www.samajalive.in
Friday, December 5, 2025
26.1 C
Bhubaneswar

ବିଜେଡି ଛାଡି ବିଜେପିରେ ମିଶିଲେ ସମୀର ଦାଶ

ଭୁବନେଶ୍ଵର: ବିଜେଡି ଛାଡି ବିଜେପିରେ ମିଶିଲେ ନିମାପଡା ବିଧାୟକ ସମୀର ଦାଶ। ରାଜ୍ୟ କାର୍ଯ୍ୟାଳୟରେ ସମର୍ଥକଙ୍କ ସହ ଆଜି ସେ ବିଜେପିରେ ମିଶିଛନ୍ତି। ବିଜୟପାଲ ସିଂ ତୋମାର , ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ବିଜେପିରେ ମିଶିଛନ୍ତି। ଆଜି ସକାଳେ ସେ  ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଥିଲେ।  ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇଥିଲେ।   ଭିଡିଓ ବାର୍ତ୍ତା ମାଧ୍ୟମରେ ସେ ଦଳ ଛାଡିଥିବା ନେଇ ସୂଚନା ଦେଇଥିଲେ। ଏଥର ଟିକେଟ୍ କଟିଥିବାରୁ ଅସନ୍ତୁଷ୍ଟ ଥିଲେ ସମୀର ଦାଶ। ନିଷ୍ପତ୍ତିର ପୁନର୍ବିଚାର ପାଇଁ ବାରମ୍ବାର ଶକ୍ତି ପ୍ରଦର୍ଶନ କରିଥିଲେ। ୨୦୦୯, ୨୦୧୪ ଓ ୨୦୧୯ରେ ସେ ବିଜେଡିରୁ ବିଧାୟକ ହୋଇଥିଲେ। ସେପଟେ ଭିଡିଓ ବାର୍ତ୍ତାରେ ସେ ଇସ୍ତଫା ଦେବାର କାରଣ ମଧ୍ୟ ଜଣାଇଥିଲେ।  ସେ କହିଥିଲେ ବିଜେଡି ନେତା ମୋ ଉପରେ ଆସ୍ଥା ହରାଇଥିବାରୁ ମୁଁ ଦଳ ଛାଡିଛି। ଗୋପ ବିଜେଡି ସଙ୍ଗଠନ ଉପରେ ବି ଆସ୍ଥା ହରାଇଛି। ନେତା ଆସ୍ଥା ହରାଇଥିବାରୁ ଦଳରେ ରହିବା ଠିକ୍ ନୁହେଁ ବୋଲି କହିଥିଲେ ସମୀର ଦାଶ ।

Hot this week

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

Related Articles

Popular Categories