www.samajalive.in
Monday, December 15, 2025
26.1 C
Bhubaneswar

୫୪ବର୍ଷରେ ୩୦ଥର ଚଢିଲେଣି ଏଭରେଷ୍ଟ: ଜାଣନ୍ତୁ କିଏ ଏହି କାମି ରୀତା

ସମାଜ ଡିଜିଟାଲ ଡେସ୍କ: ପର୍ବତାରୋହୀଙ୍କ ସବୁଠୁ ବଡ ସ୍ୱପ୍ନ ହେଉଛି ମାଉଣ୍ଟ ଏଭରେଷ୍ଟରେ ପହଂଚିବା। ଯାହାକି ଦୁନିଆର ସର୍ବୋଚ୍ଚ ଶିଖର ବୋଲି କୁହାଯାଏ। ଏଭରେଷ୍ଟ ଶିଖରରେ ପହଞ୍ଚିବାର ଆନନ୍ଦ ସେମାନେ ବ୍ୟକ୍ତ କରିପାରନ୍ତି ନାହିଁ। ଏମିତି ଜଣେ ପର୍ବତାରୋହୀ ହେଲେ ୫୪ବର୍ଷୀୟ କାମି ରୀତା। ଯିଏକି ଅନେକ ଥର ଏଭରେଷ୍ଟ ଶିର୍ଷରେ ପହଞ୍ଚି ଅନେକ ରେକର୍ଡ ସୃଷ୍ଟି କରିଲେଣି। ନେପାଳର ବାସିନ୍ଦା ପର୍ବାତାରୋହୀ କାମି ରୀତା। ମାଉଣ୍ଟ ଏଭରେଷ୍ଟ ଉପରେ ଚଢିବା ଯେମିତି ତାଙ୍କ ପାଇଁ ପିଲା ଖେଳ। ସେ ଯେତେବେଳେ ଇଚ୍ଛା ପ୍ରକାଶ କରନ୍ତି ସେତେବେଳେ ଏଭରେଷ୍ଟ ଶିଖରରେ ପହଞ୍ଚିବାରେ ସଫଳ ହୋଇଥାନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା ୫୪ବର୍ଷରେ ଏଯାବତ ୩୦ଥର ଏଭରେଷ୍ଟର ଶିଖରରେ ପହଞ୍ଚିି ସାରିଲେଣି। ଆସନ୍ତୁ ଜାଣିବା କାମି ରୀତା କିଏ . . .
ଜୀବନରେ କିଛି ହାସଲ କରିବାକୁ ହେଲେ ଅନେକ ବାଧାବିଘ୍ନ ଦେଇ ଯିବାକୁ ପଡିଥାଏ। ଏପରି ଏକ ଉଦାହରଣ ହେଉଛନ୍ତି କାମି ରୀତା ଶେରପା। ନେପାଳର ଏଭରେଷ୍ଟ ମ୍ୟାନ୍‌‌ ଭାବେ ସେ ଜଣାଶୁଣା। ଯିଏକି ଦୁନିଆରେ ଏପରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଯାହା ଲୋକଙ୍କ ପାଇଁ ପ୍ରେରଣା ସାଜିଛି। ୨୨ମେ ସକାଳେ ପୁଣି ଥରେ ମାଉଣ୍ଟ ଏଭରେଷ୍ଟ ଶିଖରରେ ପହଞ୍ଚି ନୂଆ ଇତିହାସ ସୃଷ୍ଟି କରିଛନ୍ତି। ଥରେ କି ଦୁଇ ଥର ନୁହେଁ ୩୦ଥର ସେ ଏଭରେଷ୍ଟ ଶିଖରରେ ପହଞ୍ଚି ସାରିଲେଣି। ୧୯୫୪ ମସିହାରେ ୨୪ବର୍ଷ ବୟସରେ ସେ ପ୍ରଥମ ଥର ଏଭରେଷ୍ଟ ଶିଖରରେ ପହଞ୍ଚିଥିଲେ। ଏହା ପରେ ଆଉ ସେ ପଛକୁ ଚାହିଁନାହାଁନ୍ତି।
ଏଭରେଷ୍ଟ ମ୍ୟାନ୍‌‌ ଭାବରେ ଶେରପାଙ୍କ ଦକ୍ଷତା ଏବଂ ଉତ୍ସାହ ଏପରି ଯେ ସେ ଗୋଟିଏ ସପ୍ତାହରେ ଦୁନିଆର ସର୍ବୋଚ୍ଚ ଶିଖର ଏଭରେଷ୍ଟକୁ ଜିତି ପାରିବେ। ଗତ ସପ୍ତାହରେ ୨୯ତମ ଥର ପାଇଁ ଏବଂ ବର୍ତ୍ତମାନ ୩୦ତମ ଥର ଏଭରେଷ୍ଟରେ ବିଜୟ ହାସଲ କରିଛନ୍ତି। କାମି ରୀତା ଖାଲି ମାଉଣ୍ଟ ଏଭରେଷ୍ଟ ନୁହେଁ ବରଂ ମାଉଣ୍ଟ କେ୨, ମାଉଣ୍ଟ ହୋତ୍ସେ, ମାଉଣ୍ଟ ମନାସ୍ଲୁ ଶିଖରରେ ପହଞ୍ଚି ସାରିଛନ୍ତି। ୧୯୭୦ରେ ନେପାଳରେ ଜନ୍ମ ଗ୍ରହଣ କରିଥିଲେ କାମି ରୀତା।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories