ନୂଆଦିଲ୍ଲୀ : ସୋସିଆଲ ମିଡିଆ ଦୁନିଆରେ ପ୍ରତ୍ୟେକ ଦିନ ଭଳିକି ଭଳି ଭିଡିଓ ଭାଇରାଲ ହେଉଛି। ଅନେକ ଭିଡିଓ ବେଶ ଆଶ୍ଚର୍ଯ୍ୟ କରିଥାଏ। କିଛି ଭିଡିଓ ଦେଖି ନିଜ ହସକୁ ରୋକି ପାରିବେ ନାହିଁ। ସେଭଳି ହିଁ ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି। ଭିଡିଓଟି ଏକ ବିଲେଇ ଓ ଶୁଆର।
ବୁଦ୍ଧ ପୂର୍ଣ୍ଣିମା : ଶନିଙ୍କ ବିଶେଷ ଶୁଭ ଯୋଗ, କେଉଁ ରାଶିରେ ରହିବ କି ପ୍ରଭାବ, ଏହି ରାଶିଙ୍କ ଭାଗ୍ୟ ଚମକିବ..
You should not disturb someone who is sleeping. pic.twitter.com/gV7hlJAUe6
— Figen (@TheFigen_) May 20, 2024
ଭାଇରାଲ ହେଉଥିବା ଏହି ଭିଡିଓରେ ଗୋଟିଏ ବିଲେଇ ଓ ଶୁଆ ନଜର ଆସୁଛନ୍ତି। ବିଲେଇଟି ବେଶ ଆରାମରେ ଶୋଇଛି। ବିଲେଇ ସାମ୍ନାକୁ ଆସି ଶୁଆ ବାରମ୍ବାର ନାଚୁଛି। ବିଲେଇକୁ ଦେଖି ଏପରି ଲାଗୁଛି, ଯେମିତି ସେ ଥକି ଯାଇ ଆରାମ କରୁଛି। ମାତ୍ର ଅନ୍ୟ ପଟେ ଶୁଆ ମଜାରେ ବିଲେଇ ପାଖରେ ନାଚି ଚାଲିଛି। ଶୁଆ ନାଚରେ ବିଲେଇ ବିରକ୍ତ ହୋଇ ଶୁଆକୁ ଚାପୁଡା ଉପରେ ଚାପୁଡା ମାରି ଚାଲିଲା। ଏହାପରେ ଶୁଆ ଭୟରେ ଚୁପ ହୋଇ ଶାନ୍ତ ହୋଇ ରହି ଯାଉଛି।
ଭିଡିଓକୁ ଦେଖି ଅନେକ ଲୋକେ ପ୍ରଂଶସା କରିବା ସହ ବିଭିନ୍ନ ମତ ଦେଉଛନ୍ତି।



