ସାକିବ୍‌ଙ୍କ ୧୫ ପ୍ରତିଶତ ମ୍ୟାଚ୍ ଫି କଟିଲା

0

ଢାକା : ବାଂଲାଦେଶ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍‌ ସମୟରେ ଅମ୍ପାୟାରଙ୍କ ଉପରକୁ ପାଟି କରିବା ଯୋଗୁଁ ବାଂଲାଦେଶ ଅଧିନାୟକ ସାକିବ ଅଲ୍‌ ହସନ୍‌ଙ୍କ ୧୫ ପ୍ରତିଶତ ମ୍ୟାଚ୍‌ ଫି କାଟି ଦେଇଛି ଆଇସିସି। ଏଥିସହ ସାକିବ୍‌ଙ୍କୁ ଗୋଟିଏ ଡିମେରିଟ୍ ପଏଣ୍ଟ ମିଳିଛି। ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ସାକିବ୍‌ ବ୍ୟାଟିଂ କରୁଥିବା ବେଳେ ଗୋଟିଏ ବଲ୍‌କୁ ୱାଇଡ୍‌ ଘୋଷଣା କରିନଥିଲେ ଅମ୍ପାୟାର। ଏହାକୁ ନେଇ ସାକିବ୍‌ ରାଗିଯାଇ ଅମ୍ପାୟାରଙ୍କ ଉପରକୁ ପାଟି କରିବା ସହ ତାଙ୍କ ସହ ଦୀର୍ଘସମୟ ଧରି ଆଲୋଚନା କରିଥିଲେ। ଏହାକୁ ଗୁରୁତ୍ବର ସହ ବିଚାର କରି ଆଇସିସି ସାକିବ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ତାଙ୍କର ୧୫ ପ୍ରତିଶତ ମ୍ୟାଚ୍‌ ଫି କାଟି ଦେବାକୁ ନିର୍ଦେଶ ଦେଇଥିଲା। ଏଥିସହ ତାଙ୍କୁ ଗୋଟିଏ ଡିମେରିଟ୍‌ ପଏଣ୍ଟ ମଧ୍ୟ ପ୍ରଦାନ କରାଯାଇଛି। ସୂଚନାଥାଉକି ଗତ ମାର୍ଚ୍ଚରେ ଶ୍ରୀଲଙ୍କା ବିପକ୍ଷ ଏକ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ବିଶୃଙ୍ଖଳିତ ଆଚରଣ ପାଇଁ ସାକିବ୍‌ଙ୍କୁ ପୂର୍ବରୁ ଗୋଟିଏ ଡିମେରିଟ୍‌ ପଏଣ୍ଟ ମିଳିସାରିଛି। ୱେଷ୍ଟଇଣ୍ଡିଜ୍‌ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ବିଜୟୀ ହୋଇଥିବା ବେଳେ ଦୁଇ ଦେଶ ମଧ୍ୟରେ ଦ୍ବିତୀୟ ଓ ତୃତୀୟ ମ୍ୟାଚ୍‌ ଯଥାକ୍ରମେ ଆସନ୍ତା ଗୁରୁବାର ଓ ଶନିବାର ଦିନ ଖେଳାଯିବ।

Leave A Reply