www.samajalive.in
Monday, December 15, 2025
24.1 C
Bhubaneswar

ଜାମ୍ମୁରେ ଆତଙ୍କବାଦୀ ଆକ୍ରମଣ: ପୂର୍ବତନ ସରପଞ୍ଚ ମୃତ, ୨ ପର୍ଯ୍ୟଟକ ଆହତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଶନିବାର ରାତିରେ ୨ଟି ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଗୋଟିଏ ଘଟଣରେ ଜଣେ ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ ଘଟିଥିବାବେବେଳ ଅନ୍ୟ ଏକ ଘଟଣାରେ ୨ ଜଣ ପର୍ଯ୍ୟଟକ ଗୁରୁତର ଆହତ ହୋଇଛନ୍ତି। ପର୍ଯ୍ୟଟକ ଦୁଇ ଜଣ ରାଜସ୍ଥାନର ଜୟପୁର ବାସିନ୍ଦା ବୋଲି ଜଣାପଡ଼ିଛି।

ଦକ୍ଷିଣ କାଶ୍ମୀରର ସୋପିଆନ୍‌‌ ଅଞ୍ଚଳରେ ବିଜେପି ନେତା ତଥା ପୂର୍ବତନ ସରପଞ୍ଚ ଐଜାଜ୍‌‌ ଅହମ୍ମଦଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। ଆତଙ୍କୀଙ୍କ ଗୁଳିରେ ଐଜାଜ ଗୁରୁତର ଆହତ ହୋଇଥିଲେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ରାତି ପ୍ରାୟ ୧୦ଟାରେ ଏହି ଘଟଣା ଘଟିଛି। ଐଜାଜ୍‌‌ କାମ ସାରି ଘରକୁ ଫେରୁଥିବା ସମୟରେ ଆତଙ୍କୀମାନେ ତାଙ୍କୁ ଗୁଳି କରିଥିବା କୁହାଯାଉଛି।

- Advertisement -

ଅନ୍ୟପଟେ ଜୟପୁର ଅଞ୍ଚଳର ଦମ୍ପତି ତାବରେଜ୍‌‌ ଏବଂ ତାଙ୍କ ସ୍ତ୍ରୀ ଫରାହ ଜାମ୍ମୁ-କାଶ୍ମୀର ବୁଲିବାକୁ ଆସିଥିଲେ। ଅନନ୍ତନାଗ ଜିଲା ଅନ୍ତର୍ଗତ ପାହାଲଗାମ ଅଞ୍ଚଳରେ ଶନିବାର ରାତି ପ୍ରାୟ ୧୦ଟା ୧୫ରେ ଆତଙ୍କବାଦୀମାନେ ଉଭୟଙ୍କ ଉପରକୁ ଗୁଳି ଚଳାଇଥିଲେ। ଏଥିରେ ଉଭୟେ ଗୁରୁତର ଆହତ ହୋଇଛନ୍ତି। ନ୍ୟାଶନାଲ କନ୍‌‌ପରେନ୍ସର ଉପସଭାପତି ତଥା ବାରାମୂଳା ପ୍ରାର୍ଥୀ ଓମାର ଅବ୍‌‌ଦୁଲ୍ଲା ଏହି ଘଟଣାର ନିନ୍ଦା କରିଛନ୍ତି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories