www.samajalive.in
Sunday, December 7, 2025
13.1 C
Bhubaneswar

ମାଟି ଖୋଳି ୩୨ ଲକ୍ଷ ଉଦ୍ଧାର କଲା ସମ୍ବଲପୁର ପୁଲିସ- ୪ ହୋଟେଲ କର୍ମଚାରୀ ଗିରଫ

ସମ୍ବଲପୁର, – ସମ୍ବଲପୁରର ସ୍ପର୍ଶକାତର ଥାନା ଧନୁପାଲି ଅନ୍ତର୍ଗତ ଏକ ସମ୍ରାନ୍ତ ହୋଟେଲରୁ ଗତ ୧୫ – ୧୬ ତାରିଖ ରାତ୍ରିରେ ହୋଇଥିବା ୩୯ ଲକ୍ଷ ଚୋରି ମାମଲାରେ ପୁଲିସ ୩୨ ଲକ୍ଷ ୧୦ ହଜାର ଟଙ୍କା ମାଟି ଖୋଳି ଉଦ୍ଧାର କରିଛି । ସାଧାରଣତଃ ମାଟି ଖୋଳି ଚାଷୀ ମାନେ ଆଳୁ, ପିଆଜ ଆଦି କୃଷିଜାତ ଦ୍ରବ୍ୟ ଉତ୍ପାଦନ କରୁଥିବା ବେଳେ କିନ୍ତୁ ସମ୍ବଲପୁର ପୁଲିସର ଏକ ସ୍ୱତନ୍ତ୍ର ଦଳ ଦେବଗଡ ଜିଲା ରିଆମାଳ ଥାନା ଅର୍ନ୍ତଗତ ବନକଲା ଗ୍ରାମରେ ମାଟି ଖୋଳି ୩୨ ଲକ୍ଷ ୧୦ ହଜାର ଉଦ୍ଧାର କରିଛି । ଏହି ମାମଲା ସର୍ମ୍ପକରେ ସମ୍ବଲପୁର ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ବାଟ୍ଟୁଲା ଗଙ୍ଗାଧର ସୂଚନା ଦେଇ କହିଛନ୍ତି ଯେ, ଭିଏସଏସ ମାର୍ଗ ସ୍ଥିତ ହୋଟେଲ ଶିଲା ଟାୱାରରୁ ୩୯ ଲକ୍ଷ ଟଙ୍କା ଚୋରି ହୋଇଥିବାର ଅଭିଯୋଗ ଧନୁପାଲି ଥାନାରେ ହୋଇଥିଲା । ଏଥି ପାଇଁ ମାମଲା ସଂଖ୍ୟା ୧୨୦/୨୦୨୨ ରୁଜୁ କରି ଏଡିପିଓ ପ୍ରଦୀପ ସାହୁ ଓ ଥାନାଧିକାରିଣୀ ଅନୀତା ପ୍ରଧାନ ଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା । ହୋଟେଲର ଉପର ମହଲାରେ ଥିବା ମାଲିକ ଙ୍କ କାର୍ଯ୍ୟାଳୟର ଆଲମାରୀକୁ ଭଙ୍ଗା ଯାଇ ସେଠାରେ ରଖାଯାଇଥିବା ନଗଦ ୩୯ ଲକ୍ଷ ଟଙ୍କା ଚୋରି କରାଯାଇଥିଲା । ହୋଟେଲର ସିସିଟିଭି ଏବଂ ହୋଟେଲ ବାହାରେ ଲାଗିଥିବା ବିଭିନ୍ନ ବେସରକାରୀ ସିସିଟିଭି ଯାଞ୍ଚ ଓ ସାଇବର ସେଲ ଜରିଆରେ ଏହି ଚୋରି ଘଟଣାରେ ହୋଟେଲର କର୍ମଚାରୀ ମାନେ ସାମିଲ ଥିବାର ଜଣାପଡିଥିଲା । ଏଣୁ ପୁଲିସ ହୋଟେଲର ସମସ୍ତ କର୍ମଚାରୀ ଙ୍କୁ ପଚରାଉଚୁରା ପରେ ଜଣେ ପୂର୍ବତନ କର୍ମଚାରୀ ଏବଂ ଅନ୍ୟ ୩ ଜଣ କର୍ମଚାରୀ ଏହି ଘଟଣାରେ ସାମିଲ ଥିବାର ଜଣାପଡିଥିଲା ବୋଲି ଏସପି ଗଙ୍ଗାଧର କହିଛନ୍ତି ।

ଏସପି ଗଙ୍ଗାଧର ଆହୁରୀ କହିଛନ୍ତି ଯେ, ଏହି ଘଟଣାର ମାଷ୍ଟର ମାଇଣ୍ଡ ହୋଟେଲର ସହାୟକ ରୋଷେୟା ତଥା କଟକ ନରସିଂହପୁର ଥାନା ଅର୍ନ୍ତଗତ ଦଳକ ଗ୍ରାମ ନିବାସୀ ମାନସ ପ୍ରଧାନ ହୋଇଥିବା ବେଳେ ଏଥିରେ ଦେବଗଡ ଜିଲା ରିଆମାଳର ବନକଲା ନିବାସୀ ତଥା ପୂର୍ବତନ ବାର ସହାୟକ ରାକେଶ ଓରଫ ଡିଲେଶ୍ୱର ବେହେରା, ବାରକୋଟ ଥାନା ଅର୍ନ୍ତଗତ ଦଣ୍ଡସିଂହ ଗ୍ରାମ ନିବାସୀ ତଥା ୱେଟର ଯୋଗେଶ୍ୱର ବେହେରା ଏବଂ ସୋନପୁର ଜିଲା ବିନକା ଥାନା ଅର୍ନ୍ତଗତ ସିନ୍ଧିଯୁବା ନିବାସୀ ରିସେପନିଷ୍ଟ ଗୋବିନ୍ଦ ମଲ୍ଲିକ ସାମିଲ ଥିବାର ଜଣାପଡିଥିଲା । ଚୋରି ପରେ ସେହି ରାତ୍ରିରେ ହିଁ ଅଭିଯୁକ୍ତ ରାକେଶ ଏକ ମୋଟର ସାଇକେଲରେ ଦେବଗଡ ଜିଲାର ବନକଲା ଗ୍ରାମରେ ଥିବା ନିଜସ୍ୱ ଘରକୁ ଚାଲି ଯାଇଥିଲା । ସେଠାରେ ସେ ଘର ପାଖରେ ମାଟି ଖୋଳି ୩୨ ଲକ୍ଷ ୧୦ ହଜାର ଟଙ୍କା ଲୁଚାଇ ଦେଇଥିଲା । ପୁଲିସ ତଦନ୍ତ ସମୟରେ ସମସ୍ତ ଘଟଣା ଜଣାପଡିବା ପରେ ସମସ୍ତ ଅଭିଯୁକ୍ତ ମାନଙ୍କୁ ଧରିବା ପରେ ମାଟି ଖୋଳି ଲୁଚା ଯାଇଥିବା ଟଙ୍କା ଉଦ୍ଧାର କରିଥିଲା । ବାକି ଟଙ୍କା ଓ ଅଭିଯୁକ୍ତଙ୍କ ପୁର୍ବ ଅପରାଧିକ ଗତିବିଧି ସର୍ମ୍ପକରେ ଯାଞ୍ଚ ଚାଲିଛି ବୋଲି ଏସପି ଗଙ୍ଗାଧର କହିଛନ୍ତି । ପୁଲିସ ଅଭିଯୁକ୍ତ ମାନଙ୍କ ନିକଟରୁ ଟଙ୍କା ସମେତ ଗୋଟିଏ ସ୍କୃ ଡ୍ରାଇଭର, କିଛି ପୁରଣା ହୋଟେଲ ବିଲ ଏବଂ ୫ଟି ମୋବାଇଲ ଫୋନ ଜବତ କରିଛି । ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରି ଅଦାଲତକୁ ପୁଲିସ ଚାଲାଣ କରିଛି । ଏହି ମାମଲାକୁ ସମାଧାନ କରିବାରେ ଏସଡିପିଓ ସାହୁ ଓ ଥାନାଧିକାରିଣୀ ପ୍ରଧାନ ଙ୍କ ସମେତ ଏସଆଇ ଟି. ବି. ଖଟୁଆ, ଏସଆଇ ଏସ. ରାୟ, ସାଇବର ସେଲର ବିନୋଦ କୁମାର ସାହୁ, ଏଏସଆଇ ମହମ୍ମଦ ଜାହାଙ୍ଗୀର, ସାଇବର କନେଷ୍ଟବଳ ପରମାନନ୍ଦ କ୍ଷେତୀ, ହୋମଗାର୍ଡ ପ୍ରମୋଦ ନାୟକ ପ୍ରମୁଖ ସକ୍ରିୟ ଭୂମିକା ନିର୍ବାହ କରିଥିଲେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories