www.samajalive.in
Saturday, December 6, 2025
26.1 C
Bhubaneswar

ମଝି ଆକାଶରେ ଏୟାରଇଣ୍ଡିଆ ବିମାନରେ ଲାଗିଲା ନିଆଁ, ଟଳିଲା ବଡ଼ ଦୁର୍ଘଟଣା

ନୂଆଦିଲ୍ଲୀ: ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଟଳି ଯାଇଛି। ମଝି ଆକାଶରେ ଉଡୁଥିବାବେଳେ ଏୟାର ଇଣ୍ଡିଆର ଏକ ବିମାନରେ ନିଆଁ ଲାଗିଯାଇଥିଲା। ପାଇଲଟ୍‌‌ ଏହା ଜାଣିବା ପରେ ତୁରନ୍ତ ବିମାନକୁ ଜରୁରୀ ଅବତରଣ କରାଇଥିଲେ। ଯାହା ଫଳରେ ବିମାନରେ ଥିବା ୧୭୯ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ପାରିଛି।
ମିଳିଥିବା ସୂଚନା ଅନୁସାରେ, ଏୟାର ଇଣ୍ଡିଆର ଏକ ବିମାନ ଆଇଏକ୍ସ ୧୧୩୨ ବେଙ୍ଗାଲୁରୁର କେମ୍ପେଗୌଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରରୁ ଶନିବାର ରାତିରେ ଉଡ଼ାଣ ଆରମ୍ଭ କରିଥିଲା। ବିମାନଟି କୋଚି ଯାଉଥିଲା। ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ବିମାନର ଦକ୍ଷିଣ ପାର୍ଶ୍ବ ଇଞ୍ଜିନରେ ନିଆଁ ଲାଗିଯାଇଥିବା ବିମାନ କର୍ମଚାରୀ ଜାଣିବାକୁ ପାଇଥିଲେ। କାଳ ବିଳମ୍ବ ନ କରି ବିମାନ କର୍ମଚାରୀଙ୍କ ପକ୍ଷରୁ ଏ ନେଇ ଟ୍ରାଫିକ କଣ୍ଟ୍ରୋଲକୁ ସୂଚନା ଦିଆଯଇଥିଲା। ଏହା ପରେ ଜରୁରିକାଳୀନ ଭିତ୍ତିରେ ବିମାନଟିକୁ ରାତି ପ୍ରାୟ ୧୧ଟା ୧୨ ମିନିଟରେ ସୁରକ୍ଷିତ ଭାବେ ଅବତରଣ କରାଯାଇଥିଲା। ବିମାନଟି ଅବତରଣ କରିବା ପରେ ତୁରନ୍ତ ୧୭୯ ଯାତ୍ରୀ ଏବଂ ୬ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା।
ମଝି ଆକାଶରେ ବିମାନ ଉଡୁଥିବା ସମୟରେ ସେଥିରେ ନିଆଁ ଲାଗିବା ବିଷୟରେ ଜାଣିବା ପରେ ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ। କିନ୍ତୁ କ୍ୟାବିନ କର୍ମଚାରୀମାନେ ସେମାନଙ୍କୁ ଆଶ୍ୱାସନା ଦେବା ସହିତ ଚତୁରତାର ସହ ପରିସ୍ଥିତିର ମୁକାବିଲା କରିବାରେ ସଫଳ ହୋଇଥିଲେ। ଯେଉଁଥିପାଇଁ ୧୭୯ ଯାତ୍ରୀଙ୍କ ଜୀବନ ରକ୍ଷା ହୋଇପାରିଛି ବୋଲି କୁହାଯାଉଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories