ପୋକ୍ସୋ ଅଦାଲତରେ ଦୋଷୀକୁ ୭ ବର୍ଷ କାରାଦଣ୍ଡ ଓ ୨୦ ହଜାର ଟଙ୍କା ଜରିମାନା

ସମ୍ବଲପୁର,  – ସମ୍ବଲପୁର ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ୨୦୨୦ ମସିହାରେ ଜଣେ ନାବାଳିକା ଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ଘଟଣାରେ ମଙ୍ଗଳବାର ତାଙ୍କର ରାୟ ଶୁଣାଇଛନ୍ତି । ମାନ୍ୟବର ଅଦାଲତ ଦୋଷୀଙ୍କୁ ୭ ବର୍ଷର ସଶ୍ରମ କାରାଦଣ୍ଡ ସହିତ ୨୦ ହଜାର ଟଙ୍କାର ଜରିମାନାର ଦଣ୍ଡାଦେଶ ଦେଇଛନ୍ତି । ପ୍ରାପ୍ତସୂଚନାନୁଯାୟୀ, ଧନୁପାଲି ଥାନା ଅର୍ନ୍ତଗତ ଆମ୍ବେଦକର ନଗର ନିବାସୀ ଜଣେ ୫ ବର୍ଷିୟ ନାବାଳିକା ଙ୍କୁ ସେହି ଅଞ୍ଚଳର ଚୈତନ୍ୟ ଘୁଘର ନାମକ ଜଣେ ବ୍ୟକ୍ତି ଯୌନି ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ୯ ସେପ୍ଟେମ୍ବର ୨୦୨୦ ରେ ନାବାଳିକାଙ୍କ ମାଁ ଥାନାରେ ଅଭିଯୋଗ କରିଥିଲେ । ଏଣୁ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି ଜେଲକୁ ପଠାଇଥିବା ବେଳେ ଏହି ମାମଲାର ବିଚାର ଚାଲିଥିଲା ।

prayash

ମାନ୍ୟବର ଫାଷ୍ଟ ଟ୍ରାକ ପୋକ୍ସୋ ସ୍ୱତନ୍ତ୍ର ଅଦାଲତ ଶୁଣାଣି କରି ଏହି ମାମଲାରେ ଦୋଷୀକୁ ୩୫୪ ଏଆଇପିସି ଓ ୧୦ ପୋକ୍ସୋ ଆକ୍ଟ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରି ୭ ବର୍ଷର ସଶ୍ରମ କାରାଦଣ୍ଡ ସହିତ ୨୦ ହଜାର ଟଙ୍କାର ଜରିମାନା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହ ପୀଡିତା ଙ୍କୁ ୩ ଲକ୍ଷ ୫୦ ହଜାର ଟଙ୍କା କ୍ଷତିପୁରଣ ରାଶି ପ୍ରଦାନ କରିବାକୁ ମାନ୍ୟବର ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାକୁ ସରକାରୀ ଓକିଲ ବସନ୍ତ ମିଶ୍ର ପରିଚାଳନା କରିଥିଲେ । ସୂଚନାଯୋଗ୍ୟ ଯେ, ବିଗତ ୩ ମାସ ମଧ୍ୟରେ ସମ୍ବଲପୁର ପୋକ୍ସୋ ଅଦାଲତ ଦ୍ୱାରା ୫ ରୁ ଊର୍ଦ୍ଧ୍ୱ ମାମଲାରେ ଦୋଷୀ ମାନଙ୍କୁ ଦଣ୍ଡାଦେଶ ଦେବା ସହିତ ପିଡିତା ଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରିଛନ୍ତି ।

Comments are closed.