www.samajalive.in
Monday, December 8, 2025
14.1 C
Bhubaneswar

ଗୋପାଳପୁର ବେଳାଭୂମି ପାର୍କିଂ: ଚୋରୀ ହେଉଛି ଗାଡ଼ି, ଥାନାରେ କରାଯାଉଛି ଅଭିଯୋଗ

ଗୋପାଳପୁର: ଦକ୍ଷିଣ ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଭାବେ ଗୋପାଳପୁର ପରିଚିତ ରହି ଆସିଥିବା ବେଳେ ଏଠାକୁ ପ୍ରତ୍ୟହ ଶହଶହ ପର୍ଯ୍ୟଟକ ପରିବାର ସହ ନିଜ ନିଜର ଗାଡିମୋଟର ନେଇ ବୁଲିବାକୁ ଆସିଥାନ୍ତି। ପର୍ଯ୍ୟଟକମାନେ ନିଜର ଗାଡିମୋଟରକୁ ବେଳାଭୂମି ପୂର୍ବରୁ ପାର୍କିଂ ଲିଜ ନେଇଥିବା ଲିଜଧାରୀଙ୍କ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନରେ ପାର୍କିଂ କରିବା ସହ ନିର୍ଦ୍ଧିଷ୍ଟ ଫିସ ଦେଇ ରସିଦ ନେଇ ବୁଲାବୁଲି କରିବାକୁ ଯାଇଥାନ୍ତି। କିନ୍ତୁ ଫେରିବା ପରେ ନିଜ ଗାଡି ନପାଇଲେ ବାଧ୍ୟ ହୋଇ ନିଜର ଗାଡି ଚୋରି ହୋଇ ଯାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥାନ୍ତି।ଏପରି ଘଟଣା ମାନ ଅନେକ ସମୟରେ ଘଟୁଥିଲେ ସୁଦ୍ଧା ସ୍ଥାନୀୟ ପୁଲିସ,ଏନଏସି ପ୍ରଶାସନ କିମ୍ବା ଲିଜଧାରୀଙ୍କ ପକ୍ଷରୁ କୋୖଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଯାହାଫଳରେ ଅନେକ ସମୟରେ ଏହାକୁ ନେଇ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ପାର୍କିଂ ଫିସ ଦେବାକୁ ନେଇ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଉଥିବାର ମଧ୍ୟ ନଜିର ରହିଛି। ସୂଚନା ଯୋଗ୍ୟ ଯେ ଗୋପାଳପୁର ଏନଏସି ପକ୍ଷରୁ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ବିନିମୟ ଲିଜଧାରୀଙ୍କୁ ବେଳାଭୂମି ପାର୍କିଂ  ଫିସ ଆଦାୟ‌ କରିବାକୁ ଚୁକ୍ତି କରିଥାନ୍ତି। ଚଳିତ ବର୍ଷ ପାର୍କିଂ ବାବଦରେ ଜି କମରାଜୁ ଙ୍କୁ ଗତ ୧୬/୦୩/୨୪ ରୁ ଆସନ୍ତା ୧୫/୦୩/୨୫ ପର୍ଯ୍ୟନ୍ତ ବାର୍ଷିକ ୪୨,୧୦୦୦.୦୦ରେ ଲିଜ ଦିଆ ଯାଇଛି।
ସୂଚନା ଯୋଗ୍ୟ ଗୋପାଳପୁର ର ଆଉଟ୍ ରୋଡ ତଥା ପୁରୁଣା ବିଡିଏ ପାନ୍ଥନିବାସ ପଛପଟ ସ୍ଥାନରେ ପାର୍କିଂ ସ୍ଥାନ ଚିହ୍ନଟ କରାଯାଇଛି । ଯାହା ଗୋପାଳପୁର କୁ ଆସୁଥିବା ପର୍ଯ୍ୟଟକ ଙ୍କ ଗାଡି ମୋଟର ରଖିବା ପାଇଁ ପର୍ଯ୍ୟାପ୍ତ ହେଉନାହିଁ। ରବିବାର କିମ୍ବା ଛୁଟି ଦିନ ମାନଙ୍କରେ ପର୍ଯ୍ୟଟକଙ୍କ ଭିଡ ଜମୁଥିବା ଯୋଗୁଁ ଅନେକ ସମୟରେ ପାର୍କିଂ ଲିଜ ଧାରୀ ଙ୍କ ପକ୍ଷରୁ ଗାଡି ମୋଟର ଗୁଡ଼ିକୁ ମସଜିଦ ଛକ‌ଠାରୁ ଆରମ୍ଭ କରି ରେଉସାହି ର ବିଭିନ୍ନ ସ୍ଥାନ ରେ ରାସ୍ତା କଡ଼ରେ ପାର୍କିଂ କରି ଫିସ ଆଦାୟ କରା ଯାଇ ଥାଏ। ଯାହାକୁ ନେଇ ମଧ୍ୟ ଅନେକ ସମୟରେ  ଚିହ୍ନଟ ପାର୍କିଂ ସ୍ଥାନ ବଦଳରେ ରାସ୍ତା କଡ଼ରେ ଗାଡି ରଖି ପାର୍କିଂ ଫିସ ଆଦାୟ କୁ ପର୍ଯ୍ୟଟକ ଓ ଲିଜଧାରୀ ଙ୍କ ମଧ୍ୟରେ ମତାନ୍ତର ଦେଖିବାକୁ ମିଳିଥାଏ।
ସୂଚନା ଯୋଗ୍ୟ ମନ ଇଛା ଯେଉଁଠି ପାରିଲେ ଗାଡି ମୋଟର ପାର୍କିଂ କରାଯାଇ ଫିସ ଆଦାୟ ପରେ ଗାଡି ମୋଟର ଗୁଡ଼ିକର ସୁରକ୍ଷା ଦାୟିତ୍ବ ଲିଜଧାରୀ ମାନେ ନେଇ ନଥାନ୍ତି ଯାହା ଫଳରେ ଅନେକ ସମୟରେ ପାର୍କିଂ ସ୍ଥାନରୁ ଗାଡି ଚୋରି ହେବା ଫଳରେ ବୁଲିବାକୁ ଆସିଥିବା ପର୍ଯ୍ୟଟକ ମାନେ ଗାଡି ଚୋରି ପରେ ନାନା ହଇରାଣ ହେବା ସହ ପୁଲିସ ର ଦ୍ବାରସ୍ଥ ହେଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ।ଯା‌ହାକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି।ଏହି ପରି ଭାବେ ଗତ ୧୪ ତାରିଖରେ ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋବିନ୍ଦନଗରର ପିତାମ୍ବର ଦାସ ଓ ତାଙ୍କ ସାଙ୍ଗ ତଥା  ନୂଆଖଜୁରିଆ ର ବଳିଆ ଦାସ ପ୍ରମୁଖ ପିତାମ୍ବର ଙ୍କ ବଡ଼ ଭାଇ ଙ୍କ ମୋଟରସାଇକେଲ (ଓଡି ୦୭ ଏନ ୯୬୬୧) ଯୋଗେ ଅପରାହ୍ନ ସମୟରେ ଗୋପାଳପୁର ବୁଲିବାକୁ ଆସି ବେଳାଭୂମି ରେ ଗାଡି ପାର୍କିଂ କରି ନିର୍ଧାରିତ ୧୦ ଟଙ୍କା ପାର୍କିଂ ଫିସ ଦେଇ ବେଳାଭୂମି ବୁଲିବାକୁ ଯାଇଥିଲେ। ବୁଲାବୁଲି କରି ଫେରିବା ପରେ ପାର୍କିଂ ସ୍ଥାନରେ ମୋଟରସାଇକେଲ କୁ ନପାଇ ପାର୍କିଂ ଫିସ ଆଦାୟ କରିଥିବା ଲୋକଙ୍କୁ ଏହା ନେଇ ପଚାରିଥିଲେ, କିନ୍ତୁ କୌଣସି ସନ୍ତୋଷଜନକ ଉତ୍ତର ପାଇଁ ନଥିଲେ। ଶେଷରେ ଗାଡି ଚୋରି ହୋଇ ଯାଇଥିବା ଜାଣି ସ୍ଥାନୀୟ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିବାକୁ ଯାଇଥିଲେ।
କିନ୍ତୁ ସେଠାରେ ମଧ୍ୟ ନିରାଶ ହେବାକୁ ପଡ଼ିଥିଲା,କାରଣ ଥାନା ପକ୍ଷରୁ ଗାଡି ଚୋରି ନେଇ ଅନଲାଇନ ରେ ଆବେଦନ କରିବାକୁ କୁହା ଯାଏ ଫେରାଇ ଦିଆଯାଇଥିଲା। ଶେଷରେ ପିତାମ୍ବର ଙ୍କ ପକ୍ଷରୁ ୧୫ ତାରିଖରେ ଅନଲାଇନ ରେ ଗାଡି ଚୋରି ନେଇ ଆବେଦନ କରିଥିଲେ। ପ୍ରତିବର୍ଷ  ପାର୍କିଂ ସ୍ଥାନରୁ ଏପରି ମୋଟରସାଇକେଲ ଚୋରି ଯାଇଥିଲେ ମଧ୍ୟ ଏନ ଏ ସି କିମ୍ବା ସ୍ଥାନୀୟ ପୁଲିସ ପକ୍ଷରୁ ଏହାକୁ ରୋକିବା ପାଇଁ ଉଚିତ ପଦକ୍ଷେପ ଗ୍ରହଣ କରା ଯାଉନଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ଏଣୁ ପ୍ରଶାସନ ଓ ପୁଲିସ ପକ୍ଷରୁ ଏଥି ପ୍ରତି ଗୁରୁତ୍ବ ଦେବାକୁ ସାଧାରଣରେ ଦାବୀ ହେଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories