www.samajalive.in
Monday, December 15, 2025
24.1 C
Bhubaneswar

ଖରାଦିନେ କଫିର ଗୋଟିଏ ଢୋକ ବି ବିଷ ସମାନ ! ଜାଣନ୍ତୁ କ’ଣ ହୁଏ କ୍ଷତି

ସମାଜ ଡିଜିଟାଲ ଡେସ୍କ: ଗ୍ରୀଷ୍ମ ଋତୁରେ ଘରୁ ବାହାରକୁ ଯିବା ମାତ୍ରେ ଆପଣଙ୍କ ଶରୀରର ଶକ୍ତି ହ୍ରାସ ହୋଇପାରେ। ପ୍ରଚଣ୍ଡ ଖରା ଓ ଗରମ ସହ ଲଢିବା ପାଇଁ ଏହା ଜରୁରୀ ଯେ, ଆମେ ଆମର ଖାଦ୍ୟ ପାନୀୟକୁ ଠିକ୍ ରଖିବା ଏବଂ ଏପରି ଖାଦ୍ୟ ପଦାର୍ଥ ଖାଇବା ଉଚିତ୍ ନୁହେଁ, ଯାହା ଖରାଦିନେ ଶରୀର କ୍ଷତି ଘଟାଇପାରେ। ସେଥି ମଧ୍ୟରୁ କଫି ଅନ୍ୟତମ। ଅନେକ ଲୋକ ପ୍ରତ୍ୟେକ ଦିନ ପ୍ରାୟ ଗୋଟିଏରୁ ଦୁଇ କପ୍ କିମ୍ବା ତା’ଠାରୁ ଅଧିକ କଫି ପିଇ ଦିଅନ୍ତି। ଅସହ୍ୟ ଗରମରେ ମଧ୍ୟ ଲୋକେ ଅଫିସ୍‌ ଆସି ପ୍ରଥମେ କଫି ପିଅନ୍ତି। ଏହା ନିଶ୍ଚିତ ଭାବରେ ଆପଣଙ୍କ କର୍ମ କ୍ଷେତ୍ରରେ ଏକାଗ୍ରତା ଆଣିବାରେ ସାହାଯ୍ୟ କରେ, କିନ୍ତୁ ଏଥିରେ ଥିବା କ୍ୟାଫେନ୍ ସ୍ୱାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ। ଖରାଦିନେ ଯେତେବେଳେ ତାପମାତ୍ରା ବଢେ, ସେତେବେଳେ ଶରୀରକୁ ଥଣ୍ଡା ରଖିବା ଆବଶ୍ୟକ ହୋଇଥାଏ, କିନ୍ତୁ କଫି ଏଥିରେ ସାହାଯ୍ୟ କରେ ନାହିଁ। ଆସନ୍ତୁ ଜାଣିବା କଫି ପିଇବା ଦ୍ଵାରା ହେଉଥିବା କ୍ଷତି ବିଷୟରେ –

ଶରୀରର ଜଳୀୟ ଅଂଶ କମିପାରେ:

- Advertisement -

ଅଧିକ କଫି ପିଇବା ଦ୍ଵାରା ଏଥିରେ ଥିବା କ୍ୟାଫେନ ଶରୀରର ତାପମାତ୍ରା ବଢାଇପାରେ, ଯଦ୍ଵାରା ଅଧିକ ଝାଳ ବୋହି ଶରୀରରେ ଜଳୀୟ ଅଂଶ କମିପାରେ। ଖରାଦିନେ ଶରୀରର ଜଳୀୟ ଅଂଶ କମିବା ଏକ ପ୍ରମୁଖ ସମସ୍ୟା ହୋଇଥାଏ। ତେଣୁ କଫି ପରିବର୍ତ୍ତେ ଅଧିକରୁ ଅଧିକ ପାଣି ପିଇବା ଆବଶ୍ୟକ।

ଶରୀରର ତାପମାତ୍ରା ବଢେ:

କଫିରେ ଥିବା କ୍ୟାଫେନ୍‌ ତାପମାତ୍ରା ବୃଦ୍ଧି କରିପାରେ, ଯାହା ଗରମକୁ ଆହୁରି ଅସହ୍ୟ କରିଦିଏ। ଏହାଦ୍ଵାର ଅତ୍ୟଧିକ ଝାଳ ବୋହିବା ସହ ଥକାପଣ ଓ ମୁଣ୍ଡ ବୁଲାଇବାର କାରଣ ହୋଇପାରେ। କଫି ପିଇବା ଦ୍ୱାରା ଖରାଦିନେ ବାନ୍ତି ଲାଗିବା ଭଳି ସମସ୍ୟା ମଧ୍ୟ ଦେଖା ଦେଇପାରେ।

ନିଦ୍ରା ଅଭାବ:

ଅନେକ ଲୋକ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରିବା ପାଇଁ କଫି ପିଅନ୍ତି, କିନ୍ତୁ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଆଦୌ ଭଲ ନୁହେଁ। କଫିରେ ପ୍ରଚୁର ପରିମାଣରେ କ୍ୟାଫେନ୍ ଥାଏ। ଏହାଦ୍ଵାରା ରାତିରେ ଆପଣଙ୍କ ନିଦ୍ରା ପ୍ରଭାବିତ ହୋଇଥାଏ, ଯାହା ଆପଣଙ୍କୁ ଅସ୍ଥିର ଏବଂ ଅଧିକ କ୍ଲାନ୍ତ ଅନୁଭବ କରାଇଥାଏ।

ହୃଦଘାତ ଆଶଙ୍କା ବଢାଇଥାଏ: 

ଅଧିକ କ୍ୟାଫେନ୍ ସେବନ ଦ୍ୱାରା ହୃଦଘାତ ଏବଂ ଉଚ୍ଚ ରକ୍ତଚାପର ଆଶଙ୍କା ବଢିଥାଏ। ତେଣୁ, ହୃଦୟ ରୋଗରେ ପୀଡିତ ଲୋକଙ୍କ ପାଇଁ କଫି ପିଇବା ଉଚିତ ନୁହେଁ ।

 

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories