www.samajalive.in
Saturday, December 6, 2025
14.1 C
Bhubaneswar

ଖୋର୍ଦ୍ଧାରେ ନବୀନଙ୍କ ପ୍ରଚାର: ‘ପୁରୀ, ଲିଙ୍ଗରାଜ କାମ ବନ୍ଦ କରିବାକୁ ଭୁବନେଶ୍ୱର ସାଂସଦ ଉଦ୍ୟମ କରିଥିଲେ’

ଖୋର୍ଦ୍ଧା: ଆସନ୍ତା ୨୫ ତାରିଖରେ ରାଜ୍ୟରେ ୩ୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ରାଜନୈତିକ ଦଳଗୁଡ଼ିକ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଥିବାବେଳେ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଖୋର୍ଦ୍ଧାରେ ପ୍ରଚାର କରିଛନ୍ତି। ସ୍ଥାନୀୟ ହାବେଳି ପଡ଼ିଆରେ ଆୟୋଜିତ ଜନସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରାର୍ଥୀମାନଙ୍କୁ ଜିତାଇବା ଲାଗି ଯୋଡ଼ି ଶଙ୍ଖରେ ଭୋଟ ଦେବା ସହିତ ବିଜେଡିକୁ ଆଶୀର୍ବାଦ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ବିଜେଡି ସରକାର ଲାଗୁ କରିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ପଚାରି ବୁଝିଥିଲେ। ଏହା ସହିତ ବିରୋଧୀ ଦଳଗୁଡ଼ିକ ମିଛ କଥା କହୁଛନ୍ତି। ବିରୋଧୀମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହିଥିଲେ। ପୁରୀ ଏବଂ ଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ବନ୍ଦ କରିବାକୁ ଭୁବନେଶ୍ୱର ସାଂସଦ ଉଦ୍ୟମ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସଭାରେ ବିଜେଡିର ବରିଷ୍ଠ ନେତା ଭି.କେ. ପାଣ୍ଡିଆନ ଯୋଗଦେଇ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ରିପୋର୍ଟ କାର୍ଡକୁ କଡ଼ା ସମାଲୋଚନା କରିଥିଲେ। ଅପରାଜିତା ଗତ ୫ବର୍ଷରେ କ’ଣ କରିଛନ୍ତି ତାହାର ଏକ ରିପୋର୍ଟ କାର୍ଡ ପ୍ରକାଶ କରିଥିଲେ। କିନ୍ତୁ ମାଟି ଏବଂ ପାଇକ ପୁଅର ସମ୍ମାନ ପାଇଁ କିଛି କରିନାହାନ୍ତି ବୋଲି ପାଣ୍ଡିଆନ କହିଥିଲେ।

- Advertisement -

ପାଣ୍ଡିଆନ ଆହୁରି କହିଥିଲେ ଯେ, ମଧ୍ୟବିତ୍ତ ପରିବାରକୁ ବିଏସକେୱାଇରେ ସାମିଲ କରାଯିବ। ଗୃହ ଋଣ ସୁଧ ଉପରେ ରିହାତି ପ୍ରଦାନ କରାଯିବ। ୧୦ ଲକ୍ଷ ଟଙ୍କାର ଶିକ୍ଷା ଋଣ ସୁଧ ଉପରେ ମଧ୍ୟ ରିହାତି ମିଳିବ ବୋଲି ସେ କହିଥିଲେ। ଜନସଭାରେ ପାଣ୍ଡିଆନଙ୍କ ସମେତ ସାଂସଦ ମାନସ ମଙ୍ଗରାଜ ଏବଂ ଦଳୀୟ ପ୍ରାର୍ଥୀମାନେ ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories