା ମହାପାତ୍ର, ବ୍ରୁସା ପରୱିନ, ଉମ୍ରା ଅଲ୍ଲୀ ପରୱିନ ରହିଛନ୍ତି। ମହମ୍ମଦ ଆଜାମ ପ୍ରଶିକ୍ଷକ, ମଧୁସ୍ମିତା ବେହେର​‌ା ଦଳର ମ୍ୟାନେଜର ରହିଛନ୍ତି।

Comments are closed.