www.samajalive.in
Friday, December 5, 2025
27.1 C
Bhubaneswar

ଏସିରୁ ବାହାରୁଥିଲେ ଏହି ୫ଟି ଗନ୍ଧ…

ସମାଜ ଡିଜିଟାଲ ଡେସ୍କ: ଖରାତାତିରୁ ରକ୍ଷା ପାଇବା ପାଇଁ ଲୋକମାନେ ଘରେ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର (ଏସି) ଲଗାଇଥାଆନ୍ତି। କିନ୍ତୁ ଏହି ଏସି ସମୟେ ସମୟେ ପ୍ରାଣଘାତୀ ମଧ୍ୟ ହୋଇପାରେ। ଏଥିରୁ ବାହାରୁଥିବା ଭିନ୍ନ ଭିନ୍ନ ପ୍ରକାର ଗନ୍ଧ ଶରୀରକୁ କ୍ଷତି ପହଞ୍ଚାଇଥାଏ, ଯାହାକୁ ଚିହ୍ନିବା ନିହାତି ଜରୁରୀ।

ଏସି କୌଣସି ପ୍ରକାର ଗନ୍ଧ ବାହାରୁଥିଲେ ତାହା ସୂଚାଇଦିଏ ଯେ ଏସିରେ କିଛି ତ୍ରୁଟି ରହିଛି। କିନ୍ତୁ ଠିକ୍‌‌ ସମୟରେ ଏହାକୁ ଚିହ୍ନଟ କରି ମରାମତି ନ କଲେ ତାହା ମଣିଷ ଶରୀର ଉପରେ କୁପ୍ରଭାବ ପକାଇଥାଏ। ବିଶେଷକରି ଶ୍ୱାସକ୍ରିୟା ଜନିତ ସମସ୍ୟା ଦେଖାଦିଏ। ଶ୍ୱାସନଳୀରେ ସଂକ୍ରମଣ ହେବାର ମଧ୍ୟ ଆଶଙ୍କା ରହିଛି। ଆସନ୍ତୁ ଜାଣିବା ଏସବୁ ଗନ୍ଧ ବିଷୟରେ।

- Advertisement -

ଯଦି ଏସିରୁ ଅପରିଷ୍କାର ମୋଜାର ଦୁର୍ଗନ୍ଧ ଆସୁଥାଏ, ତେବେ ଏହାର ଅର୍ଥ ହେଉଛି କଣ୍ଡେନସେଟ୍‌‌ ଟ୍ରେ, ଡ୍ରେନ ନୋଜନ ଏବଂ ଡ୍ରେନ ପାଇନ୍‌‌ରେ ଫିମ୍ପି ଜମିଯାଇଛି। ବାହାରେ ଆର୍ଦ୍ରତା କାରଣରୁ ଧୂଳିରେ ଭର୍ତ୍ତି ଏୟାର ଫିଲ୍‌‌ଟରରେ ମଧ୍ୟ ଫିମ୍ପି ହୋଇଥାଇପାରେ। ତେଣୁ ଏୟାର ଫିଲ୍ଟର ଏବଂ ପାଣି ଟ୍ରେକୁ ସଫା କରିବା ଜରୁରୀ।

ଏସିରୁ ଯଦି ଷଢ଼ା ଅଣ୍ଡା ବା ସଲଫର ଭଳି ଗନ୍ଧ ବାହାରୁଥିଲେ, ଏହାର ଅର୍ଥ ଏସିରୁ ଗ୍ୟାସ୍‌‌ ଲିକ୍‌‌ ହେଉଛି। ଏହା ଅତ୍ୟନ୍ତ ବିପଜ୍ଜନକ ହୋଇପାରେ। ଏହି କାରଣରୁ ଘରେ ନିଅାଁ ଲାଗିଯାଇପାରେ। ତେଣୁ ଏପରି ଗନ୍ଧ ଆସୁଥିଲେ ତୁରନ୍ତ ଏସି ବନ୍ଦ କରିବା ସହିତ ଏହାର ମରାମତି କରିବା ଆବଶ୍ୟକ।

ଅନେକ ସମୟରେ ଏସି ଭିତରୁ ଆବର୍ଜନା ଗନ୍ଧ ଆସିଥାଏ। ଏହାର ଅର୍ଥ ଏସି ଭିତରେ କୌଣସି ଜୀବ ଅର୍ଥାତ ଝିଟିପିଟି, ମୂଷା କିମ୍ପା ଛୋଟ ପକ୍ଷୀ ପଶି ମରିଯାଇଥିବେ। ୱିଣ୍ଡୋ ଏସିରେ ଏହାର ଆଶଙ୍କା ଅଧିକ ଥାଏ। ଏପରି ହେଲେ ଡକ୍ଟ ଫିଲ୍‌‌ଟର ସଫା କରିବା ଜରୁରୀ। ସେପର୍ଯ୍ୟନ୍ତ ଏସି ଚାଲୁ କରିବା ଅନୁଚିତ।

ଯଦି ଏସିରୁ କାର୍‌‌ ଧୂଅାଁ ଭଳି ଗନ୍ଧ ଆସେ, ତାହାର ଅର୍ଥ ହେଉଛି ରେଫ୍ରିଜରେଣ୍ଟ ଲିକେଜ୍‌‌। ଅର୍ଥାତ କଏଲରେ ଛିଦ୍ର ହୋଇଥାଇପାରେ। ଏପରି ସ୍ଥିତିରେ ଏସିର ସର୍ଭିସ କରାଯିବା ଉଚିତ।

ଏସିରୁ ବାହାରୁଥିବା ଗନ୍ଧ ଏସିରେ କିଛି ନା କିଛି ଗଡ଼଼ବଡ଼ ଥିବାର ସଙ୍କେତ ଦେଇଥାଏ। କିଛି ପୋଡ଼ିଯାଉଥିବାର ଗନ୍ଧ ମଧ୍ୟ ବେଳେବେଳେ ଆସିଥାଏ। ଶଟ୍‌‌ସର୍କିଟ୍‌‌ ଅଥବା ମୋଟର ଗରମ ହୋଇଗଲେ ଏପରି ଗନ୍ଧ ଆସିଥାଏ। ତେଣୁ ସୁରକ୍ଷିତ ରହିବା ଲାଗି ନିୟମିତ ବ୍ୟବଧାନରେ ଏସିକୁ ଯାଞ୍ଚ କରିବା ସହିତ ମରାମତି କରିବା ଉଚିତ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories