ବୁଦ୍ଧ ପୂର୍ଣ୍ଣିମା : ଶନିଙ୍କ ବିଶେଷ ଶୁଭ ଯୋଗ, କେଉଁ ରାଶିରେ ରହିବ କି ପ୍ରଭାବ, ଏହି ରାଶିଙ୍କ ଭାଗ୍ୟ ଚମକିବ.. 

ମେ’ ୨୩ରେ ବୁଦ୍ଧ ପୂର୍ଣ୍ଣିମା ପର୍ବ ପାଳନ କରାଯିବ। ଏହି ଦିନ ଗ୍ରହଙ୍କ ସ୍ଥିତି ଅତ୍ୟନ୍ତ ଶୁଭ ରହିଛି ବୋଲି କୁହାଯାଇଛି। ନ୍ୟାୟ ଓ କର୍ମର ଦେବତା ଶନି ଗ୍ରହଙ୍କ ବିଶେଷ ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ ଫଳରେ କିଛି ରାଶିଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ। ଏହି ଯୋଗ ସକରାତ୍ମକ ଶକ୍ତି ଓ ଆତ୍ମବିଶ୍ୱାସରେ ବୃଦ୍ଧି ହେବ। ଏହା ଦ୍ୱାରା ଆପଣ ନିଜ ଲକ୍ଷ୍ୟକୁ ପ୍ରାପ୍ତି କରି ପାରିବେ। ଏହି ଯୋଗ ମାନସିକ ଶାନ୍ତି, ଏକାଗ୍ରତା ପ୍ରଦାନ କରିଥାଏ। ଯାଦ୍ୱାରା ଆପଣ ନିଜ କାର୍ଯ୍ୟରେ ଅଧିକ ଧ୍ୟାନ ଦେଇପାରିବେ। ଏହି ଯୋଗ ନୂତନ ସୁଯୋଗ ପ୍ରତି ଧ୍ୟାନ କେନ୍ଦ୍ରିତ କରିଥାଏ। ନୂତନ ସୁଯୋଗ ପାଇଁ ମାର୍ଗ ଦର୍ଶାଇଥାଏ। ମାନ-ସମ୍ମାନ ବୃଦ୍ଧି କରିଥାଏ। ପାରିବାରିକ ଜୀବନରେ ସୁଖଶାନ୍ତି ରଖିଥାଏ। ତେବେ ଜାଣନ୍ତୁ ଏହି ଶୁଭ ଯୋଗ କେଉଁ ରାଶି ଉପରେ କି ପ୍ରଭାବ ପକାଇବ..

ତ୍ୱଚାର ଏହି ସଙ୍କେତ ଦିଏ କେତେ ସୁସ୍ଥ ଅଛି ଆପଣଙ୍କ ଶରୀର..

ମେଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କର ମାନ-ସମ୍ମାନ ବୃଦ୍ଧି ହେବ। କର୍ମକ୍ଷେତ୍ରରେ ଉନ୍ନତି, ଆର୍ଥିକ ଲାଭ ପ୍ରାପ୍ତି ହେବ।

ବୃଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ନୂତନ ସୁଯୋଗ ମିଳିବ। ଧନ ଲାଭ ସହ ପରିବାରରେ ସୁଖସମୃଦ୍ଧି ବୃଦ୍ଧି ହେବ। 

ମିଥୁନ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ମାନସିକ ଶାନ୍ତି, ଉତ୍ତମ ସ୍ୱାସ୍ଥ୍ୟ ସହ ଯାତ୍ରାର ଯୋଗ ରହିଛି।

କର୍କଟ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଚାକିରିରେ ପଦନ୍ନୋତି, ବ୍ୟବସାୟରେ ବୃଦ୍ଧି, ସନ୍ତାନ ସୁଖ ମିଳିବ। 

ସିଂହ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ପ୍ରେମ ସମ୍ପର୍କ ଉତ୍ତମ, ମାନ-ସମ୍ମାନରେ ବୃଦ୍ଧି ହେବ। 

କନ୍ୟା – ଏହି ରାଶି ବ୍ୟକ୍ତି ବିଶେଷଙ୍କ ସ୍ୱାସ୍ଥ୍ୟରେ ଉତ୍ତମ ପରିବର୍ତ୍ତନ, ଋଣରୁ ମୁକ୍ତି, ଚାକିରିରେ ସ୍ଥାୟିତ୍ୱ ମିଳିପାରେ। 

ତୁଳା – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ବ୍ୟବସାୟରେ ଲାଭ, ବିଦେଶ ଯାତ୍ରା ସହ ବିବାହର ଯୋଗ ରହିଛି।

ବିଛା – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଧନ ଲାଭ, ଶତ୍ରୁଙ୍କ ଉପରେ ବିଜୟ ହେବ।

ଧନୁ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ମାନସିକ ଶାନ୍ତି, ଆଧ୍ୟାତ୍ମିକ କାର୍ଯ୍ୟରେ ରୁଚି ରହିବ।

ମକର – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ କର୍ମକ୍ଷେତ୍ରରେ ଉନ୍ନତି, ମାନ-ସମ୍ମାନ ବୃଦ୍ଧି, ଯାତ୍ରାର ଯୋଗ ରହିଛି।

କୁମ୍ଭ- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ନୂତନ ସୁଯୋଗ ମିଳିବ। ଧନ ଲାଭ ସହ ପରିବାରରେ ସୁଖସମୃଦ୍ଧି ବୃଦ୍ଧି ହେବ। 

ମୀନ – ଏହି ରାଶି ବ୍ୟକ୍ତି ବିଶେଷଙ୍କର ମାନ-ସମ୍ମାନ ବୃଦ୍ଧି ସହ ସଫଳତା ମିଳିବ। 

ଆମାଜନ୍ ସେଲ୍ ଆରମ୍ଭ ; ଶସ୍ତାରେ ମିଳୁଛି ଏସି, ଫ୍ରିଜ୍, ୱାଶିଙ୍ଗ ମେସିନ୍, ଏହି ତାରିଖ ପର୍ଯ୍ୟନ୍ତ ୬୦% ରିହାତି..

Comments are closed.