BJD Bijuli 480×75 Mob

ପ୍ରଫେସର କଲୋନୀରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି

BJD Bijuli 480×75 Mob

ସମ୍ବଲପୁର ସମ୍ବଲପୁରର ବୁଢ଼ାରଜା ସ୍ଥିତ ପ୍ରଫେସର କଲୋନୀରୁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କ ଘରୁ ଚୋର ମାନେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି କରି ନେଇଥିବାର ଅଇଁଠାପାଲି ଥାନାରେ ଅଭିଯୋଗ ହୋଇଛି । ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଜିଏମୟୁରେ କାର୍ଯ୍ୟରତ ମହିଳା କର୍ମଚାରୀ କୌଣସି ଏକ କାମରେ ସହରରକୁ ବାହାରକୁ ଯାଇଥିବା ବେଳେ ତାଙ୍କର ଜଣେ ସାଥି ଙ୍କ ଘର ଦେଖିବାକୁ କହି ଯାଇଥିଲେ ।

ତେବେ ଉକ୍ତ ବ୍ୟକ୍ତି ଜଣକ ମଧ୍ୟ ଦୁଇ ଦିନ ହେବ ତାଙ୍କର ଘରକୁ ଯାଇ ନ ଥିବା ବେଳେ ସେହି ସମୟରେ ଅଜଣା ଚୋର ମାନେ ଏଲଇଡି ଟିଭି, ଦାମୀକିଆ କ୍ୟାମେରା, ଦାମୀକିଆ ବାସନକୁସନ, ତମ୍ବା ବାସନକୁସନ, ଛାତ ପଙ୍ଖା ଓ ଦାମୀକିଆ ଶାଢ଼ୀ ଗୁଡିକ ଚୋରି କରି ନେଇଛନ୍ତି, ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ । ଘର ଫେରିବା ପରେ ମହିଳା ଚୋରି ହୋଇଥିବାର ଜାଣିବା ପରେ ତୁରନ୍ତ ଅଇଁଠାପାଲି ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିବାରୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ପୁଲିସ କରୁଛି । ତେବେ ପୁଲିସ ଓ ଅପରାଧିଙ୍କ ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକା ଯୋଗୁଁ ସମ୍ବଲପୁର ସହରରେ ସିଂହଭାଗ ଚୋରି ଘଟଣାର ସୁରାକ ମଧ୍ୟ ପୁଲିସ ପାଉ ନ ଥିବାରୁ ଅପରାଧି ମାନେ ବେଶ ସକ୍ରିୟ ହୋଇ ପଡିଛନ୍ତି । ଏଥି ପାଇଁ ଜନତା ଅସୁରକ୍ଷିତ ପରିବେଶ ମଧ୍ୟରେ ବଞ୍ôଚବାକୁ ବାଧ୍ୟ ହେଉଛନ୍ତି ।

Comments are closed.