www.samajalive.in
Saturday, December 6, 2025
15.1 C
Bhubaneswar

ଏସିରେ ଟନ୍‌‌ର ଅର୍ଥ କ’ଣ ? ଜାଣନ୍ତୁ କାହିଁକି ବ୍ୟବହାର ହୁଏ ଏହି ଶବ୍ଦ

ସମାଜ ଡିଜିଟାଲ ଡେସ୍କ: ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ବା ଏସି (ଏୟାର କଣ୍ଡିସନର) କଥା ଉଠିଲେ ତା’ ସହିତ ଟନ୍‌‌ ଶବ୍ଦଟି ନିଶ୍ଚୟ ବ୍ୟବହାର କରାଯାଇଥାଏ। ସାଧାରଣତଃ ଘରେ ୧, ୧.୫ ଅଥବା ୨ ଟନ୍‌‌ର ଏସି ଲଗାଯାଇଥାଏ। କିନ୍ତୁ ଏସିରେ ଏହି ଟନ୍‌‌ର ଅର୍ଥ କ’ଣ ? ଏହି ପ୍ରଶ୍ନର ଉତ୍ତର ବହୁତ କମ୍‌‌ ଲୋକ ଜାଣିଥିବେ। ଅନେକ ଲୋକ ଭାବନ୍ତି ଯେ, ଟନ୍‌‌ ଦ୍ୱାରା ଏସିରେ ରହିଥିବା ଗ୍ୟାସକୁ ମପାଯାଇଥାଏ। କିନ୍ତୁ ଏହା ଭୁଲ। ଏସିରେ ଟନ୍‌‌ର ଅର୍ଥ ହେଉଛି ଏହା ଦ୍ୱାରା ଗୋଟିଏ କୋଠରୀରୁ ବାହାର କରାଯାଉଥିବା ଗରମ ହାୱା। କୌଣସି ଏସି ଗୋଟିଏ କୋଠରୀରୁ ଏକ ଘଣ୍ଟାରେ କେତେ ଗରମ ହାୱା ବାହାର କରିପାରୁଛି ତାହା ଟନ୍‌‌ରୁ ଜଣାପଡ଼ିଥାଏ।

୧ ଟନ୍‌‌ର ମୂଲ୍ୟ ହେଉଛି ୧୨୦୦୦ ବିଟିୟୁ। ବିଟିୟୁ ଅର୍ଥ ବ୍ରିଟିଶ ଥର୍ମାଲ ୟୁନିଟ୍‌‌। ଗୋଟିଏ ଏସିର ଥଣ୍ଡା କରିବାର କ୍ଷମତାକୁ ମାପିବାର ମାନକ ହେଉଛି ବିଟିୟୁ। ୧ ଟନ୍‌‌ ଏସି ୧୨୦୦୦ ବିଟିୟୁର ହୋଇଥାଏ। ସେହିପରି ୧.୫ ଟନ୍‌‌ ଏସି ୧୮୦୦୦ ବିଟିୟୁ ଏବଂ ୨ ଟନ୍‌‌ ଏସି ୨୪୦୦୦ ବିଟିୟୁର ହୋଇଥାଏ। ଯଦି କୋଠରୀ ଛୋଟ ହୋଇଥାଏ, ତେବେ ୧ ଟନ ଏସି ଯଥେଷ୍ଟ। ଇଣ୍ଟରନେଟ୍‌‌ରୁ ମିଳିଥିବା ତଥ୍ୟ ଅନୁସାରେ, ୧୫୦ ବର୍ଗ ଫୁଟ କୋଠରୀ ପାଇଁ ୧ ଟନ୍‌‌ ଏସି ଠିକ୍‌‌ ଭାବେ କାମ କରିଥାଏ। ୨୦୦ ବର୍ଗ ଫୁଟ ଏସି ପାଇଁ ୧.୫ ଟନ ଏସି ଠିକ୍‌‌ ରହିଥାଏ।

- Advertisement -

ଅନ୍ୟପଟେ ଏସି ଯେତେ ଅଧିକ ଟନ୍‌‌ର ହେବ ଘର ସେତେ ଅଧିକ ଥଣ୍ଡା ରହିବ। ତେବେ କୋଠରୀର ଆକାର, ଇନସୁଲେଶନ, ଛାତର ଉଚ୍ଚତା ଏବଂ ଝରକାର ଆକାର ଆଦି ଏସିର ଥଣ୍ଡା କରିବାର କ୍ଷମତାକୁ ପ୍ରଭାବିତ କରିଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories