www.samajalive.in
Sunday, December 7, 2025
26.1 C
Bhubaneswar

ବିଶ୍ୱ ଅର୍ଥନୀତି ପାଇଁ ଘୋର ସଂକଟ ସୃଷ୍ଟି କରିଛି ରୁଷ-ୟୁକ୍ରେନ୍‍ ଯୁଦ୍ଧ – ଜାତିସଂଘ

ଜାତିସଂଘ ମୁଖ୍ୟ ଜେନେରାଲ୍‍ ଆଣ୍ଟୋନିଓ ଗୁଟେରସ୍‍ କହିଛନ୍ତି, ରୁଷ-ୟୁକ୍ରେନ୍‍ ଯୁଦ୍ଧ ବିଶ୍ୱ ଅର୍ଥନୀତି ପାଇଁ ଘୋର ସଂକଟ ସୃଷ୍ଟି କରିଛି। ଏହା ଯୋଗୁଁ ବିଶ୍ୱର ଗରିବ ଦେଶଗୁଡ଼ିକ ଖାଦ୍ୟ ସଂକଟର ସମ୍ମୁଖୀନ ହେଉଥିବା ବେଳେ ଇନ୍ଧନ ଓ ସାରର ମୂଲ୍ୟ ଆକାଶଛୁଆଁ ବୃଦ୍ଧି ପାଇଛି। ସେ କହିଛନ୍ତି ଯେ ରୁଷ୍‍ ଓ ୟୁକ୍ରେନ୍‍ ବିଶ୍ୱର ମୋଟ୍‍ ସୂର୍ଯ୍ୟମୁଖୀ ତେଲ ଆବଶ୍ୟକତାର ୫୦%ରୁ ଅଧିକ ଯୋଗାଇଥାନ୍ତି। ସେହି ଦୁଇ ଦେଶ ବିଶ୍ୱର ମୋଟ୍‍ ଗହମ ଚାହିଦାର ୩୦% ମଧ୍ୟ ଯୋଗାଇଥାନ୍ତି।

ଶ୍ରୀ ଗୁଟେରସ୍‍ କହିଛନ୍ତି, ୪୫ଟି ଆଫ୍ରିକୀୟ ଓ ଅନୁନ୍ନତ ଦେଶ ସେମାନଙ୍କର ଏକତୃତୀୟାଂଶ ଗହମ ରୁଷ ଓ ୟୁକ୍ରେନ୍‍ରୁ ଆମଦାନୀ କରୁଥିବା ବେଳେ ୧୮ଟି ଦେଶ ୫୦% ଗହମ ସେହି ଦୁଇ ଦେଶରୁ ଆମଦାନୀ କରିଥାନ୍ତି। ସେହି ଦେଶଗୁଡ଼ିକ ମଧ୍ୟରେ ଇଜିପ୍ଟ, କଙ୍ଗୋ, ବର୍କିନା ଫାଶୋ, ଲେବାନନ, ଲିବିଆ, ସୋମାଲିଆ, ସୁଦାନ ଓ ୟେମେନ୍‍ ରହିଛନ୍ତି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories