www.samajalive.in
Monday, December 15, 2025
26.1 C
Bhubaneswar

ଆଫଗାନିସ୍ତାନରେ ବନ୍ୟା: ୫୦ ମୃତ

କାବୁଲ : କେନ୍ଦ୍ରୀୟ ଆଫଗାନିସ୍ତାନରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟାରେ ଅତିକମ୍‌ରେ ୫୦ଜଣ ଲୋକଙ୍କ ଜୀବନ ଯାଇଛି। ଏ ନେଇ ଗୋର୍‌ ପ୍ରଦେଶ ସୂଚନା ବିଭାଗ ମୁଖ୍ୟ ଅବଦୁଲ ହାଜି ଜଇମ୍‌ ଶନିବାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଶୁକ୍ରବାରରୁ କେନ୍ଦ୍ରୀୟ ଆଫଗାନିସ୍ତାନରେ ପ୍ରବଳ ବର୍ଷା ହେଉଛି। ଫଳରେ ନଦୀମାନଙ୍କରେ ବନ୍ୟା ଆସିଛି। ନଦୀ ପାଣିରେ ଭାସି ଯାଇ ୫୦ଜଣଙ୍କ ଜୀବନ ଯାଇଥିବା ବେଳେ ୨ ହଜାର ଘର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ସେହିପରି ୪ ହଜାର ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୨ ହଜାରୁ ଅଧିକ ଦୋକାନ ପାଣି ଘେରରେ ରହିଛି। ଏକାଧିକ ମୁଖ୍ୟ ରାସ୍ତାରେ ପାଣି ଚାଲିଥିବା ବେଳେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ସୂଚନାଥାଉ କି ଗତସପ୍ତାହରେ ଉତ୍ତର ଆଫଗାନିସ୍ତାନରେ ବନ୍ୟା ଯୋଗୁଁ ୩୧୫ଜଣଙ୍କ ଜୀବନ ଯାଇଥିବା ବେଳେ ୧୬୦୦ରୁ ଅଧିକ ବ୍ୟକ୍ତି ଆହତ ହୋଇଥିଲେ। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଦୁର୍ଘଟଣାଗ୍ରସ୍ତ ହୋଇ ନଦୀ ମଧ୍ୟକୁ ଖସି ପଡ଼ିଥିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ଜଣ ଆହତ ହୋଇଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆଫଗାନିସ୍ତାନରେ ଏକାଧିକ ପ୍ରାକୃତିକ ବିପର୍ଯ୍ୟୟ ଦେଖା ଦେଇଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories