www.samajalive.in
Monday, December 15, 2025
26.1 C
Bhubaneswar

ପରମାଣୁ ଯୁଦ୍ଧ ହେଲେ… କେବଳ ଏହି ୨ ଦେଶରେ ଜୀବନ ସମ୍ଭବ, ୭୨ ଘଣ୍ଟାରେ ଚାଲିଯିବ ୫୦୦ କୋଟି ଲୋକଙ୍କ ଜୀବନ !

ସମାଜ ଡିଜିଟାଲ ଡେସ୍କ: ବର୍ତ୍ତମାନ ବିଶ୍ୱର ଅନେକ ରାଷ୍ଟ୍ର ମଧ୍ୟରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି। ରୁଷ-ୟୁକ୍ରେନ ଯୁଦ୍ଧଠାରୁ ଆରମ୍ଭ କରି ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବି ତିକ୍ତତା ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ଶକ୍ତିଶାଳୀ ରାଷ୍ଟ୍ର ଋଷ ପରମାଣୁ ଯୁଦ୍ଧର ଧମକ ମଧ୍ୟ ଦେଇଆସୁଛି। ତେବେ ପରମାଣୁ ଯୁଦ୍ଧ ହେଲେ ଏହା ପରବର୍ତ୍ତୀ ବିଶ୍ୱର ଚିତ୍ର କ’ଣ ରହିବ ତାହା କଳ୍ପନା କରିବା କଷ୍ଟକର। କିନ୍ତୁ ଏହା ଉପରେ ବିସ୍ତୃତ ଭାବେ ଅଧ୍ୟୟନ କରିଛନ୍ତି ଆମେରିକାର ଜଣେ ବିଶେଷଜ୍ଞ ଏନି ଜ୍ୟାକବସେନ। ବିଶ୍ୱରେ ପରମାଣୁ ଯୁଦ୍ଧ ହେଲେ କ’ଣ ଘଟିବ ତାହାର ପୂର୍ବାନୁମାନ କରି ସମଗ୍ର ବିଶ୍ୱକୁ ଚେତାଇ ଦେଇଛନ୍ତି ଜ୍ୟାକବସେନ। ଆସନ୍ତୁ ଜାଣିବା ସେ କ’ଣ କୁହନ୍ତି…

ଜ୍ୟାକବସେନଙ୍କ ମତରେ ପରମାଣୁ ଯୁଦ୍ଧର ପରିଣାମ ଅତ୍ୟନ୍ତ ଭୟଙ୍କର ହେବ। ଏହା ହେଲେ ସମଗ୍ର ବିଶ୍ୱର କୃଷି କ୍ଷେତ୍ର ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ପାଇଯିବ। ଓଜନ ସ୍ତର ନଷ୍ଟ ହୋଇଯିବ, ଯାହା ଫଳରେ ସୂର୍ଯ୍ୟଙ୍କ କିରଣ ସିଧାସଳଖ ପୃଥିବୀ ପୃଷ୍ଠରେ ପଡ଼ିବ, ଯାହାକୁ ସହ୍ୟ କରିବା ମନୁଷ୍ୟ ପାଇଁ ଅସମ୍ଭବ। ମଣିଷ ମାଟି ତଳେ ରହିବାକୁ ବାଧ୍ୟ ହେବ। ମାତ୍ର ଦୁଇଟି ଏପରି ଦେଶ ରହିବେ ଯେଉଁଠି ପରମାଣୁ ଯୁଦ୍ଧର ପ୍ରଭାବ ସେତେଟା ପଡ଼ିବ ନାହିଁ। ଏହି ଦୁଇ ଦେଶରେ କୃଷି କାର୍ଯ୍ୟ ପ୍ରଭାବିତ ହେବ ନାହିଁ। ଫଳରେ ସେଠାରେ ଜୀବନ ସମ୍ଭବ ହେବ। ସେହି ଦେଶ ଦ୍ୱୟ ହେଲେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ।

