www.samajalive.in
Saturday, December 6, 2025
15.1 C
Bhubaneswar

ଦରଘାରୁ ମିଳିଲା ମୋଗଲ ସାମ୍ରାଜ୍ୟ ଶିଳାଲେଖ

ରେମୁଣା: ଯାଜପୁର ସହରସ୍ଥିତ ସୟଦ ଅଲ୍ଲୀ ବୁଖାରୀ ଦରଘାରୁ ମୋଗଲ ସାମ୍ରାଜ୍ୟ ବେଳର ଶିଳାଲେଖ ଓ ବାଲିଚନ୍ଦ୍ରପୁର ତହକତ-ଇ-ସୁଲେମାନ ଦରଘା ନିକଟରୁ ଏକ ପୁରାତନ ମୋହର ମିଳିଛି। ଫକୀର ମୋହନ ବିଶ୍ବବିଦ୍ୟାଳୟ ଇତିହାସ ଓ ପ୍ରତ୍ନତତ୍ତ୍ବ ବିଭାଗ ଦ୍ବିତୀୟ ବର୍ଷର ଛାତ୍ରୀ ରଚନା ଦାସ ଓ ଅଧ୍ୟାପିକା ଜିନପ୍ରିୟଙ୍କା ​ଜେଠୀ ଏହି ଶିଳାଲେଖ ଓ ମୋହର ପାଇଛନ୍ତି।

ଏହାକୁ ଅଧ୍ୟୟନ କରି ଅଧ୍ୟାପିକା ଜେଠୀ କହିଛନ୍ତି ଯେ ଶିଳାଲେଖ ଏହା ମୋଗଲ ସାମ୍ରାଜ୍ୟ ବେଳେ ଔରଙ୍ଗଜେବଙ୍କ କର୍ମଚାରୀଙ୍କ ଦ୍ବାରା ନିର୍ମିତ େହାଇଥିବା ବେଳେ ଏଥିରେ ପାର୍ସି ଭାଷାରେ ଲେଖା ଅଛି। ଶିଳାଲେଖରେ ଦରଘାର ପାଚେରି ଓ ବଗିଚା ସମ୍ପର୍କରେ ଉଲ୍ଲେଖ ରହିଛି। ଲେଖା ଅନୁସାରେ, ୱାଲି ବେଗ ଖାନ, ସୁଫି, ସାଧୁଙ୍କ ଦ୍ବାରା ଦରଘା ଚାରି ପାଖରେ ପାଚେରି ନିର୍ମାଣ ହୋଇଛି। ଏହା ସହ ଏକ ସୁନ୍ଦର ବଗିଚା ନିର୍ମାଣ କରିଛନ୍ତି, ଯାହା ଫୁଲଗଛରେ ସଜା ହୋଇଛି। ଶେଷରେ ୱାଲି ବେଗ ଖାନ ଏହା କରିବା ପଛରେ ନିଜର ସଦଭାବ ଓ ନିଷ୍ଠା ପ୍ରକାଶ କରିଛନ୍ତି।

- Advertisement -

ଶିଳାଲେଖର କୌଣସି ସମୟର ଉଲ୍ଲେଖ ନ ଥିଲେ ମଧ୍ୟ ଏଏସଆଇର ଏପିଗ୍ରାଫିଷ୍ଟ ଡ. ଜି.ଏସ. ଖ୍ବାଜା ଏହାକୁ ୧୮/୧୯ ଶତାବ୍ଦୀର ବୋଲି କହିଛନ୍ତି। ମୋହର ଅଧ୍ୟୟନରୁ ଅଧ୍ୟାପିକା ଜେଠୀ କହିଛନ୍ତି ଯେ ଔରଙ୍ଗଜେବଙ୍କ ଅମଳରେ ଦରଘା କର୍ମଚାରୀଙ୍କୁ ଜମି ଓ ପଟ୍ଟା ଦିଆଯାଉଥିଲା। ମୋହରଟି ତମ୍ବା ଓ ପିତ୍ତଳରେ ତିଆରି। ­ଏହି ମୋହରରେ ଶେଖ ଫକିର ମହମ୍ମଦ ଚାର ମଙ୍ଗଲ ଉଲ୍ଲେଖ ରହିଛି। ଶେଖ ଫକିର ମହମ୍ମଦ ମୋଗଲ କର୍ମଚାରୀଙ୍କ ନାମ ଅଟେ ଓ ଚାର ମଙ୍ଗଲ ଏକ ସ୍ଥାନର ନାମ ବୋଲି କହିଛନ୍ତି।

ଶେଖ ଫକିର ମହମ୍ମଦ ଚାରମଙ୍ଗଲ ନାମକ ଏକ ସ୍ଥାନ​‌େ​‌ର ମୋଗଲ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବାବେଳେ ଏହି ମୋହର ଲଗାଇ ଜମି ଜାଗିର ଭାବେ ଦେଉଥିଲେ। ସେହି ସ୍ଥାନରୁ ଜମି କାଗଜପତ୍ର ମଧ୍ୟ ମିଳିଛି। ସେଥିରେ ଥିବା ମୋହରର ଅଧ୍ୟୟନ କରି ସେ କହିଛନ୍ତି ଯେ ଅବୁ ନସିର ଜମିର ଖାନ ଔରଙ୍ଗଜେବଙ୍କ କର୍ମଚାରୀ ଥିଲେ ଯିଏ କି ଜମି ଓ ପଟ୍ଟା ଜାଗିର ଭାବେ ଏହି ଦରଘା ସହ ଜଡ଼ିତ କର୍ମଚାରୀଙ୍କୁ ଦେଉଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories