ନୂଆଦିଲ୍ଲୀ : ଆମାଜନରେ ଏକ ନୂଆ ସେଲ୍ ଆରମ୍ଭ ହୋଇଛି। ଯାହାର ନାମ Amazon summer appliances fest । ଏହି ସେଲ ଅନୁଯାୟୀ, ଏସି, ଫ୍ରିଜ୍, ୱାଶିଙ୍ଗ ମେସିନ୍ ସହ ଅନ୍ୟ ଜିନିଷ ଗୁଡିକ ମଧ୍ୟ ଖୁବ୍ ଶସ୍ତାରେ କିଣିପାରିବେ। ଏହି ସେଲ୍ ୨୭ ମେ ପର୍ଯ୍ୟନ୍ତ ଚାଲିବ। ଏହି ସେଲ୍ ସମୟରେ ଅନେକ ଜିନିଷରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ଡିସକାଉଣ୍ଟପାଇପାରିବେ। ଜାଣନ୍ତୁ ଏହା ବିଷୟରେ..
ଅସହ୍ୟ ଖରା, ଗରମରୁ ମୁକ୍ତି ପାଇବା ପାଇଁ ଆପଣ ଯଦି ଏସି ଓ ଅନ୍ୟ ଘରୋଇ ଜିନିଷ କିଣିବାକୁ ଚାହୁଁଛନ୍ତି ତେବେ ଆମାଜନରେ ସେଲ୍ ଆରମ୍ଭ ହୋଇ ସାରିଛି।
ଆମାଜନ୍ ଇଣ୍ଡିଆରେ ତାଲିକାଭୁକ୍ତ ତଥ୍ୟ ଅନୁଯାୟୀ ଏଠାରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ଡିସକାଉଣ୍ଟର ମଧ୍ୟ ଲାଭ ମିଳୁଛି। ବିଭିନ୍ନ ବ୍ୟାଙ୍କ ଭିନ୍ନ ଭିନ୍ନ ଅଫର୍ ହେଉଛି।
ଆମାଜନ୍ ଇଣ୍ଡିଆରେ ଏସିର ଅନେକ କମ୍ପାନୀ ରହିଛି। ଏଠାରେ ୧ ଟନରୁ ଆରମ୍ଭ ହୋଇ ୨ ଟନ୍ ପର୍ଯ୍ୟନ୍ତ ଅନେକ ଏସି ରହିଛି। ପ୍ରାୟ ସମସ୍ତ କମ୍ପାନୀ ଓ ସମସ୍ତ ଟନର ଏସି ଏଠାରେ ଉପଲବ୍ଧ। ଯାହା ଭିନ୍ନ ଭିନ୍ନ ମୂଲ୍ୟ ଓ ଡିସକାଉଣ୍ଟରେ ରହିଛି।
ଡିସକାଉଣ୍ଟ ତାଲିକାରେ ଫ୍ରିଜ ଓ ୱାଶିଙ୍ଗ ମେସିନ୍ ମଧ୍ୟ ସାମିଲ ରହିଛି। ସେଲ୍ ସମୟରେ ଏହାକୁ ମଧ୍ୟ ଶସ୍ତାରେ କିଣି ପାରିବେ। ଏହି ସେଲରେ ସିଙ୍ଗଲ୍ ଓ ଡବଲ୍ ଡୋର୍ ସହ ଅନ୍ୟ ଫ୍ରିଜ୍ ମଧ୍ୟ କିଣି ପାରିବେ। ଇଏମଆଇ ଦ୍ୱାରା କିଣିଲେ ସ୍ୱତନ୍ତ୍ର ବ୍ୟାଙ୍କରେ ୧୪ ହଜାର ପର୍ଯ୍ୟନ୍ତ ଡିସକାଉଣ୍ଟ ମିଳିପାରିବ।
ମାତ୍ର ଯେକୌଣସି ବୈଦ୍ୟୁତିକ ସାମଗ୍ରୀ କିଣିବା ପୂର୍ବରୁ ରେଟିଙ୍ଗ୍ ଉପରେ ଧ୍ୟାନ ଦେବେ। ବିଶେଷ କରି ୫ ଷ୍ଟାର ରେଟିଙ୍ଗ୍। ୫ ଷ୍ଟାର ରେଟିଙ୍ଗ୍ ବିଶିଷ୍ଟ ଏସି କିଣିବା ଦ୍ୱାରା ବିଜୁଳି ବିଲ୍ କମ୍ ଆସିଥାଏ। ସାରା ବର୍ଷ ମଧ୍ୟରେ ପ୍ରାୟ ୧୦ ରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ।
ଦେଖନ୍ତୁ ଭିଡିଓ : ଷ୍ଟେଜ୍ ଉପରେ କନ୍ୟାଙ୍କୁ ଉପହାର ଦେଇ ବରକୁ ନିର୍ଦ୍ଧୁମ ମାଡ ମାରିଲେ ବ୍ୟକ୍ତି, ଜାଣନ୍ତୁ କାରଣ..