- Advertisement -

ଜ୍ୟାକବସେନ କହିଛନ୍ତି, ବର୍ତ୍ତମାନ ସମୟରେ ଆମେରିକା, ଭାରତ, ପାକିସ୍ତାନ, ଉତ୍ତର କୋରିଆ, ରୁଷ, ଫ୍ୟାନ୍ସ, ବ୍ରିଟେନ, ଇସ୍ରାଏଲ ଏବଂ ଚୀନ ଭଳି ଦେଶଗୁଡ଼ିକ ପାଖରେ ପରମାଣୁ ଅସ୍ତ୍ର ରହିଛି। ଅର୍ଥାତ ପରମାଣୁ ଯୁଦ୍ଧର ବିପଦ ସର୍ବଦା ଲାଗି ହରିଛି। ବର୍ତ୍ତମାନ ବିଶ୍ୱସ୍ତରରେ ଯେଉଁଭଳି ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଛି, ତାହାକୁ ଦେଖିଲେ ପରମାଣୁ ଯୁଦ୍ଧର ଭୟକୁ ଏଡ଼ାଇ ଦେଇହେବ ନାହିଁ।

ଡେଲି ଷ୍ଟାର ନ୍ୟୁଜ ରିପୋର୍ଟ ଅନୁସାରେ, ଏନି ଜ୍ୟାକବସେନ କହିଛନ୍ତି ଯେ, ପରମାଣୁ ଯୁଦ୍ଧର ୭୨ ଘଣ୍ଟା ମଧ୍ୟରେ ବିଶ୍ୱର ୫୦୦ କୋଟି ଲୋକ ପ୍ରାଣ ହରାଇବେ। ଏହା ପରେ ୩୦୦ କୋଟି ଲୋକ ଜୀବିତ ରହିବେ, କିନ୍ତୁ ସେମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ଯୁଦ୍ଧପରେ ଯେଉଁ ନିଆଁ ଲାଗିବ ଏବଂ ଘନ ଧୂଆଁର ସ୍ତର ସୃଷ୍ଟି ହେବ ତାହାଦ୍ୱାରା ହିମଯୁଗର ଆରମ୍ଭ ହୋଇପାରେ। ଯାହାଫଳରେ କୃଷିକାର୍ଯ୍ୟ ଠପ ହୋଇଯିବ ଏବଂ ଫସଲ ଅମଳ କରିବା ଅସମ୍ଭବ ହୋଇପଡ଼ିବ। ବିକିରଣ ଜନିତ ରୋଗ ଏବଂ ଖାଦ୍ୟାଭାବରୁ ବହୁ ଲୋକ ପୋକମାଛି ପରି ପ୍ରାଣ ହରାଇବେ। କ୍ୟାନସର ରୋଗ ମହାମାରୀରେ ପରିଣତ ହେବ। ବିକିରଣ ପ୍ରଭାବରେ ପରପିଢ଼ିର ପିଲାମାନେ ଦିବ୍ୟାଙ୍ଗ ହୋଇ ଜନ୍ମନେବେ। ବିଶ୍ୱର ଅଧିକାଂଶ ଭାଗ ବିଶେଷକରି ମଧ୍ୟ ଅକ୍ଷାଂଶ ବରଫ ଚାଦରରେ ଘୋଡ଼େଇ ହୋଇଯିବ। ଆୟୋବା ଏବଂ ୟୁକ୍ରେନ ଭଳି ଦେଶ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ବରଫରେ ଆଚ୍ଛାଦିତ ହୋଇରହିବ।

ଜ୍ୟାକବସେନଙ୍କ କହିବା ଅନୁସାରେ, ସଂଯୁକ୍ତ ରାଷ୍ଟ୍ର ଆମେରିକା ନିକଟରେ ପରମାଣୁ ବଙ୍କର ରହିଥାଇପାରେ ଏବଂ ତାହା ଏକ ସୁରକ୍ଷିତ ଠିକଣା ହୋଇପାରେ। ମାତ୍ର ଯେପର୍ଯ୍ୟନ୍ତ ସେଠାରେ ବିଜୁଳି ରହିବ ସେଯାଏ ତାହା ସୁରକ୍ଷିତ ରହିବ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories