www.samajalive.in
Monday, December 15, 2025
26.1 C
Bhubaneswar

ସ୍ୱାମୀ ମୁସଲମାନ ନେଇ ଉଠିଥିବା ପ୍ରଶ୍ନର ଉତ୍ତର ଦେଲେ ଦେବୀ ଚିତ୍ରଲେଖା

ଆମ ଦେଶରେ ଅନେକ ପ୍ରବଚକ ଅଛନ୍ତି ଯେଉଁମାନେ କି ଆଧ୍ୟତ୍ମିକ ଜ୍ଞାନ ଉପରେ ପ୍ରବଚନ ଦେଇଥାନ୍ତି। ଏଭଳି ଜଣେ ପ୍ରବଚକ ହେଲେ ଦେବୀ ଚିତ୍ରଲେଖା। ପ୍ରବଚନ ଦେବା ସହିତ ଆଧ୍ୟତ୍ମିକ ଗୁରୁ ହିସାବରେ ସେ ବେଶ ଜଣାଶୁଣା। ଅନେକ ଚ୍ୟାନେଲରେ ତାଙ୍କ ସାକ୍ଷାତକାର ଦେଖିବାକୁ ମିଳେ। ସାକ୍ଷାତକାର ଜରିଆରେ ସେ ରାଧାଜୀଙ୍କ କଥା ପ୍ରକାଶ କରିଥାନ୍ତି।
ଦେବୀ ଚିତ୍ରଲେଖାଙ୍କ ବିବାହକୁ ନେଇ ଅନେକ ଦାବି କରିଛନ୍ତି ଯେ ସେ ଜଣେ ମୁସଲମାନ ଯୁବକଙ୍କୁ ବିବାହ କରିଛନ୍ତି। ହେଲେ ଏକ ସାକ୍ଷାତକାରରେ ଚିତ୍ରଲେଖା କହିଛନ୍ତି ଯେ ମୋ ସ୍ୱାମୀ ଜଣେ ବ୍ରାହ୍ମଣ ପରିବାରର। ନିକଟରେ ଏକ ଶୋରେ ଚିତ୍ରଲେଖାଙ୍କୁ ସ୍ୱାମୀଙ୍କ ସହ କିପରି ସାକ୍ଷାତ ହୋଇଥିଲା ବୋଲି ପ୍ରଶ୍ନ ପଚରାଯାଇଥିଲା। ସେ କହିଛନ୍ତି ଯେ ପ୍ରବଚନ ମାଧ୍ୟମରେ ଆମେ ଦୁହେଁ ଭେଟ ହୋଇଥିଲୁ। ତାଙ୍କ ମାତା-ପିତା ମୋ ପ୍ରବଚନ ଶୁଣିବାକୁ ଆସୁଥିଲେ। କେତେ ବି ସିଧାସଳଖ ଆମେ କଥାବାର୍ତ୍ତା ହୋଇନଥିଲୁ। ମୋ ପ୍ରବଚନ ଶୁଣିବାକୁ ଆସିଥିବା ବେଳେ ତାଙ୍କ ପିତାଙ୍କ ଇଚ୍ଛା ଥିଲା ଯେ ପୁଅର ବାହାଘର ଏଭଳି ଏକ ଝିଅ ସହିତ ହେଉ।
ତାଙ୍କ ପରିବାର ଦ୍ୱାରା ଆମ ଘରକୁ ପ୍ରସ୍ତାବ ଆସିଥିଲା। ତାଙ୍କ ବାପାଙ୍କ ଇଚ୍ଛା କଥା ସେତେବେଳେ ଆମ ଘରେ ପ୍ରକାଶ କରିଥିଲେ। ଯଦି ମୋ ପରିବାରର ସହମିତି ମିଳେ ତେବେ ଉଭୟଙ୍କ ବିବାହ କରାଯିବ ବୋଲି କହିଥିଲେ। ମୋତେ ବି ଏଭଳି ଜଣେ ସାଥି ଆବଶ୍ୟକ ଥିଲା ଯିଏକ ମୋର ଏହି ଜୀବନ ଯାତ୍ରାରେ ସହଯୋଗ କରିବ। ଉଭୟ ପରିବାର ସହମତିରେ ବିବାହ କାର୍ଯ୍ୟ ହୋଇଥିଲା। ୨୦୧୩ରେ ଆମେ ହସ୍ପିଟାଲ ଖୋଲିଥିଲୁ ଏଥିରେ ସେ ମୋର ସାଥ୍‌‌ ଦେଇଥିଲେ। ଘର ପରିବାର ସବୁ ଛାଡି ମୋ ସହିତ ସହଯୋଗ କରିଥିଲେ। ଏସବୁ ଭଗବାନଙ୍କ କୃପା ବୋଲି ମୁଁ ଭାବେ।

 

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories