www.samajalive.in
Friday, December 5, 2025
26.1 C
Bhubaneswar

ତ୍ୱଚାର ଏହି ସଙ୍କେତ ଦିଏ କେତେ ସୁସ୍ଥ ଅଛି ଆପଣଙ୍କ ଶରୀର..

ଆପଣ ଜାଣନ୍ତି କି ତ୍ୱଚା ଯେତେ ସୁସ୍ଥ ରହିବ, ସ୍ୱାସ୍ଥ୍ୟ ସେତେ ଉତ୍ତମ ରହିବ। ଶରୀରର ଅଙ୍ଗ ସଠିକ୍ ଭାବେ କାର୍ଯ୍ୟ କରିଥାଏ। ଖୁବ୍ କମ୍ ଲୋକେ ଜାଣି ଥିବେ ତ୍ୱଚା ଶରୀରର ସମସ୍ତ ଅଙ୍ଗର ରହସ୍ୟ ଖୋଲିଥାଏ। ସେଥିପାଇଁ ଲକ୍ଷ୍ୟ କରିଥିବେ ଡାକ୍ତର ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସମୟରେ ତ୍ୱଚା ଦେଖି ଥାଆନ୍ତି। ଜାଣନ୍ତୁ..

ତ୍ୱଚାରେ ବ୍ରଣ ହେବା ସାଧାରଣ କଥା। ମାତ୍ର ଗାଲରେ ଲଗାତାର ବ୍ରଣ ହେଉଥିଲେ, ଆଦୌ କମୁନଥିଲେ ଏହାର ଅର୍ଥ ପେଟ ପରିଷ୍କାର ରହୁ ନାହିଁ। ପାଚନ ଜନିତ ସମସ୍ୟା ରହୁଛି। ପେଟ ଭିତରେ ଅନ୍ୟ ସମସ୍ୟା ଜାଣିବା ପାଇଁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ସ୍ୱାସ୍ଥ୍ୟ ପରୀକ୍ଷା କରାନ୍ତୁ।

୨୦୦ ବର୍ଷ ପରେ ବୁଦ୍ଧ ପୂର୍ଣ୍ଣିମାରେ ବିଶେଷ ସଂଯୋଗ ; ଏସବୁ ରାଶିଙ୍କ ସୁନାଭଳି ଚମକିବ ଭାଗ୍ୟ, ମିଳିବ ଧନ,ଚାକିରି..

- Advertisement -

ଭଲ ଭାବେ ନିଦ ନ ହେବା ଦ୍ୱାରା ଏହାସହ ଅଧିକ ମୋବାଇଲ ଫୋନ୍ ବ୍ୟବହାର କରିବା ଦ୍ୱାରା ଆଖି ତଳ କଳା ଦାଗ ସୃଷ୍ଟି ହୋଇଥାଏ। ଭଲ ଭାବେ ଶୋଇବା ପରେ ମଧ୍ୟ ଆଖି ତଳ ଅଧିକ କଳା ପଡୁଥିଲେ, ଏହା କିଡନୀ ଜନିତ ସମସ୍ୟା ଥିବାର ସଙ୍କେତ ଦେଇଥାଏ। ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରାନ୍ତୁ।

ଆଇବ୍ରୋ ନିକଟରେ ଲଗାତାର କୁଣ୍ଡାଇ ହେଉଥିଲେ, ଏହା ଯକୃତ ସମସ୍ୟା ଥିବାର ସଙ୍କେତ ଦେଇଥାଏ। ଏପରି ହେଉଥିଲେ ଡାକ୍ତରଙ୍କ ସହ ନିଶ୍ଚୟ ପରାମର୍ଶ କରନ୍ତୁ।

ମଥାରେ ବ୍ରଣ ସମସ୍ୟା ଲାଗି ରହିଲେ, ଏହା ପେଟ ଜନିତ ସମସ୍ୟା ହେବାର ସଙ୍କେତ ଦେଇଥାଏ। ଶରୀରରେ ଜଳୀୟ ଅଂଶ ହ୍ରାସ ହେବାର ମଧ୍ୟ ଏହା ସଙ୍କେତ ଦେଇଥାଏ। ତେଣୁ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ।

ଓଠରେ ଲଗାତାର ବ୍ରଣ ହେଉଥିଲେ,ଏହା ହୃଦୟ ଜନିତ ସମସ୍ୟା ଥିବାର ସଙ୍କେତ ଦେଇଥାଏ। ଏପରି ହେଉଥିଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ଦେଖନ୍ତୁ ଭିଡିଓ : ଷ୍ଟେଜ୍ ଉପରେ କନ୍ୟାଙ୍କୁ ଉପହାର ଦେଇ ବରକୁ ନିର୍ଦ୍ଧୁମ ମାଡ ମାରିଲେ ବ୍ୟକ୍ତି, ଜାଣନ୍ତୁ କାରଣ..

 

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories