www.samajalive.in
Saturday, December 6, 2025
14.1 C
Bhubaneswar

ଓଡିଶାରେ ରହିବନି ଲଘୁଚାପ ପ୍ରଭାବ

ଭୁବନେଶ୍ଵର: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏ ନେଇ ଏକ ପ୍ରେସମିଟ୍ ଜରିଆରେ ଅଧିକ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦେଶିକା ମନୋରମା ମହାନ୍ତି। ସେ କହିଛନ୍ତି ଓଡିଶାରେ ଲଘୁଚାପର ପ୍ରଭାବ ରହିବନି। ୨୩ରୁ ମତ୍ସ୍ୟଜୀବୀଙ୍କୁ ଦକ୍ଷିଣ ଓ କେନ୍ଦ୍ରୀୟ ବଙ୍ଗୋପସାଗର ଯିବାକୁ ବାରଣ କରାଯାଇଛି। ଏବଂ ୨୪ରୁ ଉତ୍ତର ବଙ୍ଗୋପସାଗର ଯିବାକୁ ମତ୍ସ୍ୟଜୀବୀଙ୍କୁ ମନା ହୋଇଛି। ଦକ୍ଷିଣ ଓ ଉତ୍ତର ଓଡିଶାରେ କାଳବୈଶାଖୀ ବର୍ଷା ଲାଗିରହିବ। ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଘଡଘଡି ସହ ବର୍ଷା ହେବା ନେଇ ଆଲର୍ଟ ଜାରି କରାଯାଇଛି। ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ତାତି ରହିବ। ଆଭ୍ୟନ୍ତରୀଣ ଓଡିଶାରେ ପାରା ୪୦ ଡିଗ୍ରୀ ଟପିବା ନେଇ ସୂଚନା ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories