www.samajalive.in
Saturday, December 6, 2025
26.1 C
Bhubaneswar

ଧାମରା ୫ ପଞ୍ଚାୟତରେ ବିଜେପିରେ ସାମିଲ ହେଲେ ୩ଶହ ପରିବାର

ଧାମରା: ଧାମରା ଅଞ୍ଚଳରେ ଥିବା କଇଥଖୋଲା, କରଞ୍ଜମାଳ, କରଣପଲ୍ଲୀ, ପଞ୍ଚୁଟିକ୍ରି ଏବଂ ବାଂଶଡା ପଞ୍ଚାୟତରେ ବିଜେପିର ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମହାମିଶ୍ରଣରେ ୩ଶହରୁ ଅଧିକ ପରିବାର ବିଜେପିରେ ସାମିଲ ହୋଇଛନ୍ତି। ଚାନ୍ଦବାଲି ବିଧାନସଭା ପ୍ରାର୍ଥୀ ମନମୋହନ ସାମଲ ସମସ୍ତଙ୍କୁ ଦଳକୁ ସ୍ଵାଗତ କରିଛନ୍ତି। ପ୍ରଥମେ କରଣପଲ୍ଲୀ ପଂଚାୟତ, କଇଥଖୋଲା, କରଞ୍ଜମାଳ, ପଂଚୁଟିକ୍ରି ଏବଂ ପରେ ବାଂଶଡା ପଂଚାୟତରେ ଥିବା ବଳିହାରପୁରଠାରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଦେବେନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ସଭାରେ ପାପା ଜେନା, ଟୁଲୁ ପ୍ରଧାନ, ଅଜୟ ନାୟକ, କାହ୍ନୁ ବେହେରା, ଦାରୁବ୍ରହ୍ମ ପ୍ରଡକସ୍ନନର ପ୍ରତିଷ୍ଠାତା ରୁଦ୍ର ମହାନ୍ତି(କୁଟିଆ), ଅଧର ମଲିକ, ଦେବୁଲା ମହାନ୍ତି, ବାପୁଜୀ ମାଝୀ, ଉମାକାନ୍ତ ନାୟକ, ସେକ ଅବଦୁଲ, ଜଗନ୍ନାଥ ଗିରି, ଅରୁଣ ଦିନ୍ଦା, ମାନଓ ଜେନା, ଭାଷ୍କର ମହାଳିକ ପ୍ରମୁଖ ଯୋଗ ଦେଇଥିଲେ। ମନମୋହନ ସାମଲ ନିଜ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ବାଚନୀ ଗ୍ୟାରେଣ୍ଟି ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇବା ସହ କେନ୍ଦ୍ର ଏବଂ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନ କରିବାର ସମୟ ଆସିଛି ତେଣୁ ସମସ୍ତ ଭୋଟର ୨ଥର ପଦ୍ମ ଚିହ୍ନରେ ଭୋଟ ଦେବାକୁ ଅନୁରୋଧ କରିଥିଲେ। ମିଶ୍ରଣ ପର୍ବରେ ୩ଶହ ପରିବାର ସାମିଲ ହୋଇଥିବା ବେଳେ ସେମାନେ ନିଶ୍ଚୟ ଚଳିତ ନିର୍ବାଚନରେ ମୋଦୀଙ୍କ ପ୍ରତି ବିଶ୍ୱାସ ଭାଜନ ହେବା ସହ ବନ୍ଧୁ ପରିଜନଙ୍କ ସହାୟତରାେ ଡବଲ ଇଞ୍ଜିନ ସରକାର ଗଠନ କରିବାରେ ସହାୟତା କରିବାକୁ ଉପସ୍ଥିତ ମଞ୍ଚାସୀନ ବ୍ୟକ୍ତିମାନେ ନିବେଦନ କରିଥିଲେ। ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ହୋଇଥିବା ଘୋର ଅନିୟମିତତାକୁ ଖୁବ ଶୀଘ୍ର ପ୍ରକାଶ କରାଯିବା ସହ ଏହି ଅନ୍ୟାୟ ଏବଂ ଅନୀତିରେ ଜଡିତ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ମଧ୍ୟ ନିଆଯିବ ବୋଲି ମଧ୍ୟ ମନମୋହନ ସାମଲ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।

 

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories